Live Live
LIVE

ଦିଲୀପଙ୍କୁ ଜିତାଇବା ପାଇଁ ୨ ମାସ ପୂର୍ବେ ପ୍ରସ୍ତୁତ ହୋଇଥିଲା ରଣନୀତି, ଗୋଟି ଚଳାଇଥିଲେ ଏହି ନେତା

NEWS7
the-driver-of-mo-bus-was-arrested-by-nandankanan-police

ଭୁବନେଶ୍ଵର: ରାଜ୍ୟସଭା ନିର୍ବାଚନ ଫଳାଫଳ ରାଜ୍ୟରେ ରାଜନୈତିକ ସମୀକରଣକୁ ଦେଇଛି ନୂଆ ଦିଶା। ଏକାଠି ହୋଇଛନ୍ତି ବିଜୁ ଅନୁଗତ । ଚତୁର୍ଥ ପ୍ରାର୍ଥୀ ଭାବେ ଦିଲୀପ ରାୟଙ୍କ ବିଜୟ ପରେ ବରିଷ୍ଠ ରାଜନେତା ବିଜୟ ମହାପାତ୍ର କହିଛନ୍ତି ୨୦୨୪ ନିର୍ବାଚନ ସମୟରୁ ହିଁ ଆରମ୍ଭ ହୋଇଥିଲା ଆମର ରଣନୀତି । ୨୦୨୪ରେ ନିର୍ବାଚନ ହାରିଲେ ବି ବୁଦ୍ଧି ଶିଖିଲାନି ବିଜେଡି । ଆଉ ଏବେ ପୁଣି ମାଟି କାମୁଡ଼ିଲା ଦଳ । ସେପଟେ ନୂଆ ରାଜନୈତିକ ଦଳ ଗଢ଼ିଥିବା ମହମ୍ମଦ ମୋକିମ୍ କଂଗ୍ରେସରୁ ନିଲମ୍ବିତ ହୋଇଥିବା ବିଧାୟକଙ୍କୁ ଦେଇଛନ୍ତି ନୂଆ ଆହ୍ବାନ।

୨ ମାସ ତଳୁ ହୋଇଥିଲା ଯୋଜନା

ରାଜ୍ୟରେ ବଦଳିଲା କି ରାଜନୈତିକ ସମୀକରଣ ? ରାଜ୍ୟସଭା ନିର୍ବାଚନ ଫଳାଫଳ ରାଜ୍ୟ ରାଜନୀତିକୁ ଦେଲା କି ନୂଆ ଦିଶା ? ବିଜୁ ଅନୁଗତ ବେଶ୍ ଜଣାଶୁଣା ଦିଲୀପ ରାୟ ରାଜ୍ୟସଭା ନିର୍ବାଚନରେ ଜିତିବା ପରେ ଏହା ପଛରେ ଥିବା ନେତାଙ୍କ ରଣନୀତିକୁ ନେଇ ତେଜିଛି ଚର୍ଚ୍ଚା । ଦିଲୀପ ରାୟଙ୍କୁ ଜିତାଇବା ପାଈଁ ୨ ମାସ ତଳୁ ଯୋଜନା କରିଥିଲେ ବିଜୁ ଅନୁଗତ। ଆଉ ଗୋଟି ଚଳାଇଥିଲେ ବରିଷ୍ଠ ନେତା ବିଜୟ ମହାପାତ୍ର । ଏଥିରେ ବିଜୟଙ୍କ ସାଥ ଦେଇଥିଲେ ବିଜୁ ଜନତା ଦଳର ଭେଟେରାନ୍ ଲିଡର ପ୍ରଭାତ ତ୍ରିପାଠୀ ଓ ଅମର ପ୍ରସାଦ ଶତପଥୀ ।

Also Read: କ୍ରସ ଭୋଟିଂ ପାଇଁ ବିଜେପି ଉପରେ ବର୍ଷିଲେ ବିଜେଡି-କଂଗ୍ରେସ, କିଣା ଘୋଡ଼ା କେତେ ଦିନ ଦୌଡ଼ିବ

