ମୃତ ବ୍ୟକ୍ତିଙ୍କ ନାଁରେ ବିଲ୍ ବକେୟା ଥିଲେ ତାଙ୍କ ପରପିଢ଼ିଙ୍କୁ ରିହାତି ଦିଆଯାଇ ବିଦ୍ୟୁତ ସଂଯୋଗ କରାଯିବ

Published By : Prameya-News7 Bureau | August 19, 2025 IST

ଭୁବନେଶ୍ବର ୧୯।୮: ଶକ୍ତି ବିଭାଗର ଗୃହ କମିଟି ବୈଠକରେ ବିଦ୍ୟୁତ ବିଲ୍ ଓ ସ୍ମାର୍ଟ ମିଟରକୁ ନେଇ ଉଦବେଗ । ତାପଜ ବିଦ୍ୟୁତ ଅପେକ୍ଷା ଜଳ ବିଦ୍ୟୁତ, ସୌର ବିଦ୍ୟୁତ ଏବଂ ପବନ ବିଦ୍ୟୁତ ଉତ୍ପାଦନ ବୃଦ୍ଧି କରିବା ପାଇଁ ଶକ୍ତି ବିଭାଗକୁ ସୁପାରିଶ । ଅଧିକ ତାପଜ ବିଦ୍ୟୁତ ଉତ୍ପାଦନ ଯୋଗୁଁ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ଗ୍ରୀନ୍ ଏନର୍ଜିକୁ ବୃଦ୍ଧି କରିବାକୁ କୁହାଯାଇଛି । ସବୁ ମେଡିକାଲ କଲେଜ ଓ ହସ୍ପିଟାଲରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଇବାକୁ ଶକ୍ତି ବିଭାଗକୁ ସୁପାରିଶ କରିଛି କମିଟି । 

ସେହିପରି ମୃତ ବ୍ୟକ୍ତିଙ୍କ ନାମରେ ବିଦ୍ୟୁତ ବିଲ୍ ବକେୟା ଥିଲେ ଏବଂ ତାଙ୍କ ପର ପିଢ଼ି ଭିନ୍ନ ଭିନ୍ନ ଘର କରିଥିଲେ ସେମାନଙ୍କୁ ରିହାତି ଦିଆଯାଇ ବିଦ୍ୟୁତ ସଂଯୋଗ କରାଯିବ ବୋଲି ପରାମର୍ଶ ଦିଆଯାଇଛି । ଏହାସହ ଡ଼ିଫେକଟିଭ ସ୍ମାର୍ଟ ମିଟର ଓ ପାୱାର କଟ୍ ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଛି । ସେଥିପାଇଁ ଶକ୍ତି ବିଭଗର ଷ୍ଟାଣ୍ଡିଂ କମିଟି ଶକ୍ତି ବିଭାଗକୁ ରିପୋର୍ଟ ମଗାଯାଇଥିବା ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ।

You Can Read:

କଂଗ୍ରେସର ବାରମ୍ବାର ଆନ୍ଦୋଳନ ପରେ ବି ସରକାର ହେଜୁ ନାହାନ୍ତି, ଏସ୍ପିଙ୍କ କାର୍ଯ୍ୟକଳାପ ସନ୍ଦେହ ଘେରରେ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.