ଜଲାପୁଟ ଡ୍ୟାମ୍‌ରେ ଡ଼ଙ୍ଗା ବୁଡି : ୭୦ଘଣ୍ଟା ପରେ ନାବାଳକଙ୍କ ମୃତଦେହ ଉଦ୍ଧାର, ଅନ୍ୟ ଜଣେ ଏବେବି ନିଖୋଜ

Published By : Prameya-News7 Bureau | February 04, 2025 IST

କୋରାପୁଟ ୪: ଜଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣାର ୭୦ଘଣ୍ଟା ପରେ ନାବାଳକ ଅମିତ ହନ୍ତାଳଙ୍କ ମୃତଦେହ ଉଦ୍ଧାର l ଆଉ ଜଣେ ନିଖୋଜ ନାବାଳକଙ୍କ କୌଣସି ପତ୍ତା ମିଳିପାରିନାହିଁ । କୋରାପୁଟ ଓଡ଼୍ରାଫ୍ ଏବଂ ଅଗ୍ନିଶମ ବାହିନୀ ଅପରେସନ ଜାରି ରଖିଛନ୍ତି l 

ଶନିବାର ସନ୍ଧ୍ୟା ସମୟରେ ଜଲାପୁଟ ଗ୍ରାମର ୩ଜଣ ନାବାଳକ ମୋବାଇଲରେ ରିଲ୍ ବନାଇବା ପାଇଁ ଜଳଭଣ୍ଡାର କୂଳରେ ଥିବା ଦେଶୀ ଡ଼ଙ୍ଗା ନେଇ ମଝି ନଦୀକୁ ଚାଲିଯାଇଥିଲେ l ସେଠାରେ କୌଣସି କାରଣ ବଶତଃ ଡ଼ଙ୍ଗାଟି ବୁଡ଼ି ଯାଇଥିଲା l ଜଣେ ନାବାଳକ ପହଁରି ପହଁରି ଆସି ଯାଇଥିଲେ । କିନ୍ତୁ ଅନ୍ୟ ଦୁଇ ନାବାଳକ ନିଖୋଜ ହୋଇଯାଇଥିଲେ l ମଙ୍ଗଳବାର ଅମିତଙ୍କ ମୃତଦେହ ବାହାରିବା ପରେ ପରିବାରବଗ୍ର ସମ୍ପୂର୍ଣ୍ଣ ଭାଙ୍ଗିପଡିଛନ୍ତି l ଏହାକୁ ନେଇ ସାରା ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି l

You Can Read:

SCBରେ ପ୍ରତିଷ୍ଠା ହେବ ୫୦୦ ଶଯ୍ୟା ବିଶିଷ୍ଟ ଟ୍ରମା ସେଣ୍ଟର, ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ତୁରନ୍ତ ମିଳିବ ଉନ୍ନତ ଚିକିତ୍ସା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.