ଭୁବନେଶ୍ୱର ୨୩।୦୬ : ବିଏମ୍ସି ଅଧିକାରୀ ଓ ବସ୍ତି ବାସିନ୍ଦା ମୁହାଁମୁହିଁ । ଭୁବନେଶ୍ୱର ସାଲିଆସାହିରେ ବସ୍ତି ବାସିନ୍ଦା ଓ ବିଏମ୍ସି ସର୍ଭେ ଟିମ୍ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି । ଯାହାକୁ ନେଇ ବସ୍ତି ବାସିନ୍ଦାଙ୍କ ପକ୍ଷରୁ ଆନ୍ଦୋଳନ କରାଯାଉଛି ।
ଖବର ଅନୁଯାୟୀ, ଭୁବନେଶ୍ୱର ଲେଫ୍ଟ ପରାଲାଲ ରୋଡ ହାଉସ୍ ସର୍ଭେକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ବାମ କଡ଼ରେ ୨୦୦ ଫୁଟିଆ ରାସ୍ତା କାମର ସର୍ଭେ ପାଇଁ ସାଲିଆ ସାହିରେ ପହଞ୍ଚିଥିଲା ବିଏମ୍ସି ସର୍ଭେ ଟିମ୍ । ନନ୍ଦନକାନନରୁ ଜୟଦେବ ବିହାରକୁ ଯୋଡ଼ିବ ଏହି ଲେଫ୍ଟ ପାରାଲାଲ ରୋଡ୍ । ତେବେ ସାଲିଆସାହିର ୫୨୧ ପରିବାରକୁ ବୁଦ୍ଧବିହାରରେ ଥଇଥାନ କରିବାକୁ ଯୋଜନା ହୋଇଛି । ଏଥିପାଇଁ ସୋମବାର ଦିନ ବିଡିଏ, ବିଏମ୍ସି, ପୂର୍ତ୍ତ ବିଭାଗ ପକ୍ଷରୁ ତଦାରଖ ଚାଲିଥିଲା । ଏହି ସମୟରେ ସାଲିଆ ସାହି ଲୋକ ଘର ନୁହେଁ ଜମି ଦେବା ଦାବିରେ ଅଡ଼ି ବସିଥିଲେ । ଜୟଦେବ ବିହାର-ନନ୍ଦନକାନନ ବାମ ପାର୍ଶ୍ବ ସମାନ୍ତରାଳ ରାସ୍ତା କାମ ନେଇ ଅସନ୍ତୋଷ ଦେଖାଦେଇଛି। ଏପିରିକି ଉଭୟଙ୍କ ମଧ୍ୟରେ ଉତ୍ତେଜନାର ମାହୋଲ ଦେଖିବାକୁ ମିଳିଛି । ଯାହାକୁ ଦେଖି ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।