କେନ୍ଦ୍ରାପଡ଼ା ୭।୮: କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା କାଠିଆପଡା ଛାତ୍ରୀ ପୋଡି ଘଟଣାରେ ଏସ୍ପି ସିଦ୍ଧାର୍ଥ କଟାରିଆଙ୍କ ସାମ୍ବାଦିକ ସମ୍ମିଳନୀ l ଘଟଣାର ନିରପେକ୍ଷ ତଦନ୍ତ ଚାଲିଥିବା ଏସ୍ପି କହିଛନ୍ତି l ତେବେ ପୋଷ୍ଟମର୍ଟମ ପାଇଁ ଛାତ୍ରୀଙ୍କ ମୃତଦେହ କଟକ ଯାଇଥିବା ବେଳେ ପୋଷ୍ଟମର୍ଟମର ଭିଡିଓ ଗ୍ରାଫି ମଧ୍ୟ କରାଯିବ l ମୃତଦେହ ସହିତ କେନ୍ଦ୍ରାପଡାରୁ ମେଡିକାଲ ଅଫିସର, ସାଇଣ୍ଟିଫିକ୍ ଟିମ୍ ଓ ତଦନ୍ତକାରୀ ଅଧିକାରୀ ମଧ୍ୟ କଟକ ଯାଇଛନ୍ତି l ଗୁରୁବାର ଘଟଣାର ଦ୍ଵିତୀୟ ଦିନରେ ମଧ୍ୟ ଏସ୍ପି ସ୍ପଟ୍ରେ ତଦନ୍ତ କରିବେ l ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ସନ୍ଦେହ କରାଯାଉଛି । ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଏସ୍ପି କହିଛନ୍ତି ।
ASI ଶୈଳେନ୍ଦ୍ର ପଲାଇଙ୍କ ବିରୁଦ୍ଧରେ ଅଭିଯୋଗ ସମ୍ପର୍କରେ ପ୍ରତିକ୍ରିୟା ରଖି ଏସ୍ପି କହିଛନ୍ତି, ମୃତ ଛାତ୍ରୀଙ୍କ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ପାଇବା ପରେ ତଦନ୍ତ ତ୍ୱରାନ୍ୱିତ ହେବ l ସେପର୍ଯ୍ୟନ୍ତ ଶୈଳେନ୍ଦ୍ର ପଲାଇ ପୋଲିସ ମୁଖ୍ୟାଳୟରେ ରହିବେ ବୋଲି ଏସ୍ପି ସୂଚନା ଦେଇଛନ୍ତି l
You Can Read:
କେନ୍ଦ୍ରାପଡ଼ା ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲା ବିଜେଡି