ଚୀନର ହଜି ଯିବ ନିଦ, ପାକିସ୍ତାନ ଭୟରେ କମ୍ପିବ ; ‘Mach 5’ ର ଗର୍ଜନ ଭାରତକୁ କରିଦେବ ଅଜେୟ

Published By : Prameya-News7 Bureau | August 19, 2025 IST

ନୂଆଦିଲ୍ଲୀ – ଭାରତର ବାୟୁ ଶକ୍ତି ଆଗାମୀ ବର୍ଷ ଗୁଡ଼ିକରେ ବିଶ୍ୱକୁ ଆଶ୍ଚର୍ଯ୍ୟ କରିପାରେ। ୟୁରୋପର ସବୁଠୁ ମହତ୍ତ୍ୱାକାଂକ୍ଷୀ ପ୍ରତିରକ୍ଷା ପ୍ରୋଜେକ୍ଟ SCAF / FCAS ( ଫ୍ୟୁଚର କମ୍ୱାଟ ଏୟାର ସିଷ୍ଟମ) ଏବେ ଭାରତର ଦ୍ୱାର ଦେଶରେ ପହଞ୍ଚି ସାରିଛି। ଫ୍ରାନ୍ସ , ଜର୍ମାନୀ ଓ ସ୍ପେନ୍‌ର ମିଳିତ ପ୍ରୟାସରେ ବିକଶିତ ଏହି ଷଷ୍ଠ ପିଢିର ଯୁଦ୍ଧ ବିମାନର ସାମରିକ ସ୍ଥିତିକୁ ସଂପୂର୍ଣ୍ଣ ରୂପେ ବଦଳାଇ ପାରେ। ଯଦି ଭାରତ ଏହି  ପ୍ରୋଜେକ୍ଟରେ ‘ ସହଭାଗୀ ଦେଶ’ ରୂପେ ସାମିଲ ହୁଏ , ତ ଏହା ପାକିସ୍ତାନ ସହ ପୂରା କ୍ଷେତ୍ର ପାଇଁ ଏକ ବଡ଼ ରଣନୀତିକ ଚ୍ୟାଲେଞ୍ଜ ହୋଇପାରେ। ଏହାସହ , ଭାରତୀୟ ବାୟୁସେନାକୁ ଆଉ ଏକ ଶକ୍ତିଶାଳୀ ଅସ୍ତ୍ର ପ୍ରାପ୍ତ ହେବ।

ଏହି ବିମାନ କେବଳ ଏକ ଫାଇଟର ଜେଟ୍ ନୁହେଁ , ବରଂ ଏକ ସିଷ୍ଟମ ଅଫ୍‌ ସିଷ୍ଟମ୍ସ ହେବ। ଏଥିରେ ନୂଆ ଫାଇଟର ବିମାନ ( ନ୍ୟୁ ଜେନେରେସନ ଫାଇଟର –ଏନଜିଏଫ୍‌) ର ସହ ମାନବରହିତ ଡ୍ରୋନ୍‌ (ରିମୋଟ କ୍ୟାରିୟର୍ସ) ମଧ୍ୟ ହେବ। ଏସବୁ କମ୍ୱାଟ କ୍ଲାଉଡ୍‌ ମାଧ୍ୟମରେ ରିୟଲ –ଟାଇମ୍‌ରେ ଯୋଡ଼ି ହେବ ଏବଂ ସୂଚନା ଗୁଡ଼ିକୁ ଆଦାନପ୍ରଦାନ କରିବେ। ଅର୍ଥାତ୍ ଏହି ଯୋଦ୍ଧା ଆକାଶରେ ଏକୁଟିଆ ନୁହେଁ , ପୂରା ସେନା ସହ ଉଡ଼ାଣ ଭରିବ।