ବୁଦ୍ଧି ଶିଖିଲାନି ବିଜେଡି

ବିଜେଡିରେ ଥିବା ଅସନ୍ତୁଷ୍ଟ ଏବଂ ଅଣନିଶ୍ବାସୀ ହୋଇପଡିଥିବା ବିଧାୟକଙ୍କୁ ଏକାଠି କରି ମୋର୍ଚ୍ଚା ପ୍ରସ୍ତୁତ କରିଥିଲେ ଏହି ବିଜୁ ଅନୁଗତ । ବିଜୟ ମହାପାତ୍ର କହିଛନ୍ତି ୨୦୨୪ରେ ଆମର ଏହି ଅପରେସନ ଆରମ୍ଭ ହୋଇଥିଲା । ୨୪ରେ ନିର୍ବାଚନ ହାରିଥିଲେ ବି ବୁଦ୍ଧି ଶିଖିଲାନି ବିଜେଡି । ରାଜ୍ୟସଭା ନିର୍ବାଚନରେ ପୁଣି ମାଟି କାମୁଡିଲା ଦଳ । ଆଗକୁ ଆହୁରି କ’ଣ ହେଉଛି, ଅପେକ୍ଷା କର ବୋଲି କହିଛନ୍ତି ବିଜୟ ମହାପାତ୍ର । ଏପଟେ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ଆମର ତିନିକୁ ତିନି ରାଜ୍ୟସଭା ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଦୁଇ ମାସ ତଳୁ ଯୋଜନା ହୋଇଥିଲା ।

ମୋକିମଙ୍କ ତେରଚ୍ଛା ବାଣ

କଂଗ୍ରେସରୁ ବହିଷ୍କାର ହେବା ପରେ ନୂଆ ଦଳ ଗଠନ କରିଥିବା ମହମ୍ମଦ ମୋକିମ ମଧ୍ୟ ଏହି ମୌକାରେ ବିଜେଡି ଓ କଂଗ୍ରେସକୁ ମାରିଛନ୍ତି ତେରେଚ୍ଛା ବାଣ । କଂଗ୍ରେସ ଅସ୍ଥିତ୍ବ ହରାଉଥିବା ବେଳେ ବିଜେଡିର ଯୁବ ନେତାମାନେ କ୍ରସ ଭୋଟିଂ କରି ଦଳୀୟ ନେତୃତ୍ବଙ୍କୁ ଆଇନ ଦେଖାଇଛନ୍ତି । ପୁଞ୍ଜିଭୂତ ଅସନ୍ତୋଷର ପ୍ରତିଫଳନ ହୋଇଛି । ଯେଉଁ ଯୁବ ନେତାମାନେ ଓଡିଶା ପାଇଁ କାମ କରିବାକୁ ଚାହୁଁଛନ୍ତି ସେମାନେ ଆଜି ଓଡିଶା ଜନତା କଂଗ୍ରେସରେ ସାମିଲ ହୁଅନ୍ତୁ ବୋଲି ଆହ୍ବାନ ଦେଇଛନ୍ତି ମୋକିମ୍ ।

Also read: ବଡ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ, ୩ ବିଧାୟକ ସସ୍ପେଣ୍ଡ

ରାଜ୍ୟସଭା ନିର୍ବାଚନରେ ସଂଖ୍ୟା ନଥାଇ ବି ବିଜେପି ଓ କିଛି ବରିଷ୍ଠ ରାଜନେତାଙ୍କ ଗୋଟି ଚାଳନାରେ ଦିଲ୍ଲୀପ ରାୟ ଜିତିବା, ଏବଂ ସମସ୍ତ ଚେଷ୍ଟା ସତ୍ତ୍ବେ ନବୀନ ଓ ଭକ୍ତଙ୍କ ସବୁ ଆକଳନ ଫେଲ୍ ମାରିବା, ଏବେ ରାଜ୍ୟ ରାଜନୀତିକୁ ନୂଆ ମୋଡ଼ । ଅସନ୍ତୁଷ୍ଟ ବିଜେଡି ଓ କଂଗ୍ରେସ ନେତା ମିଶି ନୂଆ ଦଳ ଗଠନ କରିବା ଚର୍ଚ୍ଚାକୁ ଏହା ଖୋରାକ୍ ଯୋଗାଇଛି ।