ଲୁଚିଗଲା ଶ୍ରୀମନ୍ଦିର, ବଡ଼ଦାଣ୍ଡ ଠାରୁ ବଡ଼ଦେଉଳ ଯାଏଁ ଘନ କୁହୁଡ଼ି

NEWS7
telangana-classifieds-sc-reservation-into-3-groups

ପୁରୀ ୨୫।୧୨ : ଲୁଚିଗଲା ଶ୍ରୀମନ୍ଦିର । ବଡ଼ଦେଉଳକୁ ଢାଙ୍କି ରହିଗଲା ଘନ କୁହୁଡ଼ି । ବଡ଼ଦାଣ୍ଡ ଠାରୁ ଶ୍ରୀମନ୍ଦିର ଯାଏଁ ଘନ କୁହୁଡି ଯୋଗୁଁ ଦୃଶ୍ୟମାନ ହେଲା ନାହିଁ ନୀଳଚକ୍ର ଓ ପତିତପାବନ। ଗୁରୁବାର ସକାଳୁ‌ ସକାଳୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା।

ସେହିପରି ବଡ଼ଦିନ ଛୁଟି ରେ ପୁରୀ ଆସିଥିବା ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ମାନେ କୁହୁଡ଼ି ଯୋଗୁଁ ଶ୍ରୀମନ୍ଦିର ଓ ନୀଳଚକ୍ର ଦେଖି ନପାରି ଆତୁର ହୋଇଥିଲେ। ଅନେକ ଜଗନ୍ନାଥ ପ୍ରେମୀ ଏବଂ ଶ୍ରୀମନ୍ଦିର ଆଖପାଖର ଲୋକେ ନୀଳଚକ୍ରକୁ ଦର୍ଶନ କରିବା ପରେ ଜଳ ସ୍ପର୍ଶ କରିଥାଆନ୍ତି। କେବଳ ସେତିକି ନୁହେଁ ବିଶ୍ବାସ ରହିଛି ନୀଳଚକ୍ର ଙ୍କୁ ଦର୍ଶନ କଲେ ସ୍ବୟଂ ମହାପ୍ରଭୁଙ୍କୁ ଦର୍ଶନ କରିବା ସହିତ ସମାନ। ତେବେ ଆଜିର ଏହି ଘନ କୁହୁଡି ଭକ୍ତ ଓ ଠାକୁରଙ୍କ ମଧ୍ୟରେ ଅନ୍ତରାୟ ସୃଷ୍ଟି କରିଥିଲା। ସେପଟେ କୁହୁଡ଼ି ଯୋଗୁଁ ବଡ଼ଦାଣ୍ଡରେ ଯାତାୟାତରେ ମଧ୍ୟ ବାଧା ସୃଷ୍ଟି ହୋଇଥିଲା।