LIVE TV

କଟକରେ ଭାଙ୍ଗିଲା ଫ୍ଲାଟ୍ର ବାଲକୋନି, ୪ ଜଣ ଆହତ ସୂଚନା

NEWS7
trap-line-on-andhra-odisha-coastal-wind-speed-may-go-upto-40-45km-per-hour

କଟକ ୮୧୧: କଟକରେ ବାଲକୋନି ଭାଙ୍ଗି ପଡ଼ିବାରୁ ୪ ଜଣ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ମଣିସାହୁ ଛକ ନିକଟସ୍ଥ ଏକ ଫ୍ଲାଟ୍‌ର ବାଲକୋନି ଭାଙ୍ଗି ତଳେ ଥିବା ଆଜବେଷ୍ଟସ ଘର ଉପରେ ପଡ଼ିଥିଲା । ଫଳରେ ଘର ଭିତରେ ଥିବା ଲୋକେ ଆହତ ହୋଇଛନ୍ତି । ତେବେ ୪ଟା ୪୫ ମିନିଟ୍ ସମୟରେ ଘଟିଛି ଏହି ଘଟଣା ।

​​​​​​​

ଏହି ଘଟଣାରେ ଘର ଭିତରେ ଥିବା ଦୁଇ ଜଣ ଗୁରୁତର ଆହତ ହୋଇଥିବା ବେଳେ ଆଉ ଦୁଇ ଜଣ ସାମାନ୍ୟ ଆହତ ହୋଇଛନ୍ତି । ଘଟଣାସ୍ଥଳରେ କଟକ ଅଗ୍ନିଶମ ବାହିନୀ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି । ତେବେ ବାଲକୋନି ଭାଙ୍ଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି ।