ଚୌଦ୍ଵାର ୨୩।୦୯ : ​​​​​​​ଚୌଦ୍ଵାର ଥାନାରେ ଅଭିଯୁକ୍ତର ମୃତ୍ୟୁ ଘଟଣା। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି । ସେପଟେ ଘଟଣାରେ ଥାନା ଅଧିକାରୀଙ୍କ ସମେତ ୩ ଜଣ ସସପେଣ୍ଡ ହୋଇଛନ୍ତି । ଥାନା ଅଧିକାରୀ ଦାୟିତ୍ବରେ ଥିବା ଏସିପି ପାହ୍ୟାର ଅଧିକାରୀ ବିଶ୍ଵ ରଞ୍ଜନ ସାହୁ,ଏସ ଆଇ ନିରଞ୍ଜନ ଗୌଡ଼ ଏବଂ ଓଏପପି ଏଫ କନେଷ୍ଟବଳ କମଳ ଲୋଚନ ମାଝି ନିଲମ୍ବିତ । ଗାଡ଼ି ଚୋରି ଅଭିଯୋଗରେ ଢେଙ୍କାନାଳର ରସାନନ୍ଦ ନାୟକଙ୍କୁ ଚୌଦ୍ଵାର ଥାନା ପୋଲିସ ଶନିବାର ଉଠାଇ ଆଣିଥିଲା। ପୋଲିସ ନିର୍ଯାତନା ଦେବା ପରେ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ। ସୋମବାର ଘଟିଥିଲା ଏହି ଘଟଣା। ମାଜିଷ୍ଟ୍ରେଟ,ବରିଷ୍ଟ ପୋଲିସ ଅଧିକାରୀ ଏବଂ ପରିବାର ଲୋକଙ୍କ ଉପସ୍ଥିତିରେ ସମ୍ପୂର୍ଣ୍ଣ ଭିଡିଓ ଗ୍ରାଫି କରାଯାଇଥିଲା। ଏବେ SCBରେ ଚାଲିଛି ମୃତକଙ୍କ ପୋଷ୍ଟମର୍ଟମ ।

​​​​​​​ଅନ୍ୟପଟେ ଚୌଦ୍ୱାର ଥାନା ହାଜତ ମୃତ୍ୟୁ ଘଟଣାରେ NHRCରେ ମାମଲା ରୁଜୁ ହୋଇଛି । ମାନବାଧିକାରୀ କର୍ମୀ ଜୟନ୍ତ ସାହୁ NHRCରେ ମାମଲା ରୁଜୁ କରିଛନ୍ତି । ପୁରା ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରିବା ସହ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଆବେଦନ କରିଛନ୍ତି । ଏହାସହ ସଂପୃକ୍ତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବା ପାଇଁ ନିବେଦନ ହୋଇ। ଥାନା ସିସିଟିଭି ଫୁଟେଜ ଯାଞ୍ଚ ସହ ସବୁ ଥାନାରେ ସିସିଟିଭି ବ୍ୟବସ୍ଥା କରିବାକୁ ମାମଲାରେ ନିବେଦନ କରାଯାଇଛି।