ଘର, ଚିକିତ୍ସା ଓ ବୀମା ହେବ ଶସ୍ତା ? ବଜେଟରେ ମଧ୍ୟବିତ୍ତଙ୍କୁ ମିଳିପାରେ ବଡ଼ ଆଶ୍ୱସ୍ତି

NEWS7
the-chief-minister-launched-the-scheme-viksit-gaon-viksit-odisha

ନୂଆଦିଲ୍ଲୀ: ବଜେଟ୍ ୨୦୨୬ରୁ ଦେଶର ମଧ୍ୟବିତ୍ତ ବର୍ଗ ଓ ସାଧାରଣ ଲୋକଙ୍କମ ଆଶା ଅଧିକ ରହିଛି । ଦରବୃଦ୍ଧି ଓ ଦୈନନ୍ଦିନ ଖର୍ଚ୍ଚ ମଧ୍ୟରେ ଲୋକମାନେ ଚଳିତ ଥର ବଜେଟରେ ଏପରି କିଛି ଆଶା ରଖିଛନ୍ତି, ଯାହା ତାଙ୍କ ପକେଟର ବୋଝକୁ କମ କରିବ । ବିଶେଷଜ୍ଞଙ୍କ ମତରେ ଏହି ବିଜେଟ୍ କେବଳ ଅର୍ଥବ୍ୟବସ୍ଥାକୁ ମଜଭୁତ କରିବା ଯାଏ ସୀମିତ ନୁହେଁଷ ବରଂ ସାଧାରଣ ପରିବାର ପାଇଁ ଅନେକ ଆଶ୍ୱସ୍ତି ଆଣିପାରେ ।

ବିଶେଷଜ୍ଞଙ୍କ ମତରେ ବଜେଟ୍ ୨୦୨୬ର ଫୋକସ୍ ଭିତ୍ତିଭୂମି, ପ୍ରତିରକ୍ଷା ଓ ରପ୍ତାନୀ ଉପରେ ରହିବ ଏବଂ ପବ୍ଲିକ୍-ପ୍ରାଇଭେଟ୍ ପାର୍ଟନରଶିପ୍ ମଜଭୁତ ହେବ । ଏହାସହ ସାଧାରଣ ଲୋକଙ୍କୁ ଟ୍ୟାକ୍ସ, ଜିଏସଟି ଓ ବୀମାରେ ଆଶ୍ୱସ୍ତି ମିଳିବାର ସମ୍ଭାବନା ରହିଛି ।

ବଜେଟ୍ ୨୦୨୬ରେ ରେଲୱେ, ରୋଡ୍, ଏୟାର ଓ ଡିଜିଟାଲ୍ ଭିତ୍ତିଭୂମି ସମେତ ଅନେକ ପ୍ରମୁଖ ସେକ୍ଟର୍ସରେ ନିବେଶ ବଢିବାର ସମ୍ଭାବନା ରହିଛି । ଏହାଦ୍ୱାରା କେବଳ ରୋଜଗାର ବଢିବନି, ବରଂ ମଧ୍ୟବିତ୍ତ ପରିବାରକୁ ଉନ୍ନତ ସୁବିଧା ଓ ସେବା ମଧ୍ୟ ମିଳିବ । କଷ୍ଟମ ଓ ଟିକସ ପ୍ରଣାଳୀକୁ ସରଳ କରିବା, ଏସଇଜେଡ୍ ସୁଧାରିବା ଓ ଟାରିଫ୍ ରାସନଲାଇଜ୍ କରିବା ପଦକ୍ଷେପ ବି ସାଧାରଣ ଲୋକଙ୍କୁ ମହଙ୍ଗା ମାଡ଼ରୁ ଆଶ୍ୱସ୍ତି ପ୍ରଦାନ କରିବାରେ ସହାୟକ ହେବ ।

ଗତ ବର୍ଷର ଅର୍ଥନୈତିକ ସଂସ୍କାରକୁ ଦୃଷ୍ଟିରେ ରଖି, ଚଳିତ ବର୍ଷ ବଜେଟରେ ଜିଏସଟିରେ ଛାଡ଼ ଓ ଜୀବନ ତଥା ସ୍ୱାସ୍ଥ୍ୟ ବୀମା ଉପରେ ଟ୍ୟାକ୍ସ ରିହାତି ବଢିବା ଆଶା ରହିଛି । ଏହାଦ୍ୱାରା ମିଡିଲ୍ କ୍ଲାସ୍ ପରିବାର ପାଇଁ ବୀମା ପଲିସି ନେବା ସହଜ ହେବ ଓ ଚିକିତ୍ସା ଖର୍ଚ୍ଚରେ ସିଧା ଲାଭ ମିଳିବ ।

ବଜେଟ୍ ୨୦୨୬ରେ ଏମଏସଏମଇ ଓ ଷ୍ଟାର୍ଟଅପ୍ସକୁ ଟ୍ୟାକ୍ସ-ଫ୍ରି ପ୍ରୋତ୍ସାହନ ଦେବା ପାଇଁ ଯୋଜନା ରହିଛି । ଏହାଦ୍ୱାରା କ୍ଷୁଦ୍ର ବ୍ୟବସାୟୀଙ୍କ ଉତ୍ପାଦକତା ବଢିବ ଓ ବୈଶ୍ୱିକ ସ୍ତରରେ ପ୍ରତିଯୋଗିତା କରିପାରିବ । ଏହାର ପ୍ରଭାବରେ ସାଧାରଣ ଲୋକଙ୍କ ରୋଜଗାର ସୁଯୋଗ ବୃଦ୍ଧି ପାଇବ ଓ ଅର୍ଥବ୍ୟବସ୍ଥାରେ ସ୍ଥିରତାର ଲାଭ ମିଳିବ ।