ପ୍ରତି ଶିକ୍ଷାନୁଷ୍ଠାନରେ ପିଲାଙ୍କଠୁ କିଭଳି ନିଶା ବନ୍ଦ କରାଯିବ ସେ ନେଇ ବିଭାଗ ସବୁବେଳେ ତତ୍ପର

NEWS7
the-scooty-was-found-14-days-after-the-hatya

ଭୁବନେଶ୍ବର ୧୩।୧: ନିଶା ମୁକ୍ତ କ୍ୟାମ୍ପସ୍ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନ, ଓଡ଼ିଶାରେ ଶିକ୍ଷାନୁଷ୍ଠାନ କିଭଳି ହେବ ନିଶା ମୁକ୍ତ କ୍ୟାମ୍ପସ୍ ସେ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି, ପୂର୍ବରୁ ମଧ୍ୟ ଏହା ଉପରେ ବରମ୍ବାର ଆଲୋଚନା ହୋଇଛି । ଏହା ବେଶ୍ ଗମ୍ଭୀର ବିଷୟ । ଓଡ଼ିଶାରେ ପ୍ରତି ଶିକ୍ଷାନୁଷ୍ଠାନ ମାନଙ୍କରେ ପିଲାଙ୍କ ଠାରୁ କିଭଳି ନିଶା ବନ୍ଦ କରାଯିବ ସେ ନେଇ ବିଭାଗ ସବୁବେଳେ ତତ୍ପର ରହିଛି । ଏହାସହ କ୍ୟାମ୍ପସ୍ ଆଖପାଖରେ କିଭଳି ନିଶା କାରବାର ବନ୍ଦ ହେବ ସେ ନେଇ ଧ୍ୟାନ ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।