ଯୁଦ୍ଧ ହେଲେ...; ଟପ୍ ଟେନ୍ ସ୍ବଦେଶୀ ମାରାତ୍ମକ ଅସ୍ତ୍ର ପାକିସ୍ତାନ ପାଇଁ କାଳ ହେବ; ପ୍ରଚଣ୍ଡ ପ୍ରହାରରେ ମାଟିରେ ମିଶିବ ପଡ଼ୋଶୀ

Published By : Prameya-News7 Bureau | April 27, 2025 IST

ନୂଆଦିଲ୍ଲୀ: ଅସ୍ତ୍ର ଭଣ୍ଡାରରେ ମେକ୍ ଇନ୍ ଇଣ୍ଡିଆ ଅସ୍ତ୍ର ଭର୍ତ୍ତି । ସ୍ବଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର । ପାକିସ୍ତାନର ନିଦ ହଜାଇବା ପାଇଁ ଯଥେଷ୍ଟ । ସ୍ବଦେଶୀ ଇଞ୍ଜିନିୟରିଂ ଓ ଅତ୍ୟାଧୁନିକ ଟେକ୍ନୋଲୋଜିରେ ଭାରତର ଟପ୍ ଟେନ୍ ମାରାତ୍ମକ ଅସ୍ତ୍ର ପାକିସ୍ତାନ ପାଇଁ କାଳ ସାବ୍ୟସ୍ତ ହେବ । ଯୁଦ୍ଧ ଆରମ୍ଭ ହେଲେ ଶୁତ୍ର ଦେଶର ସେନା କ୍ୟାମ୍ପରେ ଭୟରେ ଥରହର ହେବ । 

ପଡୋଶୀ ଏଥର ପାନେ ପାଇବ । ଯୁଦ୍ଧ ହେଲେ ମାଟିରେ ମିଶିବ ପାକିସ୍ତାନ। ସେନା ସୁନିଶ୍ଚିତ କଲାଣି, ମେକ୍ ଇନ୍ ଇଣ୍ଡିଆ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ । ଟାର୍ଗେଟକୁ ହିଟ୍ କରିବ, ପାକ୍ କାନରୁ ଧୁଆଁ ବାହାରିବ । ପାହଲଗାମରେ ପାକିସ୍ତାନ ପ୍ରେରିତ ଆତଙ୍କବାଦୀ ନୀରିହ ପର୍ଯ୍ୟଟକଙ୍କୁ ହତ୍ୟା କରିବା ପରେ ରାଗରେ ଗରଗର ହେଉଛି ପୂରା ଦେଶ । ସବୁଠି ବିରୋଧାଭାଷ, ସରକାର ଶୀଘ୍ର ନିଅ କାର୍ଯ୍ୟାନୁଷ୍ଠାନ । ଏପଟେ ବିଶ୍ବର ଚତୁର୍ଥ ଶକ୍ତିଶାଳୀ ସେନା ମଧ୍ୟ କୌଣସି ବି ପ୍ରତିକୂଳ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିଛି । ତିନି ସେନା ପୂରା ତୟାରି କରି ବସିଛି । ଆଉ ସରକାରଙ୍କ ଅଦେଶକୁ ଅପେକ୍ଷା କରିଛି । ମେକ୍ ଇନ୍ ଇଣ୍ଡିଆ ଅସ୍ତ୍ରରେ ପାକିସ୍ତାନର ହୋସ୍ ଉଡ଼ିବ ।   


