ପ୍ରଧାନମନ୍ତ୍ରୀଙ୍କ କୋଲକାତା ରାଲିରେ ବିଶାଳ ଜନସମାଗମ, ମୋଦି କହିଲେ – ଟିଏମ୍‌ସି ଯିବ , ବିଜେପି ଆସିବ

Published By : Prameya-News7 Bureau | August 22, 2025 IST

ନୂଆଦିଲ୍ଲୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୋଲକାତା ରାଲିରେ ବିଶାଳ ଜନସମୁଦ୍ର ଦେଖିବାକୁ ମିଳିଛି। କାର୍ଯ୍ୟକ୍ରମ ସ୍ଥଳୀରେ ଖୁବ୍‌ ଭିଡ଼ ଲାଗି ଥିଲା। ଲୋକେ ବାହାରେ ଥିବା ଦୂରଦର୍ଶନର ଓବି ଭ୍ୟାନ୍‌ ପାଖରେ ଠିଆ ହୋଇ ଭାଷଣା ଶୁଣୁ ଥିଲେ। କାର୍ଯ୍ୟକ୍ରମ ସ୍ଥଳରେ ଥିବା ସ୍ଥାନ ଲୋକାରଣ୍ୟ ହୋଇ ଯାଇଥିଲା। ଶହ ଶହ ସଂଖ୍ୟାରେ ଲୋକେ ରାସ୍ତାରେ ସ୍ଥାନେ ସ୍ଥାନେ ଠିଆ ହୋଇ ପିଏମଙ୍କ ସମ୍ୱୋଧନ ଶୁଣିବା ନଜର ଆସି ଥିଲେ। ପିଏମ୍‌ ନିଜର ସମ୍ୱୋଧନରେ ଟିଏମସିର ମମତା ବାନାର୍ଜୀ ସରକାର ଉପରେ ବର୍ଷିଥିଲେ। ଅନୁପ୍ରବେଶକାରୀଙ୍କ ଉପରେ ମଧ୍ୟ କହିଥିଲେ। କହିଥିଲେ ତାଙ୍କ ବିରୋଧରେ ଏକ ମିଶନ ଆରମ୍ଭ ହୋଇ ଯାଇଛି।

ପିଏମ୍‌ ବିହାର ଗସ୍ତ ପରେ ଏବେ ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ପହଞ୍ଚି ଥିଲେ। ସେଠାରେ ସେ ଜେସୋର ରୋଡ୍‌ ମେଟ୍ରୋ ଷ୍ଟେସନରୁ ନୋଆପାରା –ଜୟ ହିନ୍ଦ ବିମାନବନ୍ଦର ମେଟ୍ରୋ ସେବା, ସିୟାଲଦହ –ଏସପ୍ଲାନେଡ୍‌ ମେଟ୍ରୋ ସେବା ଓ ବେଲେଘାଟା-ହେମନ୍ତ ମୁଖୋପାଧ୍ୟାୟ ମେଟ୍ରୋ ସେବାକୁ ସବୁଜ ପତାକା ଦେଖାଇଛନ୍ତି। ଏହାପରେ ପିଏମ୍‌ ଏକ ସାଧାରଣ ସଭାକୁ ସମ୍ୱୋଧିତ କରିଥିଲେ। ଯେଉଁଠି , ସେ ରାଜ୍ୟର ଥିବା ଟିଏମସିର ମମତା ବାନାର୍ଜୀଙ୍କର ସରକାର ଉପରେ ଖୁବ୍‌ କଡ଼ା ଟିପ୍ପଣୀ ଦେଇଥିଲେ। ପିଏମ୍‌ କହିଥିଲେ , ଏହି ଥର ଏହା ସ୍ଥିର ଯେ ,ଏଠାରୁ ଟିଏମସିର ସରକାର ଯିବ ଏବଂ ବିଜେପିର ଆସିବ।

