ମୁମ୍ଵାଇ ୦୧।୦୬; ବଲିଉଡ୍ ଅଭିନେତ୍ରୀ ତୃପ୍ତି ଡିମ୍ରି। ବର୍ତ୍ତମାନ ସେ ପ୍ରଭାସଙ୍କ ଅଭିନୀତ ଫିଲ୍ମ 'ସ୍ପିରିଟ୍'ରେ ଦୀପିକା ପାଦୁକୋନଙ୍କୁ ରିପ୍ଲେସ୍ କରିଛନ୍ତି । ଏନେଇ ଅଭିନେତ୍ରୀ ମେ ୨୪ ତାରିଖରେ ଏକ ପୋଷ୍ଟ ସେୟାର କରି ଫିଲ୍ମର ଏକ ଅଂଶ ହେବାର ଘୋଷଣା କରିଥିଲେ। ଏବେ, ଏପରି ଏକ ଖବର ଆସିଛି ଯେ ଅଭିନେତ୍ରୀ 'ସ୍ପିରିଟ୍' ପାଇଁ ମୋଟା ଅଙ୍କର ଟଙ୍କା ନେଇଛନ୍ତି।
ତୃପ୍ତି ଡିମ୍ରି ଶ୍ରୀଦେବୀଙ୍କ ଫିଲ୍ମ 'ମମ୍'ରେ ବଲିଉଡ୍ରେ ଡେବ୍ୟୁ କରିଥିଲେ। ଏହା ପରେ, ସେ ଶ୍ରେୟସ ତଲ୍ପଡେଙ୍କ ଫିଲ୍ମ 'ପୋଷ୍ଟର ବଏଜ୍'ରେ ମଧ୍ୟ ନଜର ଆସିଥିଲେ। ଏହା ପରେ ତୃପ୍ତି ବାବିଲ ଖାନଙ୍କ ସହିତ 'କାଲା' ଏବଂ ଅଭିନାଶ ତିୱାରୀଙ୍କ ସହିତ 'ବୁଲ୍ବୁଲ୍' ଭଳି ଫିଲ୍ମରେ କାମ କରିଥିଲେ। କିନ୍ତୁ ସେ ତାଙ୍କର ଫେମ୍ ୨୦୨୩ ମସିହାରେ ପାଇଥିଲେ ।
୨୦୨୩ ମସିହାରେ ରଣବୀର କପୁରଙ୍କ ଫିଲ୍ମ 'ଆନିମଲ୍' ମୁକ୍ତିଲାଭ କରିଥିଲା । ଯାହା ତୃପ୍ତିଙ୍କୁ ରାତାରାତି ଷ୍ଟାର୍ କରି ଦେଇଥିଲା। ରିପୋର୍ଟ ଅନୁଯାୟୀ, ଏହି ଫିଲ୍ମ ପାଇଁ ଅଭିନେତ୍ରୀ ୪୦ ଲକ୍ଷ ଟଙ୍କା ଚାର୍ଜ କରିଥିଲେ। 'ଆନିମଲ୍'ରୁ ଲୋକପ୍ରିୟତା ପାଇବା ପରେ, ତୃପ୍ତି ତାଙ୍କର ଫି’ ଦ୍ୱିଗୁଣିତ କରିଦେଲେ। ସେ ଭିକି କୌଶଲଙ୍କ ବିପକ୍ଷରେ 'ବ୍ୟାଡ୍ ନ୍ୟୁଜ୍' ଫିଲ୍ମ ପାଇଁ ୮୦ ଲକ୍ଷ ଟଙ୍କା ଚାର୍ଜ କରିଥିଲେ।
ଏହିପରି ଭାବରେ, ୨୦୨୩ ରୁ ୨୦୨୫ ପର୍ଯ୍ୟନ୍ତ, ତୃପ୍ତି ତାଙ୍କର ଗୋଟିଏ ଫିଲ୍ମର ଫିସ୍ ୨୫ ଗୁଣ ବୃଦ୍ଧି କରିଛନ୍ତି। ପ୍ରତ୍ୟେକ ଫିଲ୍ମ ସହିତ, ଅଭିନେତ୍ରୀ ତାଙ୍କର ଫିସ୍ ବୃଦ୍ଧି କରି ଚାଲିଲେ । ଆଉ ଏବେ, ଏହି ଅଭିନେତ୍ରୀ ତାଙ୍କର ଗୋଟିଏ ଫିଲ୍ମ ପାଇଁ ୧୦ କୋଟି ଟଙ୍କା ନେଉଛନ୍ତି। ଫି ମାମଲାରେ, ତୃପ୍ତି ଜାହ୍ନବୀ କପୁର ଏବଂ ଅନନ୍ୟା ପାଣ୍ଡେ ଭଳି ଯୁବ ତାରକାଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି।