ବାଲିଯାତ୍ରା ୨୦୨୫
LIVE TV

ଦିଲ୍ଲୀ ବିସ୍ଫୋରଣକୁ ନେଇ ଆପତ୍ତିଜନକ ପୋଷ୍ଟ କରି ୧୫ ଜଣ ଗିରଫ, ଆକ୍ସନରେ ଆସାମ ସିଏମ୍

NEWS7
the-mkcg-junior-doctors-association-has-opposed-the-decision-to-send-pg-doctors-to-various-districts

ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣକୁ ନେଇ ସାରା ଦେଶରେ ସୁରକ୍ଷା ଏଜେନ୍ସି ଆଲର୍ଟରେ ଅଛନ୍ତି । ଏହି ଘଟଣାରେ ହରିୟାଣା ଓ କାଶ୍ମୀର ସମେତ ଦେଶର ଅନେକ ଭାଗରେ ତଦନ୍ତ ଜାରି କରିଛି । ଏହାରି ଭିତରେ ପୂର୍ବୋତ୍ତର ରାଜ୍ୟ ବି ଏହାର ପ୍ରଭାବ ଦେବାକୁ ମିଳୁଛି । ଆସାମରେ ଏହି ଘଟଣାକୁ ନେଇ ଆପତ୍ତିଜନକ ସୋସିଆଲ୍ ମିଡିଆ ପୋଷ୍ଟ କରି ଅଶାନ୍ତି ସୃଷ୍ଟି ପାଇଁ ଉଦ୍ୟମ କରୁଥିବା ଲୋକଙ୍କୁ ପୋଲିସ ଗିରଫ କରିଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ନିଜେ ଏହି ସୂଚନା ଦେଇଛନ୍ତି ।

ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ହିମନ୍ତ ବିଶ୍ୱ ଶର୍ମା ଲେଖିଛନ୍ତି, 'ହିଂସାର ମହିମାମଣ୍ଡନ କରୁଥିବା ଲୋକଙ୍କ ପ୍ରତି କୌଣସି ଦୟା ଭାବ ଦେଖାଯିବ ନାହିଁ । ଦିଲ୍ଲୀରେ ହୋଇଥିବା ବୋମା ବିସ୍ଫୋରଣକୁ ନେଇ ଆସାମ ପୋଲିସ ୧୫ ଜଣଙ୍କୁ ଗିରଫ କରିଛି । ନଭେମ୍ୱର ୧୨ରେ ୬ ଜଣଙ୍କୁ ଗିରଫ କରାଯାଇଥିଲା, ପରେ ସେହି ଦିନ ରାତିରେ ୯ ଜଣଙ୍କୁ ଗିରଫ କରାଯାଇଥିଲା ।

ସେ ଲେଖିଛନ୍ତି, 'ଦିଲ୍ଲୀ ବିସ୍ଫୋରଣ ପରେ ଆପତ୍ତିଜନକ ସୋସିଆଲ୍-ମିଡିଆ ପୋଷ୍ଟ ବାବଦରେ ପୂରା ଆସାମରେ ଏବେ ସୁଦ୍ଧା ୧୫ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତିମାନ ହେଲେ- ରଫିଜୁଲ୍ ଅଲି, ଫିରୋଦ ଉଦ୍ଦିନ ଲସ୍କର, ଇନାମୁଲ ଇସ୍ଲାମ, ଫିରୋଜ ଅହମ୍ମଦ ପାପୋନ, ସାହିଲ ସୋମନ ସିକଦର, ସାହିଦୁଲ ଇସଲାମ, ରକିବୁଲ ସୁଲତାନ, ନସୀମ ଅକରମ, ତଲସିମ୍ ଅହମ୍ମଦ, ଅବଦୁର ରୋହିମ ମୋଲ୍ଲା ବପ୍ପି ହୁସୈନ । ଆସାମ ପୋଲିସ ହିଂସାର ମହିମାମଣ୍ଡନ କରୁଥିବା ଲୋକଙ୍କ ସହ କୌଣସି ସାଲିସ୍ କରିବ ନାହିଁ ।'