ବ୍ରିକ୍ସ ଦେଶ ଉପରେ ଅତିରିକ୍ତ ୧୦% ଟାରିଫ୍ ଘୋଷଣା କଲେ ଟ୍ରମ୍ପ, କହିଲେ- ଅଗଷ୍ଟ ୧ରୁ ସମସ୍ତଙ୍କ ଉପରେ ଲାଗୁ ହେବ

Published By : Prameya-News7 Bureau | July 08, 2025 IST

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଟାରିଫ୍ ୱାର୍ ଆରମ୍ଭ କରିଛନ୍ତି । ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ଉପରେ ଅତିରିକ୍ତ ୧୦ ପ୍ରତିଶତ ଆମଦାନୀ ଶୁଳ୍କ ଘୋଷଣା କରିଛନ୍ତି । ଏହା ବ୍ୟତୀତ ଟାରିଫ୍ ଲାଗୁ ହେବା ତାରିଖରେ କୌଣସି ପରିବର୍ତ୍ତନ ହେବା ନାହିଁ ବୋଲି ଘୋଷଣା କରିଛନ୍ତି । ଅର୍ଥାତ୍ ଏବେ ସବୁ ଦେଶ ଉପରେ ଅଗଷ୍ଟ ୧ରୁ ଅତିରିକ୍ତ ଆମଦାନୀ ଶୁଳ୍କ ଆଦାୟ କରାଯିବ ।

ଟ୍ରୁଥ୍ ସୋସିଆଲ ପୋଷ୍ଟ କରାଯାଇଛି, ୨୦୨୫ ଅଗଷ୍ଟ ୧ରୁ ଟାରିଫ ଲାଗୁ ହୋଇଯିବ । କୌଣସି ଏକ୍ସଟେନସନ ମିଳିବ ନାହିଁ । ଟ୍ରମ୍ପ ପୋଷ୍ଟରେ କହିଛନ୍ତି, 'ଗତକାଲି ଅନେକ ଦେଶଙ୍କୁ ପଠାଯାଇଥିବା ପତ୍ର ଓ ଆଜି, କାଲି କିମ୍ୱା ଆଗାମୀ କିଛି ଦିନରେ ଚିଠି ପଠାଯିବା ସହ ଅଗଷ୍ଟ ୧ରୁ ଟାରିଫ୍ ଆଦାୟ ଆରମ୍ଭ ହେବ । ଏହି ତାରିଖରେ କୌଣସି ପରିବର୍ତ୍ତନ ହୋଇନାହିଁ ଏବଂ କୌଣସି ପରିବର୍ତ୍ତନ ହେବ ନାହିଁ।' 

ଶୁଳ୍କ ମାମଲାରେ ଭାରତକୁ ନେଇ ଟ୍ରମ୍ପ କହିଛନ୍ତି, 'ଯଦି ସେମାନେ BRICSରେ ଅଛନ୍ତି, ତେବେ ସେମାନଙ୍କୁ ନିଶ୍ଚିତ ଭାବରେ ୧୦% ଦେବାକୁ ପଡିବ । BRICS ଆମକୁ କ୍ଷତି ପହଞ୍ଚାଇବା ପାଇଁ, ଆମର ଡଲାରକୁ ତଳକୁ ଆଣିବା ପାଇଁ ପ୍ରତିଷ୍ଠିତ ହୋଇଥିଲା । ଡଲାର ହେଉଛି ରାଜା । ଆମେ ଏହାକୁ ସେହିପରି ରଖିବୁ । ଯଦି ଲୋକମାନେ ଏହାକୁ ଚ୍ୟାଲେଞ୍ଜ କରିବାକୁ ଚାହାଁନ୍ତି, ତେବେ ସେମାନେ କରିପାରିବେ, କିନ୍ତୁ ସେମାନଙ୍କୁ ଏକ ବଡ଼ ମୂଲ୍ୟ ଦେବାକୁ ପଡିବ । ମୁଁ ଭାବୁନାହିଁ ଯେ ସେମାନଙ୍କ ମଧ୍ୟରୁ କେହି ସେହି ମୂଲ୍ୟ ଦେବାକୁ ପ୍ରସ୍ତୁତ ଅଛନ୍ତି ।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.