ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ସଂସଦର ସ୍ୱତନ୍ତ୍ର ଅଧିବେଶନ ପାଇଁ ଦାବି କରିଛନ୍ତି । ସେ କହିଛନ୍ତି ଯେ ଆମେ ଅପରେସନ ସିନ୍ଦୂର ଉପରେ ପ୍ରଶ୍ନ କରିବାକୁ ଚାହୁଁଛୁ । ଅପରେସନ ସିନ୍ଦୂରର ତଦନ୍ତ କଥା ଉଠାଉ ସେ କହିଛନ୍ତି ଯେ କାରଗିଲ୍ ପରି ରିଭ୍ୟୁ କମିଟି କରାଯାଉ । ଭାରତର ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଅନିଲ୍ ଚୌହାନଙ୍କ ଦ୍ୱାରା ଅପରେସନ ସିନ୍ଦୂର ଉପରେ କରାଯାଇଥିବା ବୟାନ ପରେ କଂଗ୍ରେସ ଅଧ୍ୟକ୍ଷ ସ୍ୱତନ୍ତ୍ର ଅଧିବେଶନ ପାଇଁ ଦାବି କରିଛନ୍ତି । ସେ କହିଛନ୍ତି ଯେ ସିଡିଏସଙ୍କ ବୟାନ ପରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ଏବେ ଜରୁରି ଅଟେ ।
କଂଗ୍ରେସ ନେତା ଏକ୍ସରେ ଲେଖିଛନ୍ତି, 'ସିଙ୍ଗାପୁରରେ ସିଡିଏସଙ୍କ ଦ୍ୱାରା ଦିଆଯାଇଥିବା ସାକ୍ଷାତକାରକୁ ଦୃଷ୍ଟିରେ ରଖି କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ରହିଛି, ଯାହାକୁ ପଚରାଯିବା ଦରକାର । ଏହି ପ୍ରଶ୍ନ ସେତେବେଳେ କରାଯାଇ ପାରିବ, ଯେତେବେଳେ ସ୍ୱତନ୍ତ୍ର ଅଧିବେଶନ ଆୟୋଜନ କରାଯିବ ।'
In the wake of the remarks made by the Chief of Defence Staff (CDS) in Singapore in an interview, there are some very important questions which need to be asked.
— Mallikarjun Kharge (@kharge) May 31, 2025
These can only be asked if a Special Session of the Parliament is immediately convened.
The Modi Govt has misled the…
କଂଗ୍ରେସ ନେତା କହିଛନ୍ତି, 'ସରକାର ଦେଶକୁ ଭ୍ରମିତ କରିଛନ୍ତି । ଯୁଦ୍ଧର କୁହୁଡ଼ି ଏବେ ସଫା ହେବାରେ ଲାଗିଛି । ଆମର ବାୟୁସେନାର ପାଇଲଟମାନେ ଶତ୍ରୁ ସହିତ ଲଢ଼ିବା ସମୟରେ ନିଜ ଜୀବନକୁ ବାଜି ଲଗାଇ ଥିଲେ । ଆମର କିଛି କ୍ଷତି ହୋଇଛି, କିନ୍ତୁ ଆମର ପାଇଲଟ୍ମାନେ ସୁରକ୍ଷିତ ଅଛନ୍ତି ।'
ନିଜ ପୋଷ୍ଟରେ ସିଡିଏସଙ୍କ ସାକ୍ଷତକାରକୁ ଉଲ୍ଲେଖ କରି ଖଡଗେ ଲେଖିଛନ୍ତି, ‘ସିଡିଏସ କହିଛନ୍ତି ଯେ ଆମେ ଏହାକୁ ତିଆରି କଲୁ, ସଜାଡିଲୁ, ଠିକ୍ କଲୁ ଓ ପୁଣି ଦୁଇ ଦିନ ପରେ ଏହାକୁ ଲାଗୁ କଲୁ ଓ ନିଜର ସବୁ ଯୁଦ୍ଧ ବିମାନକୁ ପୁଣି ଥରେ ଦୀର୍ଘ ଦୂର ମିଶନରେ ପଠାଇଲୁ ।‘ ଏହାସହ କଂଗ୍ରେସ ଅସ୍ତ୍ରବିରତିକୁ ନେଇ ଟ୍ରମ୍ପଙ୍କ ଦାବି ଉପରେ ବି ପ୍ରଶ୍ନ ଉଠାଇଛି । କଂଗ୍ରେସ ଅଧ୍ୟକ୍ଷ ଖଡଗେ ଲେଖିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅସ୍ତ୍ରବିରତିକୁ ନେଇ ପୁଣି ଥରେ ଦାବି ଦୋହରାଇଛନ୍ତି । ଏହା ଶିମଲା ବୁଝାମଣାର ସିଧା ଅପମାନ ଅଟେ । ଖଡଗେ ପ୍ରଶ୍ନ କରିଛନ୍ତି ଯେ ଅସ୍ତ୍ରବିରତିର ସର୍ତ୍ତ କଣ ଥିଲା । ୧୪୦ କୋଟି ଦେଶଭକ୍ତ ଭାରତୀୟ ଏହା ଜାଣିବାକୁ ଚାହୁଁଛନ୍ତି ।