ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ, ଟ୍ୟୁସନ ସାରଙ୍କୁ ୨୦ ବର୍ଷ ଜେଲ୍

Published By : Prameya-News7 Bureau | May 24, 2025 IST

ଝାରସୁଗୁଡ଼ା: ଟ୍ୟୁସନରେ ପଢିଲେ ପିଲା ଆହୁରି ଭଲ ପାଠ ପଢିବ ଏବଂ ଭଲ ନମ୍ବର ରଖିବ। ଏହି ଆଶା ନେଇ ଛାତ୍ର-ଛାତ୍ରୀ ଟ୍ୟୁସନ ଯାଇଥାନ୍ତି। ହେଲେ କିଏ ଜାଣିଥିଲା ଏମିତି ଜଣେ ଟ୍ୟୁସନ ସାର ରାକ୍ଷସ ପାଲଟିବ ଏବଂ ଛାତ୍ରୀଙ୍କୁ ଦୁଷ୍କର୍ମ କରିବ। ଏମିତି ଏକ ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲାରେ। ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଅଭିଯୁକ୍ତ ଟ୍ୟୁସନ ସାର ଦୋଷୀ ସାବ୍ୟସ୍ତ ହୋଇଛି। ୨୦ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୧୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି ଝାରୁସୁଗୁଡ଼ା ଅତିରିକ୍ତ ଜିଲ୍ଲା ଦୌରା ଜଜ କମ ପୋକ୍ସୋ ସ୍ୱତନ୍ତ୍ର କୋର୍ଟ l  ଜରିମାନା  ଅନାଦେୟ ହେଲେ ଅଧିକ ୧ ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ।

ସୂଚନା ଅନୁଯାୟୀ, ୨୦୨୨ ମସିହାରେ ଏହି ଘଟଣା ଘଟିଥିଲାl  ଝାରସୁଗୁଡା ଜିଲ୍ଲା ବଡ଼ମାଲ ଅଞ୍ଚଳରେ ଟିଉସନ ପଢିବାକୁ ସାରଙ୍କ ଘରକୁ ନାବାଳିକା ଛାତ୍ରୀ ଯାଉଥିଲେ। ଏହି ସମୟରେ ଆଶ୍ଳୀଳ ଭିଡିଓ ଦେଖାଇ ନାବାଳିକାକୁ ବଳ ପୂର୍ବକ ଦୁଷ୍କର୍ମ କରିଥିଲେ ଟ୍ୟୁସନ ସାର କିଶୋର ବାଦୀ। ୫୮ଟି ଦସ୍ତାବିଜ ଏବଂ ୨୭ ଜଣଙ୍କ ସାକ୍ଷ ପ୍ରମାଣ ଆଧାର କରି ଦୋଷୀ କୋଶୋର ବାଦୀକୁ ୨୦ ବର୍ଷ ସଶ୍ରମ କରାଦଣ୍ଡ ଏବଂ ୧୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି କୋର୍ଟ l

Also read: ଲଜ୍ଜାଜନକ ଘଟଣା ; ୬ ଦିନ ଧରି ଯୁବତୀଙ୍କୁ ଭଡ଼ା ଘରେ ଗଣଦୁଷ୍କର୍ମ !

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.