ମସଲା ବିବାଦ ଭିତରେ ଆକ୍ସନ ମୋଡରେ ବାଣିଜ୍ୟ ମନ୍ତ୍ରଣାଳୟ, ରପ୍ତାନୀ ପୂର୍ବରୁ ପରୀକ୍ଷଣ ବାଧ୍ୟତାମୂଳକ

Published By : Prameya-News7 Bureau | May 15, 2024 IST

ନୂଆଦିଲ୍ଲୀ: ଦେଶରୁ ରପ୍ତାନୀ ହେଉଥିବା ମସଲାରେ କ୍ୟାନ୍ସର ସୃଷ୍ଟିକାରୀ ରାସୟନ ଇଟିଓ (ଏଥିଲିନ ଅକ୍ସାଇଡ୍)ର ପ୍ରଭାବ ରୋକିବା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଭାରତୀୟ ବ୍ରାଣ୍ଡ ଏମଡିଏଚ୍ ଏବଂ ଏଭରେଟର କିଛି ମସଲାରେ ଏଥିଲିନ ଅକ୍ସସାଇଡ୍ ଥିବା ଜଣାପଡ଼ିଥିଲା । ଏହି କାରଣରୁ ସିଙ୍ଗାପୁର ଏବଂ ହଂକଂରେ ଉଭୟ ଭାରତୀୟ ମସଲା ବ୍ରାଣ୍ଡର କିଛି ପ୍ରଡକ୍ଟ ଉପରେ ରୋକ୍ ଲଗାଯାଇଛି । ଏହାସହ ଗ୍ରାହକଙ୍କ ପାଇଁ ଆଡଭାଇଜର ମଧ୍ୟ ଜାରି କରାଯାଇଛି ।

କେନ୍ଦ୍ର ସରକାରଙ୍କ ବାଣିଜ୍ୟ ମନ୍ତ୍ରଣାଳୟରେ ଅତିରିକ୍ତ ସଚିବ ଅମରଦୀପ ସିଂ ଭାଟିଆ କହିଛନ୍ତି ଯେ ମସଲା ବୋର୍ଡ ଏହି କ୍ଷେତ୍ରରେ ଭାରତୀୟ ମସଲା ରପ୍ତାନୀର ସୁରକ୍ଷା ଏବଂ ଗୁଣବତ୍ତା ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନେଇଛନ୍ତି । ବୋର୍ଡ ଏହି ଦୁଇ ଦେଶକୁ ରପ୍ତାନୀ କରାଯାଉଥିବା ଏହିପରି ସାମଗ୍ରୀର ପରୀକ୍ଷଣକୁ ବାଧ୍ୟତାମୂଳକ କରାଯାଇଛି । ଏକ ବୈଷୟିକ ବୈଜ୍ଞାନିକ କମିଟି ମୂଳ କାରଣର ବିଶ୍ଲେଷଣ ମଧ୍ୟ କରିଛି । ପ୍ରୋସେସିଂ ଫେସିଲିଟିଜର ନିରୀକ୍ଷଣ କରାଯାଇଛି ଏବଂ ମାନ୍ୟତାପ୍ରାପ୍ତ ରିସର୍ଚ୍ଚ ସେଣ୍ଟରରେ ପରୀକ୍ଷଣ ପାଇଁ ନମୂନା ସଂଗ୍ରହ କରାଯାଇଛି ।

୨୦୨୩-୨୪ରେ ଭାରତର ମସଲା ରପ୍ତାନୀ ମୋଟ ୪.୨୫ ବିଲିୟନ ଡଲାର ଥିଲା । ଯାହା ବୈଶ୍ୱିକ ମସଲା ରପ୍ତାନୀର ୧୨ ପ୍ରତିଶତ । ଭାରତରୁ ରପ୍ତାନୀ ହେଉଥିବା ପ୍ରମୁଖ ମସଲାରେ ଲଙ୍କା ଗୁଣ୍ଡ ସାମିଲ ରହିଛି, ଯାହା ୧.୩ ବିଲିୟନ ଡଲାର ରପ୍ତାନୀ ସହ ସୂଚୀରେ ସବୁଠୁ ଉପରେ ଅଛି । ଏହାପରେ ଜିରା ୫୫ କୋଟି ଡଲାର, ହଳଦୀ ୨୨ କୋଟି ଡଲାର ରହିଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.