ପ୍ରଥମରେ ରହିଛି, ମହାବିନାଶକ ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍ ମିସାଇଲ୍ । ଭାରତ ଓ ଋଷ୍ ମିଳିତ ଉଦ୍ୟମରେ ବିକଶିତ ହୋଇଛି ଏହି ସୁପରସୋନିକ୍ କ୍ଷେପଣାସ୍ତ୍ର । ଏହାର ଘଣ୍ଟାପ୍ରତି ବେଗ ୩୪ଶହ କିଲୋମିଟର ହୋଇଥିବା ବେଳେ ରେଞ୍ଜ୍ ୪୫୦ରୁ ୬୦୦ କି.ମି । ବ୍ରହ୍ମୋସକୁ ଜଳ, ସ୍ଥଳ ଓ ଆକାଶରୁ ଲଞ୍ଚ୍ କରିହେବ । ଆଖି ପିଛୁଳାକେ ଶ୍ରତୁ ଦେଶର ଟାର୍ଗେଟକୁ ହିଟ୍ କରିବାର କ୍ଷମତା ରହିଛି ।


ଦ୍ବିତୀୟରେ ରହିଛି ତେଜସ୍ ହାଲୁକା ଯୁଦ୍ଧ ବିମାନ । ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ଏହି ହାଲୁକା ଯୁଦ୍ଧ ବିମାନ । ମଲ୍ଟି ରୋଲ୍ ମିଶନ ପାଇଁ ଏହାକୁ ଡିଜାଇନ୍ କରାଯାଇଛି । ଏହାର ସର୍ବାଧିକ ବେଗ୍ ୧.୮ ମ୍ୟାକ୍ । ଆକାଶରୁ ଆକାଶ ଓ ଆକାଶରୁ ଭୂମିକୁ ମିସାଇଲ୍ ନିକ୍ଷେପ କରିବାରେ ସମକ୍ଷ ଏହି ସ୍ବଦେଶୀ ଯୁଦ୍ଧ ବିମାନ । ତେଜସ୍ ଭାରତୀୟ ବାୟୁସେନାର ମେରୁଦଣ୍ଡ ପାଲଟିଥିବାବେଳେ ଯୁଦ୍ଧ ହେଲେ ପାକିସ୍ତାନ ପାଇଁ କାଳ ସାବ୍ୟସ୍ତ ହେବ ।


ଯୁଦ୍ଧରେ ପଡୋଶୀ ଦେଶର ନିଦ ହଜାଇ ଦେବ ଅଗ୍ନି-5 ବାଲାଷ୍ଟିକ୍ ମିସାଇଲ୍ । ଏହାର ଲକ୍ଷ୍ୟଭେଦ କ୍ଷମତା ୫ରୁ ୮ ହଜାର କିଲୋମିଟର । ପରମାଣୁ ଅସ୍ତ୍ର ବହନ କରିବାରେ ସକ୍ଷମ ଅଗ୍ନି-5 ମଲ୍ଟିପଲ୍ ଇଣ୍ଡିପେଣ୍ଡେଣ୍ଟଲି ଟାର୍ଗେଟେବଲ୍ ରି-ଏଣ୍ଟ୍ରି ଭେଇକିଲ୍ ପ୍ରଯୁକ୍ତିବିଦ୍ୟାରେ ସଜ୍ଜିତ । ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଏହାକୁ ଲଞ୍ଚ୍ କରି ଇସଲାମାବାଦକୁ ଟାର୍ଗେଟ୍ କରିହେବ । ହଜାର ହଜାର କିଲୋମିଟର ଦୂରରୁ ଶତ୍ରୁକ ଧ୍ବଂସ କରିବାକୁ ସକ୍ଷମ ଏହି ବାଲଷ୍ଟିକ୍ ମିସାଇଲ୍ ।


 ମେକ୍ ଇନ୍ ଇଣ୍ଡିଆ ଅସ୍ତ୍ର ଭଣ୍ଡାରର ଅନ୍ୟ ଏକ ମହାବନାଶକ ହେଉଛି ପିନାକା ମଲ୍ଟି-ବ୍ୟାରେଲ୍ ରକେଟ୍ ଲଞ୍ଚର୍ । ଏହି ସ୍ୱଦେଶୀ ରକେଟ୍ ସିଷ୍ଟମ ପ୍ରଣାଳୀ ୪୪ ସେକେଣ୍ଡରେ ୧୨ଟି ରକେଟ୍ ଫାୟାର କରିପାରିବ । ଏହାର ରେଞ୍ଜ୍ ୭ରୁ ୯୦ କିଲୋମିଟର। ବିସ୍ଫୋରକ ସହିତ କ୍ଲଷ୍ଟର ଯୁଦ୍ଧାସ୍ତ୍ର ବହନ କରିପାରିବା କ୍ଷମତା ରଖୁଥିବା ପିନାକା, ରଣଭୂମିରେ ଶତ୍ରୁକୁ ନିମିସକେ ଧ୍ୱଂସ କରିବ ।


