ମୋଦୀଙ୍କ ପାଇଁ ବିମାନବନ୍ଦରରୁ ରାଜଭବନ କଡା ସୁରକ୍ଷା ବ୍ୟବସ୍ଥା, ମୁତୟନ ହେବେ CISF ସହ ୨୦ପ୍ଲାଟୁନ୍ ଫୋର୍ସ

Published By : Prameya-News7 Bureau | May 04, 2024 IST

ଭୁବନେଶ୍ବର ୪।୫: ରବିବାର ଭୁବନେଶ୍ୱର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭୁବନେଶ୍ୱରରେ ପୋଲିସ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି । ବିମାନବନ୍ଦର ଠାରୁ ରାଜଭବନ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କରାଯିବ । ବିମାନବନ୍ଦରରେ SPG ସହ ଆଲୋଚନା କରାଯାଇଛି ।

CISF ଆଉ ପୋଲିସ ମୁତୟନ ହେବେ । ରାଜଭବନରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । 

ମୋଦୀଙ୍କ ଗସ୍ତ ବେଳେ ନୋ ଡ୍ରୋନ୍ ଫ୍ଲାଇଂ ଜୋନ୍ କରାଯିବ । ଶନିବାର ସନ୍ଧ୍ୟାରେ କାରକେଟ୍ ରିହର୍ସଲ କରାଯିବ । ସୁରକ୍ଷା ପାଇଁ ୩ ଜଣ ଡିସିପି, ୧୦ ଏସିପି, ୧୭ ଆଇଆଇସି, ୯୦ ଏସଆଇ/ଏଏସଆଇ, ୨୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ଟ୍ରାଫିକ୍ କଣ୍ଟ୍ରୋଲ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ ରାସ୍ତାକୁ ବାରିକେଡ଼ କରାଯିବ । ଭୁବନେଶ୍ୱରରେ କୌଣସି ରୋଡ଼ ଶୋ’ କିମ୍ବା କାର୍ଯ୍ୟକ୍ରମ ନେଇ ସୂଚନା ଆସିନି ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି ।

You Can Read :

ଓଡିଶା ପାଇଁ କଂଗ୍ରେସର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା : ଖଡଗେ, ସୋନିଆ, ରାହୁଲ ସାମିଲ

  • pm narendra modi
  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.