LIVE TV

ଆଫଗାନିସ୍ତାନରେ ବୋମା ବିସ୍ଫୋରଣ ପରେ ତାଲିବାନକୁ ଆସିମ ମୁନିରଙ୍କ ଚେତାବନୀ, ଦେଲେ ଦୁଇଟି ବିକଳ୍ପ

NEWS7
the-health-of-father-and-daughter-is-improving-in-chhatua-tragedy

ଇସଲାମାବାଦ : ପାକିସ୍ତାନୀ ଆର୍ମୀ ଚିଫ୍‌ ଫିଲ୍ଡ ମାର୍ଶଲ ସୈୟଦ ଆସିମ୍‌ ମୁନିର ଶନିବାର ଆଫଗାନିସ୍ତାନକୁ ଦୁଇଟି ଅପସନ ଦେଇ ଶାନ୍ତି ବା ଅରାଜକତାରେ କୌଣସି ଗୋଟିଏକୁ ବାଛିବା ପାଇଁ କହିଛନ୍ତି। ସେ କାବୁଲକୁ କହିଛନ୍ତି ଯେ, ସେ ଆଫଗାନ ମାଟିର ବ୍ୟବହାର କରି ପାକିସ୍ତାନ ଭିତରେ ଆକ୍ରମଣ କରୁଥିବା ଆତଙ୍କବାଦ ବିରୋଧରେ ଦୃଢ ଓ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ମୁନିରଙ୍କ ଏହି ବିବୃତ୍ତି ଏମିତି ସମୟରେ ଆସିଛି, ଯେତେବେଳେ ପାକିସ୍ତାନ ଶୁକ୍ରବାର ବିଳମ୍ୱିତ ରାତିରେ ଆଫଗାନିସ୍ତାନରେ ଆତଙ୍କବାଦୀ ଆଡ୍ଡା ଗୁଡ଼ିକୁ ଟାର୍ଗେଟ୍‌ କରି ନୂଆ ଏୟାର ଷ୍ଟ୍ରାଇକ୍‌ କରିଛି। ଏଥିରେ କିଛି ଘଣ୍ଟା ପୂର୍ବରୁ ଇସଲାମାବାଦ ଓ କାବୁଲ ନିଜର ଦୁଇ ଦିନର ଅସ୍ତ୍ରବିରତିକୁ ବଢାଇ ଥିଲେ, ଯେଉଁଥିରେ ଦୁଇ ପକ୍ଷ ମଧ୍ୟରେ ଶତ୍ରୁତା କିଛି ସମୟ ପାଇଁ ଥମି ଯାଇଥିଲା।

ଚିଫ୍‌ ଅଫ୍‌ ଆର୍ମି ଷ୍ଟାଫ୍‌ ( COAS) ଖୈବର ପଖତୁନଖ୍ୱା ପ୍ରଦେଶର ଏବଟାବାଦରେ ପାକିସ୍ତାନ ମିଲିଟାରୀ ଏକାଡେମୀ (ପିଏମଏ) କାକୁଲରେ ଆର୍ମି କ୍ୟାଡେଟ୍ସରେ ପାସିଂ ଆଉଟ୍‌ ହେବାର ସମାରୋହରେ ଆଫଗାନିସ୍ତାନର ଉଲ୍ଲେଖ କରି କହିଛନ୍ତି , ଶାନ୍ତି ଓ ଅରାଜକତା ମଧ୍ୟରୁ କୌଣସି ଗୋଟିଏକୁ ବାଛନ୍ତୁ। ସେ କହିଛନ୍ତି ଯେ, ତାଲିବାନ ଶାସନକୁ ପାକିସ୍ତାନରେ ଆତଙ୍କବାଦୀ ଗତିବିଧି ପାଇଁ ନିଜ ମାଟିରେ କାମ କରୁଥିବା ଆତଙ୍କବାଦୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍‌।

ମୁନିର ଚେତାବନୀ ଦେଇଛନ୍ତି ଯେ, ଆଫଗାନ ମାଟିର ବ୍ୟବହାର କରୁଥିବା ସବୁ ପ୍ରକ୍ସିଙ୍କୁ ଧୂଳିରେ ମିଶାଇବା ଭଳି ଜବାବ ଦିଆଯିବ। ପାକିସ୍ତାନ ପକ୍ଷରୁ ଶୁକ୍ରବାର କରାଯାଇ ଥିବା ଆକ୍ରମଣ, ନର୍ଥ ୱାଜିରିସ୍ତାନରେ ଏକ ମିଲିଟାରୀ କ୍ୟାମ୍ପ ଉପରେ ଆତଙ୍କବାଦୀଙ୍କ ବନ୍ଧୁକ ଓ ବୋମା ଆକ୍ରମଣ ପରେ ହୋଇଛି, ଯାହାର ଦାୟିତ୍ୱ ତେହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି)ର ହାଫିଜ ଗୁଲ ବହାଦୂର ଗ୍ରୁପ୍‌ ନେଇଥିଲା।

ଏହି ନୂଆ ଆକ୍ରମଣ ଏମିତି ସମୟରେ ହୋଇଛି ,ଯେବେ ଦୁଇ ଦେଶର ପ୍ରତିନିଧିଙ୍କର ଦୋହାରେ ମିଟିଂ ହେବାର ଆଶା ଅଛି, ଯେଉଁଠି କତାର ସରକାର ମଧ୍ୟସ୍ଥତା କରିବେ ଆଶା ବୋଲି ଆଶା କରାଯାଉଛି। ଇସଲାମାବାଦ ବାରମ୍ୱାର ତାଲିବାନ ସରକାର ଠାରୁ ଆତଙ୍କବାଦୀ  ଗ୍ରୁପ୍‌କୁ ବର୍ଡର ପାର୍‌ ଆକ୍ରମଣ ପାଇଁ ଆଫଗାନ ଅଞ୍ଚଳର ବ୍ୟବହାର କରିବାରେ ରୋକିବାରୁ ଅପିଲ କରିଛି। ହେଲେ କାବୁଲ ଏହି ସବୁ ଅଭିଯୋଗରୁ ଖଣ୍ଡନ କରି ଆସିଛି , ଏବଂ ଜୋର ଦେଇଛି ଯେ, ଆଫଗାନ ମାଟିର ବ୍ୟବହାର କୌଣସି ପଡୋଶୀ ଦେଶ ବିରୋଧରେ କରାଯାଉ ନାହିଁ।

ବ୍ୟାନ୍ କରାଯାଇ ଥିବା ତେହରିକ୍‌ –ଏ-ତାଲିବାନ ପାକିସ୍ତାନ (ଟିଟିପି)ର ବାରମ୍ୱାର ଆତଙ୍କବାଦୀ  ଆକ୍ରମଣ ପରେ ଦୁଇ ପଡୋଶୀଙ୍କ ମଧ୍ୟରେ ସ୍ଥିତି ବିଗିଡ଼ି ଯାଇଛି। ନିକଟରେ ଅଶାନ୍ତ ଖୈବର ପଖତୁନଖ୍ୱାର ଓରକଜଇ ଜିଲ୍ଲାରେ ଗୋଟିଏ ଆକ୍ରମଣ ହୋଇଛି , ଯେଉଁଥିରେ ଜଣେ ଲେଫ୍ଟିନାଣ୍ଟ କର୍ଣ୍ଣଲ ଓ ଜଣେ ମେଜରଙ୍କ ସମେତ ୧୧ ମିଲିଟାରୀ କର୍ମଚାରୀଙ୍କ ଜୀବନ ଚାଲି ଯାଇଛି।