ପାକିସ୍ତାନ ପାଇଁ ଘାତକ ହେବ ପ୍ରଳୟ ବାଲାଷ୍ଟିକ୍ ମିସାଇଲ । ଏହା ଏକ କ୍ଷୁତ୍ର ଦୂରଗାମୀ କ୍ଷେପଣସ୍ତ୍ର । ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କ୍ଷମତା ରହିଥିବା ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ ୧୫୦ରୁ ୫୦୦ କିଲୋମିଟର । ପ୍ରଳୟ ସ୍ବଦେଶୀ ଅସ୍ତ୍ର ପାରମ୍ପରିକ ଓ ପରମାଣୁ ଅସ୍ତ୍ର ବହନ କରିପାରିବ । ନିୟନ୍ତ୍ରଣ ସୀମା ରେଖାରେ ଶତ୍ରୁ ଦେଶର ଟାର୍ଗେଟକୁ ଶୀଘ୍ର ଧ୍ୱଂସ କରବି ପ୍ରଭାବଶାଳୀ ପ୍ରଳୟ ।


ଆକାଶ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ୍ ଯୁଦ୍ଧରେ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ୨୫ରୁ ୩୦ କିଲୋମିଟର ଯାଏ ଶତ୍ରୁ ଏହି ମାରାତ୍ମକ ଅସ୍ତ୍ର ଟାର୍ଗେଟ କରିପାରିବ । ଆକାଶରେ ପାକିସ୍ତାନର ଯୁଦ୍ଧ ବିମାନ, ଡ୍ରୋନ୍ ଓ କ୍ରୁଜ୍ ମିସାଇଲକୁ ନଷ୍ଟ କରିବାରେ ସକ୍ଷମ । ଏହାକୁ ଅତ୍ୟାଧୁନିକ ସ୍ବଦେଶୀ ଜ୍ଞାନ କୌଶଳରେ ତିଆରି କରାଯାଇଛି ।


ସେହିପରି ପାକିସ୍ତାନ୍ ଉପରେ ପ୍ରଚଣ୍ଡ ପ୍ରହାର କରିବ ‘ପ୍ରଚଣ୍ଡ’ ହାଲୁକା ଯୁଦ୍ଧ ହେଲିକପ୍ଟର । ବିଶ୍ବର ଏହା ଏକମାତ୍ର ଏୟାରକ୍ରାଫ୍ଟ ଯାହା ୫ ହଜାର କିଲୋମିଟର ଉଚ୍ଚତାରେ ଉଡ଼ିପାରିବ । ରକେଟ୍, ତୋପ ଦ୍ବାରା ଲେସ୍ ହୋଇଛି ଏହି ମାରଣାସ୍ତ୍ର । ଜମ୍ମୁ-କାଶ୍ମୀର ଭଳି ଉଚ୍ଚ ଅଞ୍ଚଳରେ ପାକିସ୍ତାନର ବଙ୍କରକୁ କ୍ଷଣେ ଧ୍ବଂସ କରବ । 