SCAF / FCASକୁ ଷଷ୍ଠ ପିଢିର ବିମାନ ମନେକରାଯାଏ, ଯାହା ବର୍ତ୍ତମାନର ପଞ୍ଚମ ପିଢିର ବିମାନ ( ଯେମିତି ଏଫ୍‌-୩୫) ଠାରୁ ଆହୁରି ଅଧିକ ଉନ୍ନତ ହେବ। ବିଶେଷଜ୍ଞଙ୍କ ବିଶ୍ୱାସ ଯେ, ଏହି ବିମାନ ହାଇପରସୋନିକ ଗତି –ମ୍ୟାକ୍‌ ୫ ବା ଏହାଠାରୁ ଅଧିକ ପର୍ଯ୍ୟନ୍ତ ପହଞ୍ଚି ପାରେ। ଏଥିରେ ଷ୍ଟିଲଥ୍‌ ଟେକନିକ୍‌ ହେବ, ଯାହା ଏହାକୁ ଶତ୍ରୁର ରାଡାରରୁ ଅଦୃଶ୍ୟ କରିଦିଏ ।

ଭାରତ ଦୀର୍ଘ ଦିନରୁ ଫ୍ରାନ୍ସର ବିଶ୍ୱସ୍ତ ପ୍ରତିରକ୍ଷା ଅଂଶୀଦାର ହୋଇଆସିଛି, ଏବଂ ଏବେ ଏମିତି ସମ୍ଭାବନା ଯେ ,ଭାରତକୁ ଏହି ପ୍ରୋଜେକ୍ଟରେ ପର୍ଯ୍ୟବେକ୍ଷକ ଦେଶର ମାନ୍ୟତା ମିଳିପାରେ। ଯଦି ଏମିତି ହୁଏ , ତ ଭାରତକୁ ଏହି ବିମାନର ଟେକନିକ୍ ଓ ବିକାଶ ପ୍ରକ୍ରିୟାର ଗହନ ସୂଚନା ପ୍ରାପ୍ତ ହେବ। ଏଥିରେ ଭାରତର AMCA (ଆଡଭାନ୍ସଡ୍‌ ମିଡିୟମ କମ୍ୱାଟ ଏୟାରକ୍ରାଫ୍ଟ) ପ୍ରୋଜେକ୍ଟ ଓ ସଶକ୍ତ ହେବ। ଏହି ପ୍ରୟାସ ‘ମେକ୍‌ ଇନ୍ ଇଣ୍ଡିଆ ଓ ଆତ୍ମନିର୍ଭର ଭାରତ’ ଭଳି ଅଭିଯାନକୁ ନୂଆ ଉଡ଼ାଣ ଦେବ । ଏହାସହ , ଭାରତୀୟ ପ୍ରତିରକ୍ଷା କମ୍ପାନୀ ଗୁଡ଼ିକୁ ୟୁରୋପର ସପ୍ଲାଇ ଚେନ୍‌ ସହ ଯୋଡ଼ିବାର ସୁନ୍ଦର ଅବସର ମିଳିବ।

ଯଦି ଭାରତକୁ SCAF / FCAS ଭଳି ଉନ୍ନତ ଫାଇଟର ବିମାନ ମିଳେ , ତ ଏହା ପାକିସ୍ତାନର ବାୟୁସେନା ପାଇଁ ସବୁଠୁ ବଡ଼ ବିପଦ ହୋଇଯିବ ଏବଂ ଚୀନର ମଧ୍ୟ ଚିନ୍ତା ବଢାଇବ। ବର୍ତ୍ତମାନ ସମୟରେ ପାକିସ୍ତାନ, ଚୀନ ଓ ଆମେରକାର ପୁରୁଣା ବିମାନ ଉପରେ ନିର୍ଭରଶୀଳ ଥିବା ବେଳେ ଭାରତ ପାଖରେ ପୂର୍ବରୁ ହିଁ ରାଫେଲ ଓ ସୁଖୋଇ ଭଳି ଆଧୁନିକ ବିମାନ ଅଛି। ଯଦି FCAS ଭାରତୀୟ ବାୟୁସେନାର ପାର୍ଟ ହୋଇଥାଏ , ତ ତାର ବାୟୁ ଶ୍ରେଷ୍ଠତା ଅତୁଳନୀୟ ହୋଇଯିବ। ପାକସ୍ତାନରେ ଥିବା ଏୟାର ଡିଫେନ୍ସ ସିଷ୍ଟମ ଏହି ଜେଟ୍‌ର ଏଆଇ ଓ ଡ୍ରୋନ୍‌ ଟେକନିକ୍‌ର ମୁକାବିଲା କରି ପାରିବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.