୧୨ ଘଣ୍ଟିଆ ଲାଞ୍ଜିଗଡ଼ ବନ୍ଦ ଡାକରା, ଦୋକାନ ବଜାର ସବୁ ବନ୍ଦ

NEWS7
these-3-cricket-teams-played-world-cup-once

କଳାହାଣ୍ଡି ୦୫।୦୨ : ୧୨ ଘଣ୍ଟିଆ ଲାଞ୍ଜିଗଡ଼ ବନ୍ଦ । ଗୁରୁବାର ଦିନ ୧୨ ଘଣ୍ଟିଆ ଲାଞ୍ଜିଗଡ଼ ବନ୍ଦ ଡାକରା ଦେଇଛନ୍ତି ସ୍ଥାନୀୟ ଅଞ୍ଚଳବାସୀ । ଓଡ଼ିଶା ସରକାରଙ୍କ ରାଜସ୍ୱ ବିଭାଗ ଦ୍ୱାରା ବିଜ୍ଞାପିତ ଲାଞ୍ଜିଗଡ଼ ସବ୍-ରେଜିଷ୍ଟାର କାର୍ଯ୍ୟାଳୟକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ୱନାଥପୁର ଠାରେ ସ୍ଥାପନକୁ ଅଞ୍ଚଳବାସୀଙ୍କ ବିରୋଧ ।

ଗୁରୁବାର ପ୍ରଶାସନ ପକ୍ଷରୁ ବିଶ୍ୱନାଥପୁର ଠାରେ ଉଦ୍ଘାଟନ ହେବାର ଅଛି ଏହି କାର୍ଯ୍ୟାଳୟ । ଯାହାକୁ ଅଞ୍ଚଳବାସୀ ବିରୋଧ କରିଛନ୍ତି । ଏପିରିକି ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛନ୍ତି ଅଞ୍ଚଳବାସୀ । ଏହି ୧୨ ଘଣ୍ଟିଆ ବନ୍ଦ ଡାକରାରେ ସ୍କୁଲ, କଲେଜ, ସରକାରୀ, ବେସରକାରୀ ଅଫିସ, ଦୋକାନା ବଜାର ବନ୍ଦ କରିବା ସହ କଳା ବସ୍ତ୍ର ପିନ୍ଧି ଧାରଣା କରିବାକୁ ଆହ୍ୱାନ ଦେଇଛନ୍ତି । ଏହାସହିତ ଆନ୍ଦୋଳନକାରୀମାନେ ସହର ପରିକ୍ରମା କରି ବିଶ୍ୱନାଥପୁର ତହସଲି କାର୍ଯ୍ୟାଳୟରେ ଭୋର ୪ଟାରୁ ତାଲା ପକାଇଛନ୍ତି ଲାଞ୍ଜିଗଡ଼ ଅଞ୍ଚଳବାସୀ ।