ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଟୁରିଷ୍ଟ ବସ୍ : ୩ ଗୁରୁତର, ୧୫ ସାମାନ୍ୟ ଆହତ

NEWS7
truck-durghatana-at-muniguda

ବୌଦ୍ଧ ୩୧।୧୨: ବୌଦ୍ଧ ଆଦର୍ଶ ଥାନା ଅନ୍ତର୍ଗତ ଜାତୀୟ NH 57 ରଇଠାଣୀ-ସରସରା ରାସ୍ତାରେ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ । ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ଏକ ବଡ଼ ଗଛରେ ପିଟି ହୋଇ ରାସ୍ତା ତଳକୁ ଖସିଲା ବସ୍ । ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରୁ ପ୍ରାୟ ୧୮ ଜଣ ପର୍ଯ୍ୟଟକକୁ ନେଇ ଏହି ବସ୍ଟି ଯାଉଥିବା ବେଳେ ପର୍ଯ୍ୟଟକ ମାନେ ସମ୍ବଲପୁରରେ ମା’ ସମଲେଶ୍ଵରୀଙ୍କ ଦର୍ଶନ ପାଇଁ ଯାଉଥିବା ଜଣାପଡିଛି ।

ଏହି ଦୁର୍ଘଟଣାରେ ୩ ପର୍ଯ୍ୟଟକ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ୧୫ଜଣ ପର୍ଯ୍ୟଟକ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ତେବେ ସମସ୍ତଙ୍କୁ ବୌଦ୍ଧ ମେଡ଼ିକାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତେ ନିଜ ଅଞ୍ଚଳକୁ ଅନ୍ୟ ଏକ ଗାଡ଼ିରେ ଫେରିଯାଇଥିବା ଜଣାପଡିଛି । ସେପଟେ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଏଭଳି ଦୁର୍ଘଟଣା ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ ଘଟଣାସ୍ଥଳରେ ଆଦର୍ଶ ଥାନା ପୋଲିସର ଅଧିକ ତଦନ୍ତ ଜାରି ରହିଛି ।