ଯୌନ ନିର୍ଯାତନା ଅଭିଯୋଗରେ ଅଧ୍ୟାପକ ନିଲମ୍ବିତ, ଆସିନାହିଁ ତଦନ୍ତ ରିପୋର୍ଟ

NEWS7
thailand-berry-farmers-protested-in-front-of-horticulture-office-in-anandapur

ସମ୍ବଲପୁର ୦୭।୦୨ : ଯୌନ ନିର୍ଯାତନା ଅଭିଯୋଗରେ ଅଧ୍ୟାପକ ନିଲମ୍ବିତ । ସମ୍ବଲପୁର ବିଶ୍ୱବିଦ୍ୟାଳୟର ଏମ୍‌ବିଏ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡ. ସରୋଜ କୁମାର ସାହୁଙ୍କୁ କୁଳପତିଙ୍କ ନିର୍ଦ୍ଦେଶରେ ଚାକିରିରୁ ନିଲମ୍ବନ କରିଛନ୍ତି ବିଶ୍ୱବିଦ୍ୟାଳୟ କୁଳସଚିବ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଘଟଣାର ତଦନ୍ତ ସରିନାହିଁ ।

ଏ ଖବର ବି ପଢନ୍ତୁ:- “ଟଙ୍କା ନେଇଛନ୍ତି ମାନେ ମୋ ପାର୍ଟିରେ ଯାତ୍ରା କରିବାକୁ ବାଧ୍ୟ...”, ସାଇଙ୍କୁ ଚେତାବନୀ ଦେଲେ ତୁଳସୀ ମାଲିକ

ଖବର ଅନୁଯାୟୀ, ସଂପୃକ୍ତ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଅଧିନରେ ପିଏଚ୍‌ଡି କରୁଥିବା ଜଣେ ଛାତ୍ରୀଙ୍କୁ କିଛି ଦିନ ତଳେ ଯୌନ ନିର୍ଯାତନା ହୋଇଥିବା ଅଭିଯୋଗ ଆସିଥିଲା । ଏହାପରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ତଦନ୍ତର ନିର୍ଦ୍ଦେଶ ଦିଆଯାଇଥିଲା । ଆଉ ଏବେ ତଦନ୍ତ ପ୍ରକ୍ରିୟା ଶେଷ ହେବା ପୂର୍ବରୁ ସଂପୃକ୍ତ ଅଧ୍ୟାପକଙ୍କୁ ନିଲମ୍ବିତ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଘଟଣାର ତଦନ୍ତ ଶେଷ ହୋଇନାହିଁ କି ଆଇସିସି ବା ଇଣ୍ଟନରନାଲ କମିଟିର ନିଜ ରିପୋର୍ଟ ଦେଇନାହିଁ । ତାପୂର୍ବରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏଭଳି ଆକ୍ସନ ନେଇଛନ୍ତି ।