ଅକ୍ଷୟଙ୍କୁ ଭୁରିଭୁରି ପ୍ରଶଂସା କଲେ ଚିତ୍ରାଙ୍ଗଦା, କହିଲେ-ତାଙ୍କଠୁ କିଛି ଶିଖିବା କଥା...

Published By : Prameya-News7 Bureau | June 23, 2025 IST

ନୂଆଦିଲ୍ଲୀ ୨୩।୦୬: ଚଳିତ ମାସ ଆରମ୍ଭରେ ରିଲିଜ୍‌ ହୋଇଥିଲା କମେଡି ଫିଲ୍ମ ‘ହାଉସ୍‌ଫୁଲ୍‌-୫’ । ଫିଲ୍ମରେ ଚିତ୍ରାଙ୍ଗଦା ସିଂହଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଥିଲା । ‘ହାଉସ୍‌ଫୁଲ୍‌-୫’ ବକ୍ସ ଅଫିସ୍‌ରେ ସଫଳ ହେବା ସହିତ ସେଥିରେ ଚିତ୍ରାଙ୍ଗଦାଙ୍କର ଅଭିନୟକୁ ମଧ୍ୟ ଦର୍ଶକୀୟ ଆଦୃତି ମିଳିଛି । 


ଏକ ୱେବସାଇଟ୍‌କୁ ଦେଇଥିବା ସାକ୍ଷାତକାରରେ ଚିତ୍ରାଙ୍ଗଦା ସହ କଳାକାର ଅକ୍ଷୟ କୁମାରଙ୍କୁ ଭୁରିଭୁରି ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ଅକ୍ଷୟ ଯେତିକି ଭଲ କଳାକାର ସେତିକି ଶୃଙ୍ଖଳିତ ମଣିଷ । ସମସ୍ତେ ତାଙ୍କ ନିକଟରୁ ଶୃଙ୍ଖଳା ଶିଖିବା କଥା । ସୁଟିଂ ସେଟ୍‌ରେ ତାଙ୍କର ଉତ୍ସାହ ଆରମ୍ଭରୁ ଶେଷ ଯାଏ ସମାନ ରହିଥାଏ । କେବଳ ସେତିକି ନୁହେଁ, ସହ କଳାକାରମାନଙ୍କୁ ସବୁ ପ୍ରକାର ପ୍ରସଙ୍ଗରେ ସେ ସହାୟତା କରିବାକୁ ସର୍ବଦା ଆଗଭର ରହିଥାନ୍ତି । 

ପୂର୍ବରୁ ମଧ୍ୟ ଚିତ୍ରାଙ୍ଗଦା ଅକ୍ଷୟଙ୍କ ସହିତ ୨୦୧୧ରେ ରିଲିଜ୍‌ ହୋଇଥିବା ‘ଦେଶୀ ବୟେଜ୍‌’ରେ କାମ କରିଥିଲେ । ସେହି ଫିଲ୍ମରେ ଉପରୋକ୍ତ ଦୁଇ କଳାକାରଙ୍କ ସହ ଜନ୍‌ ଆବ୍ରାହମ୍‌ ଓ ଦୀପିକା ପାଦୁକୋନ୍‌ଙ୍କୁ ଦେଖିବାକୁ ମିଳିଥିଲା । ସେହିପରି ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ଆଗକୁ ଚିତ୍ରାଙ୍ଗଦାଙ୍କୁ ‘ରାତ୍‌ ଅକେଲି ହୈ-୨’ରେ ଦେଖିବାକୁ ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.