ଇରାନର ସର୍ବୋଚ୍ଚ ନେତା ଖୋମିନିଙ୍କୁ ହତ୍ୟା କରିବାର ଯୋଜନା କରିଥିଲା ଇସ୍ରାଏଲ, ରୋକିଲା ଆମେରିକା

Published By : Prameya-News7 Bureau | June 15, 2025 IST

indiatoday

ନୂଆଦିଲ୍ଲୀ: ଇସ୍ରାଏଲ ଇରାନ ସର୍ବୋଚ୍ଚ ନେତାଙ୍କ ହତ୍ୟା ଯୋଜନାକୁ ରୋକିଲେ ଟ୍ରମ୍ପ। କହିଲେ କୌଣସି ଆମେରିକୀୟଙ୍କ କ୍ଷତି ବିନା ଇରାନର ସର୍ବୋଚ୍ଚ ନେତାଙ୍କୁ ହତ୍ୟା କରିବା ଅନୁଚିତ। ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲି ଖାମେନିଙ୍କୁ ହତ୍ୟା କରିବା ପାଇଁ ଇସ୍ରାଏଲର ଯୋଜନାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭିଟୋ କରିଛନ୍ତି। ଏନେଇ ଦୁଇଜଣ ଆମେରିକୀୟ ଅଧିକାରୀ ରଏଟର୍ସକୁ ସୂଚନା ଦେଇଛନ୍ତି।

ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ କହିଛନ୍ତି ଯେ, "ଇରାନୀମାନେ ଏପର୍ଯ୍ୟନ୍ତ ଜଣେ ବି ଆମେରିକୀୟଙ୍କୁ ହତ୍ୟା କରିଛନ୍ତି କି? ନା। ଯେପର୍ଯ୍ୟନ୍ତ ସେମାନେ ଏପରି କରି ନାହାନ୍ତି, ସେପର୍ଯ୍ୟନ୍ତ ଆମେ ରାଜନୈତିକ ନେତୃତ୍ୱକୁ ଉପରେ ଆକ୍ରମଣ କରିବାକୁ କଥା ଉଠାଇବୁନି।" ଅନ୍ୟପଟେ ଏହି ରିପୋର୍ଟ ସମ୍ପର୍କରେ ପଚରାଯିବାରୁ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ମନ୍ତବ୍ୟ ଦେବାକୁ ମନା କରିଥିଲେ। ଏବଂ କହିଥିଲେ, "ମୁଁ ଏଥିରେ ପଶିବାକୁ ଚାହୁଁନି।"

ପଢନ୍ତୁ- ପ୍ରୋଟକଲ ଭାଙ୍ଗି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ୱାଗତ କଲେ ସାଇପ୍ରସ୍‌ ରାଷ୍ଟ୍ରପତି: ତୁର୍କୀଏକୁ ବିଚଳିତ କରିପାରେ ଦୃଶ୍ୟ

ଇତି ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ, ଫକ୍ସ ନ୍ୟୁଜକୁ ଏକ ଟେଲିଭିଜନ ସାକ୍ଷାତକାର ଦେଇ ଇରାନର ସରକାର ପରିବର୍ତ୍ତନ କଥା କହିଥିଲେ। ସେ କହିଥିଲେ ଶୁକ୍ରବାର ଠାରୁ ଇସ୍ରାଏଲର ଜାରି ରଖିଥିବା ସାମରିକ ଆକ୍ରମଣ ଯୋଗୁ ଇରାନରେ ଶାସନ ପରିବର୍ତ୍ତନ ହୋଇପାରେ। ତେବେ ଇରାନ ଉପରେ ଆକ୍ରଣ କରିବା ପୂର୍ବରୁ ସେ ଆମେରିକାକୁ ଏ ବିଷୟରେ ଅବଗତ କରାଇଥିଲେ ବୋଲି ନେତାନ୍ୟାହୁ ଟେଲିଭିଜନରେ ସ୍ୱୀକାର କରିଥିଲେ। 

ଗୋଟିଏ ପଟେ ଟ୍ରମ୍ପ ଇରାନକୁ ସାମରିକ କାର୍ଯ୍ୟାନୁଷ୍ଠାନର ଧମକ ଦେଉଛନ୍ତି ଅନ୍ୟପଟେ ଶାନ୍ତିଦୂତର ଅଭିନୟ କରୁଛନ୍ତି। ଟ୍ରମ୍ପଙ୍କ ଦୋମୁହାଁ ଛବିକୁ ନେଇ ବିଶ୍ୱ ଦ୍ୱନ୍ଦ୍ୱରେ ଥିବା ବେଳେ ତୁର୍କିଏ କିନ୍ତୁ ମଧ୍ୟପ୍ରାଚ୍ୟରେ ସ୍ଥିରତା କାଏମ ପାଇଁ ମଧ୍ୟସ୍ଥତା କଥା କହିଛି। ଉତ୍ତେଜନା ମଧ୍ୟରେ, ରବିବାର ଟ୍ରମ୍ପଙ୍କ ସହ ଏକ ଫୋନ ଯୋଗ କଥା ହୋଇ ତୁର୍କୀଏ ରାଷ୍ଟ୍ରପତି ରେସେପ୍ ତାୟିପ୍ ଏର୍ଦୋଗାନ୍ ମଧ୍ୟସ୍ଥତା ପ୍ରସ୍ତାବ ଦେଇଛନ୍ତି। ସେ କହିଛନ୍ତି ଯେ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷର କେନ୍ଦ୍ରରେ ଥିବା ପରମାଣୁ ବିବାଦର ସମାଧାନ ପାଇଁ ଆମ ମଧ୍ୟସ୍ଥତା କରିବାକୁ ପ୍ରସ୍ତୁତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.