ଭୁବନେଶ୍ୱର ୨୩/୦୬: ପରୀକ୍ଷା ପରିଚାଳନା ନେଇ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ସରକାରଙ୍କ ଅଧୀନରେ ନିଯୁକ୍ତି ସଂସ୍ଥା ଦ୍ୱାରା ପରିଚାଳିତ ବିଭିନ୍ନ ନିଯୁକ୍ତି ପରୀକ୍ଷା ପାଇଁ ଫି ଛାଡ଼ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।
ଏନେଇ ସରକାରଙ୍କ ପକ୍ଷରୁ ଓପିଏସସି, ଓଏସଏସସି, ଓଏସଏସଏସସି ବୋର୍ଡକୁ ଚିଠି ଲେଖାଯାଇଛି । ଯେଉଁ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବେ ସେମାନଙ୍କୁ ପରୀକ୍ଷା ଫି ଫେରାଇ ଦିଆଯିବ । ଏହାଦ୍ବାରା ଲକ୍ଷ ଲକ୍ଷ ପରୀକ୍ଷାର୍ଥୀ ଉପକୃତ ହେବେ । ଯେଉଁମାନେ ପରୀକ୍ଷାକୁ ଗୁରୁତ୍ବର ସହ ନନେଇ ପରୀକ୍ଷା ଦେଉନାହାନ୍ତି ସେମାନଙ୍କ ପାଇଁ ଏହା ଲାଗୁ ହେବ ନାହିଁ ।