LIVE TV

ଦ.ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଟିମ୍ ଘୋଷଣା, ପନ୍ତଙ୍କ ପ୍ରତ୍ୟାବର୍ତ୍ତନ...ଶାମିଙ୍କୁ ପୁଣି ମିଳିଲାନି ସୁଯୋଗ

NEWS7
three-new-corona-positive-case-found-in-odisha-2

ଦକ୍ଷିଣ ଆଫ୍ରିକା ବିପକ୍ଷ ଆଗାମୀ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଭାରତୀୟ ଟିମ୍ ଘୋଷଣା ହୋଇଛି । ଏହି ଟେଷ୍ଟ ସିରିଜ ନଭେମ୍ୱର ୧୪ରୁ ଆରମ୍ଭ ହେବ । ଇଂଲଣ୍ଡରେ ଆହତ ହୋଇଥିବା ରିଷଭ ପନ୍ତ ଟିମକୁ ଫେରିଛନ୍ତି । ସେହିପରି ଦ୍ରୁତ ବୋଲର ଆକାଶ ଦୀପ ମଧ୍ୟ ଆହତ ପରେ ଟିମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । କିନ୍ତୁ ସବୁଠୁ ବଡ଼ କଥା ହେଉଛି, ପୁଣି ଥରେ ମହମ୍ମଦ ଶାମିଙ୍କୁ ଟିମରେ ସ୍ଥାନ ମିଳିପାରି ନାହିଁ । ଘରୋଇ ସିରିଜରେ ଶାମିଙ୍କ ପ୍ରଦର୍ଶନ ଓ ଟିମ୍ ସିଲେକ୍ସନକୁ ନେଇ ନିକଟରେ ବାକ୍ ଯୁଦ୍ଧ ପରେ ଅନୁମାନ କରାଯାଉଥିଲା ଯେ ଶାମିଙ୍କୁ ସୁଯୋଗ ମିଳିପାରେ । କିନ୍ତୁ ଟିମରେ ସୁଯୋଗ ମିଳିପାରି ନାହିଁ ।

ଭାରତର ଟେଷ୍ଟ ଦଳ: ଶୁଭମନ ଗିଲ (ଅଧିନାୟକ), ରିଷଭ ପନ୍ତ (ଉପ-ଅଧିନାୟକ), ଯଶସ୍ୱୀ ଜୈସ୍ୱାଲ, କେଏଲ୍. ରାହୁଲ, ସାଇ ସୁଦର୍ଶନ, ଦେବଦତ୍ତ ପାଦିକଲ, ଧ୍ରୁବ ଜୁରେଲ, ରବିନ୍ଦ୍ର ଜାଡେଜା, ୱାଶିଂଟନ୍ ସୁନ୍ଦର, ଜଶପ୍ରୀତ ବୁମରା, ଅକ୍ଷର ପଟେଲ, ନୀତୀଶ କୁମାର ରେଡ୍ଡୀ, ମହମ୍ମଦ ସିରାଜ, କୁଳଦୀପ ଯାଦବ, ଆକାଶ ଦୀପ ।