LIVE TV

ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ତିନି ମାଓବାଦୀ ନିହତ

NEWS7
Mao

ମାଲକାନଗିରି ୨୯।୦୯ : ମାଲକାନଗିରି ସୀମାନ୍ତ ଛତିଶଗଡ଼ କାଙ୍କେର ଜିଲ୍ଲାର ତିରିୟାପାରି ଜଙ୍ଗଲରେ ଏନ୍‌କାଉଣ୍ଟର । ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଜୋରଦାର ଗୁଳିବିନିମୟ ହୋଇଛି । ଯେଉଁଥିରେ ଜଣେ ମହିଳା ମାଓ ନେତ୍ରୀଙ୍କ ସମେତ ତିନି ଜଣ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି ।

ଖବର ଅନୁଯାୟୀ, ଛତିଶଗଡ଼ ସୀମାନ୍ତ କାଙ୍କେର ଜିଲ୍ଲା ତିରିୟାପାରି ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବାର ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ଏସ୍‌ଟିଏଫ୍, ଡିଆର୍‌ଜି ଓ ସିଆର୍‌ପିଏଫ୍‌ଙ୍କ  ପକ୍ଷରୁ ଆରମ୍ଭ ହୋଇଥିଲା ମିଳିତ ଅପରେସନ । କିଛି ସମୟ ଧରି ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲେ । ଯେଉଁଥିରେ ତିନି ଜଣ ମାଓବାଦୀ ନିହତ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ମାଓ ନେତ୍ରୀଙ୍କ ସହିତ ଦୁଇ ଜଣ ହାର୍ଡକୋର ମାଓବାଦୀ ଥିବା ଜଣାପଡିଛି । ଏହାସହିତ ଘଟଣାସ୍ଥଳରୁ ବନ୍ଧୁକ ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଏନ୍‌କାଉଣ୍ଟର ପରେ ବି ଘଟଣାସ୍ଥଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିବା କାଙ୍କେର ଏସ୍‌ପି ସୂଚନା ଦେଇଛନ୍ତି ।