କିଡନୀ ରୋଗୀ ମୃତ୍ୟୁକୁ କୁହାଯାଉଛି ମଦ ମୃତ୍ୟୁ, ମିଛ କଥାରେ ବିଶ୍ୱାସ ନକରିବାକୁ ପରାମର୍ଶ

Published By : Prameya-News7 Bureau | July 14, 2025 IST

ଭୁବନେଶ୍ୱର ୧୪/୦୭: ଢେଙ୍କାନାଳ ରାସୋଳରେ ମଦ ମୃତ୍ୟୁ ଘଟଣା ସମ୍ପୂର୍ଣ ରୂପେ ମିଥ୍ୟା ଘଟଣା । ମିଛ କଥା କାରଣରୁ ତାହା ବନ୍ଦ ହେଲା । କିଡ଼ନୀ ରୋଗୀଙ୍କ ମୃତ୍ୟୁ ହେଲା ତାକୁ ମଦ ମୃତ୍ୟୁ କୁହାଗଲା । ମିଡ଼ିଆ ଏ ବିଷୟରେ ଅବଗତ ହେବା ପରେ ଖବର ବନ୍ଦ ହେଲା । ମଦ ମୃତ୍ୟୁ ନେଇ ଅନେକ ଗୁଡିଏ ମିଥ୍ୟା କଥା ଆସୁଛି । 

ସମସ୍ତ ଜିଲ୍ଲାର ସୁପାରିଟେଣ୍ଡେଣ୍ଟ ଏକ୍ସସାଇଜ ଅଫିସରଙ୍କ ସମୀକ୍ଷା ବୈଠକରେ ସମ୍ପୂର୍ଣ ରୂପେ ସ୍ୱାଧୀନତା ଦିଆଯାଇଛି । ଯେଉଁ ଜାଗାରେ ଚୋରା ମଦ ଏବଂ ବିଦେଶୀ ମଦର କୋଚିଆ ବିକ୍ରି ହେଉଛି ।  ସେସବୁ ସମୂଳେ ନିପାତ କରିବା ପାଇଁ ଯୋଜନା ଚାଲିଛି । 

ସୂଚନା ଥାଉକି, ରବିବାର ଦେଶୀ ମଦ ପିଇ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ଢେଙ୍କାନାଳ ହିନ୍ଦୋଳ ରାସୋଳ ଥାନା ଅନ୍ତର୍ଗତ ବମ୍ପା ଗାଁରେ ଘଟିଥିଲା ଏଭଳି ଘଟଣା । ମୃତକମାନେ ଦେଶୀ ମଦ ପିଇ ଥିଲେ ବୋଲି କୁହାଯାଇଛି । ମଦ ପିଇବା ପରେ ସେମାନଙ୍କର ଛାତି ବିନ୍ଧିବା ସହିତ ଅଣ ନିଶ୍ୱାସୀ ହୋଇ ପଡିଥିଲେ । ତେବେ ବିଷାକ୍ତ ମଦ ପିଇ ଉଭୟଙ୍କର ମୃତ୍ୟୁ ହୋଇଛି ନା ଅନ୍ୟ କୌଣସି କାରଣ ପାଇଁ ସେ ନେଇ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି କୁହାଯାଇଥିଲା । ଏବେ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.