ସ୍ବଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ ଅର୍ଜୁନ ଯୁଦ୍ଧ ଟ୍ୟାଙ୍କ୍ ଭାରତୀୟ ସେନାର ମୁଖ୍ୟ ଅସ୍ତ୍ର । ଏଥିରେ ୧୨୦ଏମଏମ ରାଇଫଲ ଗନ୍ ଓ ଉନ୍ନତ ଅଗ୍ନି ନିୟନ୍ତ୍ରଣ ପ୍ରଣାଳୀ ରହିଛି । ଏହାର ଓଜନ ୬୮ ଟନ୍ ହୋଇଥିବା ବେଳେ ଏହା ଲେଜର-ଗାଇଡେଡ୍ ମିସାଇଲ୍ ଫାୟାର ପାଇଁ ସକ୍ଷମ । ଅର୍ଜୁନ ବିଶେଷ କରି ମରୁଭୂମି ଓ ସମତଳ ଯୁଦ୍ଧକ୍ଷେତ୍ରରେ ଭାରତୀୟ ସେନାକୁ ଅଧିକ ଶକ୍ତିଶାଳୀ କରୁଛି । ରାଜସ୍ଥାନ ମରୁ ଅଞ୍ଚଳ ସୀମାରେ ପାକିସ୍ତାନ ଆଗରେ ପାହାଡ଼ ପରି ଛିଡ଼ା ହେବ ।


ଯୁଦ୍ଧ ହେଲେ ସ୍ଥଳସେନା ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଆଡଭାନ୍ସଡ୍ ଟୋଡ୍ ଆର୍ଟିଲାରୀ ଗନ୍ ସିଷ୍ଟମ୍ । ଏଥିରେ ୧୫୫ ଏମଏମର ହାୱିଟଜର ଲାଗିଛି । ୪୮ କିଲୋମିଟର ରେଞ୍ଜ ପର୍ଯ୍ୟନ୍ତ ଟାର୍ଗେଟକୁ ହିଟ୍ କରିପାରିବ । ଏହାକୁ ଉଚ୍ଚ ଗତି ଓ ସ୍ୱୟଂଚାଳିତ ଗୋଳାବାରୁଦ ପରିଚାଳନା ସହିତ ଡିଜାଇନ୍ କରାଯାଇଛି । ଶତ୍ରୁକୁ ତୁରନ୍ତ ନିଷ୍କ୍ରିୟ କରିଦେବ ଏହି ଆର୍ଟିଲାରୀ ଗନ୍ । 


୧୯୭୧ ଯୁଦ୍ଧ ପାକିସ୍ତାନ ପାଇଁ କାଳ ସାଜିଥିବା ଆଇଏନଏସ ବିକ୍ରାନ୍ତ ପୁଣି ଥରେ ଶତ୍ରୁ ସାମ୍ନାରେ ଛାଡ଼ି ଫୁଲାଇ ଛିଡ଼ା ହେବାକୁ ପ୍ରସ୍ତୁତ ହେଉଛି । ଭାରତର ପ୍ରଥମ ସ୍ୱଦେଶୀ ଯୁଦ୍ଧ ବିମାନ ବାହକ ଯୁଦ୍ଧପୋତ, ୩୦ଟି ଏୟାର କ୍ରାଫ୍ଟ ଓ ହେଲିକପ୍ଟର ବହନ କରିବାରେ ସକ୍ଷମ । ଆଇଏନଏସ ବିକ୍ରାନ୍ତ ଶତ୍ରୁକୁ ସହଜରେ ଟାର୍ଗେଟ କରିବେ । ମହାସମୁଦ୍ରରେ ନୌସେନାକୁ ଏହା ଶକ୍ତିଶାଳୀ କରୁଥିବା ବେଳେ ଯୁଦ୍ଧରେ ଭାରତ ପାଇଁ ଅମୋଘ ଅସ୍ତ୍ର ସାବ୍ୟସ୍ତ ହେବ । ଆଉ ଆରବ ସାଗରରେ ତାଣ୍ଡବ ରଚିବ । ପହଲଗାମ ଆତଙ୍କବାଦୀ ହମଲା ପରେ ବଡ଼ କର୍ଯ୍ୟାନୁଷ୍ଠାନ ଫିରାକ୍ ରହିଥିବା ସରକାର ଏଥର ପାକିସ୍ତାନକୁ ପାନେ ଦେବେ ।.... 


  • Pahalgam Terror Attack
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.