୪ ବର୍ଷର ଶିଶୁ କନ୍ୟାକୁ ଧରି କିନ୍ନର ମାରିଲେ ଚମ୍ପଟ !

Published By : Prameya-News7 Bureau | April 19, 2025 IST

କରଞ୍ଜିଆ: ଉଡ଼ାଯାତ୍ରା ଦେଖିବାକୁ ଆସିଥିବା ମହିଳାଙ୍କ ଝିଅକୁ ଅପହରଣ କରିନେଲେ କିନ୍ନର। ୪ ବର୍ଷର ଝିଅକୁ ନେଇ ଚମ୍ପଟ ମାରିଲା କିନ୍ନର। ଘଟଣା ଘଟିଛି ମୟୂରଭଞ୍ଜ ଠାକୁରମୁଣ୍ଡାରେ। ସୂଚନା ଅନୁଯାୟୀ, କରଞ୍ଜିଆ ଥାନା ମହ୍ଲାରପଦା ଗ୍ରାମର ସିପି ପାତ୍ର କେନ୍ଦ୍ରାପଡ଼ା ଆଳିରେ ଦିନ ମଜୁରିଆ ଭାବେ କାମ କରନ୍ତି । ୧୭ ତାରିଖରେ ଆଳିରୁ ଠାକୁରମୁଣ୍ଡାକୁ ଉଡ଼ାଯାତ୍ରା ଦେଖିବାକୁ ଆସି ସନ୍ଧ୍ୟାରେ ଠାକୁରମୁଣ୍ଡା ହନୁମାନ ଛକରେ ଓହ୍ଲାଇଥିଲେ। ହେଲେ ଶୌଚାଳୟ ପାଇଁ ଯିବାର ଆବଶ୍ୟକତା ପଡ଼ିବାରୁ ସେ ନିଜ କନ୍ୟା ସନ୍ତାନକୁ ସେଠାରେ ଥିବା ଜଣେ କିନ୍ନରଙ୍କ ପାଖରେ ଛାଡ଼ି ଯାଇଥିଲେ।

ହେଲେ ଶୌଚ ସାରି ଫେରିବା ପରେ ଛୁଆ କିମ୍ବା କିନ୍ନରକୁ ନପାଇ ଏଣେ ତେଣେ ଖୋଜିଥିଲେ । ଅନେକ ସମୟ ଖୋଜିବା ପରେବି ଛୁଆକୁ ପାଇନଥିଲେ ସିପି । ଶେଷରେ ନିରାଶ ହୋଇ ୧୮ ତାରିଖ ଦିନ ଠାକୁରମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜକୁ ମଧ୍ୟ ତଦନ୍ତ ପରିସରକୁ ନେଇଛି। ତେବେ ଜଣାପଡ଼ିଛି କିନ୍ନର ଜଣକ ଲକ୍ଷ୍ମୀ ନାମକ ବସ୍‌ରେ ଭୁବନେଶ୍ୱର ଅଭିମୁଖେ ଚାଲିଯାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.