ଭୁବନେଶ୍ୱର ୨୩/୦୬: ରାଜ୍ୟରେ ଡ଼ାଇରିଆ ସ୍ଥିତି ଏବେ ନିୟନ୍ତ୍ରଣରେ ଅଛି । ଏହାକୁ ଗୁରୁତର ସହିତ ନେଉଛନ୍ତି ସରକାର । ଏନେଇ ସ୍ପଷ୍ଟ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ଚାରୋଟି ବିଭାଗକୁ ନେଇ ସମୀକ୍ଷା କରିଛନ୍ତି । ଡ଼ାଇରିଆର ନୂଆ କେସ ଆସିବା କମିଛି । ନିୟନ୍ତ୍ରଣ କରିବା ପାଇଁ ସଚେତନତା କରାଯାଇଛି । ପରିସ୍ଥିତିରେ ସୁଧାର ଆସୁଛି । ଏହାସହ ସ୍ୱାସ୍ଥ୍ୟମନ୍ତ୍ରୀ ଲୋକଙ୍କୁ ସତର୍କ ଓ ସଚେତନ ରହିବାକୁ ନିବେଦନ କରିଛନ୍ତି ।
ସେ ଆହୁରି କହିଛନ୍ତି ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସ୍ୱତନ୍ତ୍ର ସମୀକ୍ଷା କରାଯାଇଥିଲା । ଡ଼ାଇରିଆ ଯେମିତି ପୁରୀରେ ନ ବ୍ୟାପୁ ସେଥିପାଇଁ, ୩୮୭ ଡାକ୍ତର ଏବଂ ପାରାମେଡିକାଲ ଷ୍ଟାଫ ନିଯୁକ୍ତ କରାଯାଇଛି । ଏହାସହ ଫାଷ୍ଟ ଏଡ଼ ସେଣ୍ଟର ଏବଂ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି । ଲୋକଙ୍କୁ ଆରଓ ପାଣି ଯୋଗାଇଦେବାକୁ ବ୍ୟବସ୍ତା କରାଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।