କଙ୍ଗାରୁ କୋର୍ଟ ନେଇ ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ, କହିଲେ ହାତକୁ ନେଲେ କେହି ବାଦ୍ ପଡିବେନି

Published By : Prameya-News7 Bureau | July 14, 2025 IST

ଭୁବନେଶ୍ୱର ୧୪/୦୭: ରାଜ୍ୟରେ ଘଟୁଥିବା କଙ୍ଗାରୁ କୋର୍ଟ ଉପରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ । ସେ କହିଛନ୍ତି ଆଇନକୁ ହାତକୁ ନେଲେ କେହି ବର୍ତ୍ତିବେନି । ସେ ଯେ କେହି ବି ହୋଇଥିବେ ଦଣ୍ଡିତ ହେବେ ନିଶ୍ଚୟ । କଙ୍ଗାରୁ କୋର୍ଟ କରି ନିର୍ଯାତନା ଦେଲେ ଏନେଇ ସରକାରଙ୍କ ସ୍ପଷ୍ଟ ଆଇନ ଅଛି । ଗାଁର କିଛି ପ୍ରଭାବଶାଳୀ ଲୋକ ଏ କାମ କରୁଛନ୍ତି ବୋଲି କହିଛନ୍ତି ଆଇନ ମନ୍ତ୍ରୀ। ତେବେ ସଚେତନତାର ଅଭାବ ଯୋଗୁ ଏପରି ଘଟୁଥିବା ସୋ ଦୋହରାଇଛନ୍ତି । 

ସୂଚନା ଥାଉକି, ରବିବାର କୋରାପୁଟ ଜିଲ୍ଲାରେ ଯୁବକ-ଯୁବତୀଙ୍କୁ ବଳଦ ଭଳି ହଳ କରାଯାଇଛି । ଏଭଳି ଘଟଣା ଲୋକ ଲୋଚନକୁ ଆସିଛି ଯାହା , ସଭ୍ୟ ଓ ଶିକ୍ଷିତ ସମାଜକୁ ସ୍ତବ୍ଧ କରୁଛି । କିନ୍ତୁ ଏହି ଘଟଣା ପଛରେ ରହିଛି ଆଦିବାସୀ ପରମ୍ପରାର କାହାଣୀ । ଉଭୟ ଯୁବକ-ଯୁବତୀ ପ୍ରେମ କରୁଥିଲେ ଏବଂ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ । ରଥଯାତ୍ରା ଯାତ୍ରା ସମୟରେ ନରେନ୍ଦ୍ର ଓ ଆଶାନ୍ତି ଉଭୟ ଭଲ ପାଇବା ଆରମ୍ଭ କରିଥିଲେ। ସେମାନେ ଗାଁ ଛାଡ଼ି ଆନ୍ଧ୍ରପ୍ରଦେଶକୁ ଚାଲି ଯାଇଥିଲେ । 

ସେଠାରେ କିଛି ଦିନ ରହିଲା ପରେ ନିକଟରେ ଘରକୁ ଫେରିଥିଲେ । କିନ୍ତୁ ପରିବାର ଲୋକମାନେ ଦୁଇଜଣଙ୍କର ଭଲପାଇବାକୁ ସ୍ବୀକୃତି ଦେଇନଥିଲେ । ଗାଁ ରେ ପ୍ରବେଶ କରେଇନଥିଲେ । ତେଣୁ ଦୁଇ ଗାଁର ଭଦ୍ରଲୋକ ଓ ପରିବାରର ଲୋକଙ୍କୁ ନେଇ ବୈଠକ ବସିଥିଲା । ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଆଦିବାସୀ ପ୍ରଥା ପରଂପରା ଅନୁସାରେ ଧରଣୀ ପେନୁଙ୍କୁ ତଥା ଗାଁ ଇଷ୍ଟ ଦେବୀ କୁସନ୍ତୁଷ୍ଟ କରିବା ପାଇଁ ହଳ-ଲଙ୍ଗଳ ମଗା ଯାଇଥିଲା । 

ଏହା ପରେ ଉଭୟ ପ୍ରେମିକ-ପ୍ରେମିକାଙ୍କ ବେକରେ ରଶି ଓ ହଳ-ଲଙ୍ଗଳ ଲଗାଇ ଗାଁରେ ‌ସାତ ଇଷ୍ଟ ଦେବୀ ଆଗରେ ଦୁଇ ପ୍ରେମୀ ଯୁଗଳଙ୍କୁ ବଳଦ ହୋଇ ଘେରା ବୁଲା ଯାଇଥିଲା । ଶେଷରେ ଯୁବକ ଜଣକ ତାର ପ୍ରେମିକାକୁ ଧରି ନିଜ ଘରକୁ ଆସି ଆଶ୍ରୟ ନେଇଛନ୍ତି । ପୂର୍ବରୁ ବି କିଛିଦିନ ତଳେ ରାୟଗଡାରେ ବି ସମାନ ଘଟଣା ଘଟିଥିଲା । ଆଉ ନିୟମିତ ବ୍ୟବଧାନରେ ଏମିତି ଘଟିବାକୁ ନେଇ ଚିନ୍ତା ବ୍ୟକ୍ତି କରିଛନ୍ତି ଆଇନମନ୍ତ୍ରୀ । ସେ କହିଛନ୍ତି ଏହା ଅତ୍ୟନ୍ତ ଅନୈତିକ କାମ। ଏହା ଏକ ଘୃଣ୍ୟ ପ୍ରଥା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.