CBI ପଞ୍ଝାରେ ନୀତିଶ ବିହାରୀ, ପରୀକ୍ଷାର୍ଥୀଙ୍କୁ ଟ୍ରେନିଂ ସହ କୋଚିଂ ଦେଇ କରୁଥିଲା ପ୍ରସ୍ତୁତ

NEWS7
there-is-no-road-the-bill-is-collected-and-the-money-is-consumed

ଭୁବନେଶ୍ବର ୧୦।୧୨: ପୋଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ଘଟଣାରେ CBI ପଞ୍ଝାରେ ନୀତିଶ ବିହାରୀ । ନୀତିଶ କୁମାରକୁ ବିହାରରୁ ଭୁବନେଶ୍ବର ଉଠାଇ ଆଣିଲା CBI ଟିମ୍ । ଭୁବନେଶ୍ବର CBI କାର୍ଯ୍ୟାଳୟରେ ନୀତିଶ କୁମାରଙ୍କୁ ଜେରା କରୁଛନ୍ତି CBIର ବଛା ବଛା ଅଧିକାରୀ ।

ପୂର୍ବରୁ ଗିରଫ ହୋଇଥିବା ଦିଘା ମଡ୍ୟୁଲର ମାଷ୍ଟର ମାଇଣ୍ଡ ଦଲାଲ୍ ବିରଞ୍ଚି ନାୟକର ସହଯୋଗୀ ଥିଲା ନୀତିଶ । ୬୦୦ ପରୀକ୍ଷାର୍ଥୀଙ୍କୁ ଟ୍ରେନିଂ ସହ କୋଚିଂ ଦେଇ ପ୍ରସ୍ତୁତ କରୁଥିଲା ନୀତିଶ । ଶୁକ୍ରବାର ନୀତିଶ କୁମାରକୁ ବିହାରରୁ ଗିରଫ କରି ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଛି CBI ।

ମଙ୍ଗଳବାର ଏହି ମାମଲାରେ ଆଉ ଜଣେ ସିବିଆଇରେ ହାଜର ହୋଇଥିଲେ I ଅଶ୍ୱିନୀ ପାତ୍ରଙ୍କୁ ସିବିଆଇର ସ୍ୱତନ୍ତ୍ର ଟିମ୍ ଜେରା କରିଥିଲା । ଦଲାଲ ବିରଞ୍ଚି ଲିଙ୍କ୍ରେ ଅଶ୍ୱିନୀଙ୍କୁ ସମନ କରିଥିଲା ସିବିଆଇ । ସମନ ପାଇବା ପରେ ସିବିଆଇରେ ହାଜର ହୋଇଥିଲେ ଅଶ୍ୱିନୀ ପାତ୍ର I ପରୀକ୍ଷାର୍ଥୀଙ୍କୁ ଆଗୁଆ ପ୍ରଶ୍ନପତ୍ର ଦେଇ ପ୍ରସ୍ତୁତି ପାଇଁ ଡିଲ୍ ହୋଇଥିଲା I

ଦଲାଲ ବିରଞ୍ଚିର ସହଯୋଗୀ ନିମାଇଁ ଓ ଅର୍ଜୁନ ସହ ଅଶ୍ବିନୀ ପାତ୍ରକୁ ସାମ୍ନାସାମ୍ନି ଜେରା କରିଥିଲା ସିବିଆଇ I ତେବେ ପ୍ରଶ୍ନପତ୍ର ତିଆରି ଓ ପ୍ରସ୍ତୁତି ବାବଦରେ କ’ଣ ଜାଣିଛନ୍ତି ଅଶ୍ୱିନୀ ସେନେଇ ପଚରାଉଚରା କରିଥିଲା ସିବିଆଇ ।