ସୋମବାର ଶେଷ ହେଉଛି ରବି ଧାନ କିଣା, ମଣ୍ଡିରେ ପଡ଼ିଛି ହଜାର ହଜାର କ୍ବିଣ୍ଟାଲ ଧାନ

Published By : Prameya-News7 Bureau | June 29, 2025 IST

ବିନିକା ୨୯।୬: ସୋମବାର ରବି ଋତୁର ଧାନ କିଣାର ଶେଷ ଦିନ l ମଣ୍ଡି ଗୁଡିକରେ ପଡ଼ି ରହିଛି ହଜାର କ୍ବିଣ୍ଟାଲ ଧାନ । ଫଳରେ ଚାଷୀ ମାନେ ଚିନ୍ତାରେ ଅଛନ୍ତି l ଅଦିନିଆ ବର୍ଷା ସହ ମୌସୁମୀ ବର୍ଷା ଏଥର ଧାନ କିଣା ଆରମ୍ଭରୁ ଦାଉ ସାଧୁଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ମିଲର୍ସ ମାନଙ୍କ ପାଖରେ ଟାର୍ଗେଟ୍ ନଥିବା କହି ଜିଲ୍ଲାର ମଣ୍ଡି ଗୁଡିକରେ ହଜାର ହଜାର କ୍ବିଣ୍ଟାଲ ଧାନ ପଡ଼ି ରହିଛି l ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ଧାନ ମଣ୍ଡିରେ ହଜାର ହଜାର କ୍ବିଣ୍ଟାଲ ଧାନ ପଡ଼ି ରହିଥିବାରୁ ଚାଷୀ ଚିନ୍ତାରେ l ମଣ୍ଡିରେ ଧାନ ଉଠୁ ନଥିବାରୁ ବିକ୍ରି କରିବା ପାଇଁ ଆଣିଥିବା ଧାନ ଖୋଲା ଆକାଶ ତଳେ ଜରି ପାଲ ଢାଙ୍କି ରଖିଥିଲେ ମଧ୍ୟ ଗଜା ହୋଇଗଲାଣି l

You Can Read:

ରଥଯାତ୍ରା ଅବସରରେ ପୋଲିସର ଉଲ୍ଲେଖନୀୟ ସେବା ପାଇଁ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଇଲେ ରାଜ୍ୟ ସରକାର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.