ପିଏମ ରାଲିକୁ ସମ୍ୱୋଧିତ କରି କହିଥିଲେ ଯେ, ଅନୁପ୍ରବେଶକୁ ଏବେ ଦେଶରୁ ତଡ଼ିବାକୁ ହେବ। ଆମେ ଅନୁପ୍ରବେଶ ବିରୋଧରେ ମିଶନ ଆରମ୍ଭ କରିଛୁ। ଏହିଥର ଲାଲ୍‌ କିଲ୍ଲାରୁ ମୁଁ ଦେଶର ଏକ ବହୁତ ବଡ଼ ଚିନ୍ତା ବିଷୟରେ କହିଥିଲି। ଏହି ଚିନ୍ତା ଅନୁପ୍ରବେଶର ବିପଦ ବୃଦ୍ଧିର। କୋଲକାତାର ଏବଂ ପଶ୍ଚିମବଙ୍ଗର ଲୋକ ସମୟ ପୂର୍ବରୁ ଭାବନ୍ତି , ଏଥିପାଇଁ ଆପଣଙ୍କ ମଧ୍ୟରେ ନିରନ୍ତର ଏହି ବଡ଼ ରାଷ୍ଟ୍ରୀୟ ଚ୍ୟାଲେଞ୍ଜର ଆଲୋଚନା କରୁଛି।

ପିଏମ୍ କହିଛନ୍ତି ଯେ , ଅନୁପ୍ରବେଶକାରୀଙ୍କୁ ଆମେ ଭାରତରେ ରହିବାକୁ ଦେବୁ ନାହିଁ। ଏଥିପାଇଁ ସରକାର ଅନୁପ୍ରବେଶକାରୀଙ୍କ ବିରୋଧରେ ଏତେ ବଡ଼ ଅଭିଯାନ ଚଲାଇଛନ୍ତି। ମୋତେ ଆଶ୍ଚର୍ଯ୍ୟ ଲାଗୁଛି ଯେ,ଟିଏମସି –କଂଗ୍ରେସ ସମେତ କିଛି ରାଜନୈତିକ ଦଳ ତୁଷ୍ଟିକରଣର ଶିକାର ହୋଇ ସାରିଛନ୍ତି। ଏହି ରାଜନୈତିକ ଦଳ, କ୍ଷମତା ଲୋଭରେ ଅନୁପ୍ରବେଶକୁ ପ୍ରୋତ୍ସାହିତ କରୁଛନ୍ତି। 

ପିଏମ୍ ମୋଦି ଆହୁରି କହିଛନ୍ତି, ଯେପର୍ଯ୍ୟନ୍ତ ବଙ୍ଗଳାରେ ଟିଏମସିର ସରକାର ରହିବ ତ ସେତେବେଳେ ଯାଇ ବଙ୍ଗଳାର ବିକାଶରେ ପ୍ରତିବନ୍ଧକ ହେବ। ଏଥିପାଇଁ ଆଜି ବଙ୍ଗଳାର ପ୍ରତି ଲୋକ କହୁଛନ୍ତି। ଟିଏମସି ଯିବ ତ ସେତେବେଳେ ପ୍ରକୃତ ପରିବର୍ତ୍ତନ ଆସିବ। ଏହି ବର୍ଷ ଡାକ୍ତର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ଜୟନ୍ତୀର ୧୨୫ତମ। ବିଜେପିର ତ ଜନ୍ମ ହିଁ ଡାକ୍ତର ମୁଖାର୍ଜୀଙ୍କ ଆଶୀର୍ବାଦରେ ହୋଇଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିଜେପି ଯେଉଁ ସଙ୍କଳ୍ପ ନିଏ, ତାହା ସିଦ୍ଧ କରି ଦେଖାଇ ଥାଏ। ଏହାର ତାଜା ପ୍ରମାଣ ଏବେ ଆମେ ଅପରେସନ ସିନ୍ଦୂର ବେଳେ ଦେଖିଛୁ। ଆମର ସେନା ସୀମାପାର୍‌ ଆତଙ୍କୀ ଓ ଆତଙ୍କର ମାଷ୍ଟରଙ୍କର ଭିତ୍ତିଭୂମିକୁ ଧ୍ୱଂସାବଶେଷରେ ପରିଣତ କରି ଦେଇଛନ୍ତି। ଆମର ସେନା ଆତଙ୍କୀଙ୍କୁ ଏମିତି ଶିକ୍ଷା ଦେଇଛନ୍ତି ଯେ, ପାକିସ୍ତାନର ଆଜି ହିଁ ନିଦ ଉଡ଼ି ଯାଇଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.