ଉପସ୍ଥାପନ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ, ଚାଷୀ ପ୍ରସଙ୍ଗକୁ ନେଇ ହୁଲସ୍ତୁଲ ହୋଇପାରେ ଗୃହ

NEWS7
there-is-no-road-the-bill-is-collected-and-the-money-is-consumed

ଭୁବନେଶ୍ୱର: ୨୦ ତାରିଖରେ ରାଜ୍ୟ ବଜେଟ ଆସିବାକୁ ଯାଉଥିବା ବେଳେ ଆଜି ଗୃହରେ ଉପସ୍ଥାପନ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ। ତେବେ  ବଜେଟ ଅଧିବେଶନର ତୃତୀୟ ଦିନରେ ଆଜି ବି ବେଶ ସରଗରମ ରହିବ ଗୃହ। ତୃତୀୟ ଦିନରେ ମଧ୍ୟ ଚାଷୀ ପ୍ରସଙ୍ଗକୁ ନେଇ ଗୃହ ହୁଲସ୍ତୁଲ ହୋଇପାରେ।

ରାଜ୍ୟରେ ଧାନ କିଣା ଅବ୍ୟବସ୍ଥା, ମଣ୍ଡି ସମସ୍ୟା, କଟଣୀ ଛଟଣୀ ପ୍ରସଙ୍ଗକୁ ବିରୋଧୀ ଉଠାଇ ପାରନ୍ତି। ଯଦି ଗୃହ ସ୍ୱାଭାବିକ ହୁଏ ତେବେ ପ୍ରଶ୍ନକାଳରେ ଜଳ ସମ୍ପଦ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା,ଯୋଜନା ଓ ସଂଯୋଜନା, ଇସ୍ପାତ ଓ ଖଣି, ସୂଚନା ଓ ଲୋକସମ୍ପର୍କ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି।

also- ଆଜିଠୁ ମାଟ୍ରିକ୍ ପରୀକ୍ଷା : ପରୀକ୍ଷା ଦେବେ ୫ ଲକ୍ଷ ୪୬ ହଜାର ଛାତ୍ରଛାତ୍ରୀ, କଡା ସୁରକ୍ଷାରେ ପ୍ରଶ୍ନପତ୍ର

ଶୂନ୍ୟକାଳରେ ଉଭୟ ବିରୋଧୀ ଓ ଶାସକ ଦଳର ସଦସ୍ୟମାନେ ଗୃହରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇ ପାରନ୍ତି । ସେହିପରି ଅପରାହ୍ନ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଗୃହରେ ବିବୃତି ରଖିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।