ଆମେରିକାର ଆଖି ଧ୍ୱଂସ...ସବୁଠୁ ଶକ୍ତିଶାଳୀ ରାଡାର ସିଷ୍ଟମକୁ ନଷ୍ଟ କରିଦେଲା ଇରାନ

NEWS7
the-worlds-largest-dump-truck

ନୂଆଦିଲ୍ଲୀ, ୦୪ /୦୩: ଆମେରିକା ବିରୋଧରେ ଆକ୍ରମଣକୁ ଜୋରଦାର କରିଛି ଇରାନ । ତେହାରନ ପକ୍ଷରୁ ଭୟଙ୍କର ମିସାଇଲ ଏବଂ ଡ୍ରୋନ୍ ଆଟାକ୍ ହେଉଛି । ଏପରିକି ଆମେରିକାର ଅନେକ ଗୁରୁତ୍ୱପୂର୍ଣ୍ଣ ସୈନ୍ୟ ବେସ୍ ଏବଂ ରାଡାର ଧ୍ୱଂସ ହୋଇଛି । ବୁଧବାର ଇରାନ ୟୁଏସର ଆଖି କୁହାଯାଉଥିବା ଏକ ରାଡାର ସିଷ୍ଟମ ଉପରେ ଆକ୍ରମଣ କରିଛି । ଏହାକୁ କତାରରେ ଅବସ୍ଥାପିତ କରାଯାଇଥିଲା । ଏହାର ନାଁ ହେଉଛି ୟୁଏସ ସ୍ପେଶ୍ ଫୋର୍ସ ଏଏନ-ଏଫପିଏସ-୧୩୨ ବାଲିଷ୍ଟିକ ମିସାଇଲ ଓ୍ୱାର୍ଣ୍ଣିଂ ରାଡାର ।

ସାଟେଲାଇଟ୍ ଫଟୋରୁ ଦେଖିବାକୁ ମିଳିଛି ଯେ, ଇରାନର ଆକ୍ରମଣ ସଫଳ ହୋଇଛି । ଯେଉଁଥିରେ ୟୁଏସ ସ୍ପେଶ୍ ଫୋର୍ସ ଏଏନ-ଏଫପିଏସ-୧୩୨ କ୍ଷତିଗ୍ରସ୍ତ ହୋଇଛି । ଏହି ସିଷ୍ଟମର ଦାମ୍ ହେଉଛି ୧.୧ ବିଲିୟନ ଡଲାର ବା ୯ ହଜାର କୋଟି । ଏହା ମଧ୍ୟପ୍ରାଚ୍ୟରେ ଆମେରିକାର ସବୁଠୁ ଗୁରୁତ୍ୱର୍ଣ୍ଣ ରାଡାର୍ ।

ଏହି ରାଡରରେ ମୁଖ୍ୟ କାମ ହେଉଛି ଯେ, ଏହା ଶତ୍ରୁର ବାଲିଷ୍ଟିକ୍ ମିସାଇଲକୁ ଟ୍ରାକ୍ କରିପାରେ । ଫଳରେ ଆମେରିକା ତଥା ଅନ୍ୟ ସହଯୋଗୀ ଦେଶକୁ ଆଗୁଆ ସତର୍କ କରାଯାଇପାରିବ । ଏହାକୁ ଇରାନର ଶସ୍ତା ସାହେଦ୍ ଡୋରନ୍ ଅକାମୀ କରିଦେଇଛି । ଯାହା ଆମେରିକା ପ୍ରତିରକ୍ଷା ବ୍ୟବସ୍ଥାର ଦୁର୍ବଳତାକୁ ପଦାରେ ପକାଇ ଦେଇଛି ।

ୟୁଏସ ସ୍ପେଶ୍ ଫୋର୍ସ ଏଏନ-ଏଫପିଏସ-୧୩୨କୁ ଅପଗ୍ରେଡେଡ୍ ଆର୍ଲି ଓ୍ୱାର୍ଣ୍ଣିଂ ସିଷ୍ଟମ୍ କୁହାଯାଏ । ଏହା ୟୁଏସ ଗ୍ଲୋବାଲ ମିସାଇଲ ଓ୍ୱାର୍ଣ୍ଣିଂ ସିଷ୍ଟମର ଅଂଶବିଶେଷ । ୨୦୧୩ରେ କତାରରେ ଏହାକୁ ନିୟୋଜିତ କରାଯାଇଥିଲା । ଯାହାର ଡିଟେକ୍ସନ ରେଞ୍ଜ୍ ୫ ହଜାର କିଲୋମିଟର । ଯାହା ଲଞ୍ଚ୍ ହେଲା ମାତ୍ରେ ମିସାଇଲକୁ ଚ୍ରାକ୍ କରିପାରେ । ଏବେ ଏହା ଅକାମୀ ହେଲା ପରେ ଆମେରିକାକୁ ବଡ ଝଟକା ବୋଲି କୁହାଯାଉଛି ।