ସିଦ୍ଧାର୍ଥ-ଜାହ୍ନବୀଙ୍କ ଫ୍ୟାନ୍ସ ପାଇଁ ବ୍ୟାଡ୍ ନ୍ୟୁଜ୍, ଘୁଞ୍ଚିଲା ଫିଲ୍ମ ‘ପରମ ସୁନ୍ଦରୀ’ର ରିଲିଜ୍ ଡେଟ୍

Published By : Prameya-News7 Bureau | July 14, 2025 IST

ମୁମ୍ଵାଇ ୧୪।୦୭; ଅପ୍‌କମିଙ୍ଗ ରୋମାଣ୍ଟିକ୍‌ କମେଡି ଫିଲ୍ମ ‘ପରମ ସୁନ୍ଦରୀ’ । ଏହି ଫିଲ୍ମ ଜରିଆରେ ପ୍ରଥମ ଥର ସ୍କ୍ରିନ୍‌ ସେୟାର କରିବାକୁ ଯାଉଛନ୍ତି ସିଦ୍ଧାର୍ଥ ମଲହୋତ୍ରା ଓ ଜାହ୍ନବୀ କପୁର । ଆସନ୍ତା  ୨୫ ତାରିଖରେ ‘ସନ୍‌ ଅଫ୍‌ ସର୍ଦ୍ଦାର-୨’ ସହିତ ‘ପରମ ସୁନ୍ଦରୀ’ର ଟକ୍କର ହୋଇଥାଆନ୍ତା। ସେଥିପାଇଁ ‘ପରମ ସୁନ୍ଦରୀ’ର ନିର୍ମାତା ଫିଲ୍ମ ରିଲିଜ୍‌  ତାରିଖକୁ ଘୁଞ୍ଚାଇବା ପାଇଁ ଯୋଜନା କରୁଥିଲେ । ଏବେ ଫିଲ୍ମର ନୂଆ   ତାରିଖ ଘୋଷଣା ହୋଇଛି । 

ଆସନ୍ତା ଅଗଷ୍ଟରେ ଏହା ମୁକ୍ତିଲାଭ କରିବ ବୋଲି ନିର୍ମାତା ସ୍ପଷ୍ଟ କରିଛନ୍ତି । ତେବେ ତାରିଖ ଅଦ୍ୟାବଧି ଭାବେ ଘୋଷଣା  ହୋଇନାହିଁ । ଗତ ମେ’ ୨୯ ତାରିଖରେ ‘ପରମ ସୁନ୍ଦରୀ’ର ଫାଷ୍ଟ  ଲୁକ୍‌ ଜାରି ହୋଇଥିଲା । ତୁଷାର ଜଲୋଟାଙ୍କ ନିର୍ଦ୍ଦେଶିତ ଏହି   ଫିଲ୍ମରେ ପରମ ଭୂମିକାରେ ସିଦ୍ଧାର୍ଥ ଓ ସୁନ୍ଦରୀ ଭୂମିକାରେ  ପରଦାକୁ ଆସିବେ ଜାହ୍ନବୀ । ଗତ ୧୧ ତାରିଖରେ ରାଜକୁମାର  ରାଓଙ୍କ ଫିଲ୍ମ ‘ମାଲିକ’ ମୁକ୍ତିଲାଭ କରିଥିଲା। ଏଥିରେ ଦୁଇଟି   ଟିଜର୍‌ ଦେଖିବାକୁ ମିଳିଥିଲା, ସେଥିମଧ୍ୟରୁ ଗୋଟିଏ ‘ପରମ  ସୁନ୍ଦରୀ’ର । ଖାସ୍‌ କଥା ହେଉଛି, ଗତ ମେ’ ମାସରେ  ରିଲିଜ୍‌ ହୋଇଥିବା ଫିଲ୍ମର ଟିଜର୍‌ ଏଥିରେ ପୁନଃ ପ୍ରଦର୍ଶିତ   ହୋଇଥିଲା। ତେବେ କେବଳ ଗୋଟିଏ ପରିବର୍ତ୍ତନ ହୋଇଛି ।  

ଫିଲ୍ମଟି ଆସନ୍ତା ଅଗଷ୍ଟରେ ବିଶ୍ୱସ୍ତରରେ ମୁକ୍ତିଲାଭ କରିବ  ବୋଲି ଉଲ୍ଲେଖ ହୋଇଛି । ଅଗଷ୍ଟ ୧ ତାରିଖରେ ‘ଧଡ଼କ୍‌-୨’ ରିଲିଜ୍‌ ହେବ । ୧୪ରେ ହ୍ରିତିକ-ଜୁନିୟର ଏନ୍‌ଟିଆର୍‌   ଓ କିଆରା ଆଡ଼ଭାନିଙ୍କ ‘ୱାର୍‌-୨’ ଏବଂ ରଜନୀକାନ୍ତଙ୍କ  ‘କୁଲି’ ରିଲିଜ୍‌ ହେବାକୁ ଯାଉଛି । ୨୯ ତାରିଖରେ ‘ପରମ  ସୁନ୍ଦରୀ’ ରିଲିଜ୍‌ ହୋଇପାରେ ବୋଲି ଆଶା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.