LIVE TV

ନୂଆପଡ଼ା ଉପନିର୍ବାଚନ : ସରିଛି ଯାଞ୍ଚ, ୫ ପ୍ରାର୍ଥୀପତ୍ର ନାକଚ, ମୈଦାନରେ ୧୪ ପ୍ରାର୍ଥୀ

NEWS7
this-time-the-finance-minister-gave-the-shortest-speech

ନୂଆପଡ଼ା ୨୩।୧୦ : ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଯାଞ୍ଚ ସରିଛି। ୧୯ ଆଶାୟୀଙ୍କ ମଧ୍ୟରୁ ୫ଜଣଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଛି। ୬ଜଣ ଦଳୀୟ ଓ ୮ଜଣ ଜଣ ସ୍ବାଧୀନ ପ୍ରାର୍ଥୀଙ୍କୁ ମିଶାଇ ସମୁଦାୟ ୧୪ ଜଣଙ୍କ ପ୍ରାର୍ଥତ୍ଵ କାଏମ ରହିଛି। ସ୍ଥାନୀୟ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ନିର୍ଦ୍ଧାରିତ ସମୟରେ ପ୍ରାର୍ଥପତ୍ର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଅପରାହ୍ନ ସୁଦ୍ଧା ସମସ୍ତ ପ୍ରାର୍ଥୀପତ୍ର ଯାଞ୍ଚ ସରିଥିଲା । ଏହାପରେ ବହୁଜନ ସମାଜ ପାର୍ଟିର ରଳାରାମ ସାନ୍ଧୁ, ରାଷ୍ଟ୍ରୀୟ ପରିବର୍ତ୍ତନ ଦଳର ସୀତାରାମ ବେହେରା, ସ୍ବାଧୀନ ପ୍ରାର୍ଥୀ କମଲ କୁମାର ଛତ୍ରିଆ, ପୁରୁଷୋତ୍ତମ ବେହେରା, ଭୁଜବଳ ଆଡବଙ୍ଗଙ୍କ ପ୍ରାର୍ଥପତ୍ର ନାକଚ ହୋଇଥିବା ଘୋଷଣା କରାଯାଇଥିଲା। ବିଜେପି ପ୍ରାର୍ଥୀ ଜୟ ଢୋଲକିଆ, ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ, କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝିଙ୍କ ସମେତ ୧୪ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ ରହିଛି । ଆଜି ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ । ସେପଟେ ପ୍ରାର୍ଥୀମାନେ ଜୋରଦାର ପ୍ରଚାର ଚଳାଇଛନ୍ତି।