ମାଲକାନଗିରି ହିଂସା: କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଜନଜାତିଙ୍କ ସମସ୍ୟା ଦୂର କରିବା ପାଇଁ ନିର୍ଦ୍ଦେଶ

NEWS7
team-india-has-changed-in-the-last-25-years-there-is-no-one-to-compete-in-tests

ମାଲକାନଗିରି ଜିଲ୍ଲାର ରାଖେଲଗୁଡା ଏବଂ ଏମ.ଭି.୨୬ ଗ୍ରାମରେ ଘଟିଥିବା ହିଂସାକାଣ୍ଡ ଉପରେ ସରକାରୀ ରିପୋର୍ଟ ଓ ଉଚ୍ଚସ୍ତରୀୟ ବୈଠକ ପରେ ମୁଖ୍ୟମନ୍ତ୍ରୀ ୧୦ଟି ବଡ଼ ନିର୍ଦ୍ଦେଶ ଦେଇଛନ୍ତି । ରାଖେଲଗୁଡା- ଏମ.ଭି.-୨୬ ଗ୍ରାମ ପାଇଁ ଆର୍ଥିକ ସହାୟତା ସହ ମୃତ ଲାକେ ପଡିଆମିଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦଶ ଲକ୍ଷ ଟଙ୍କାର ସ୍ବତନ୍ତ୍ର ଆର୍ଥିକ ସହାୟତା ପ୍ରଦାନ କରାଯିବ । ମାଲକାନଗିରି ଜିଲ୍ଲା ପ୍ରଶାସନର ରିପୋର୍ଟ ଭିତ୍ତରେ ଏମ.ଭି.୨୬ ଗ୍ରାମର ପ୍ରତ୍ୟେକ ଆଂଶିକ ଓ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ବାସଗୃହର ମରାମତି ପାଇ ସର୍ବାଧିକ ୭୫,୦୦୦ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯିବ ।

ନିର୍ଦ୍ଦେଶଗୁଡ଼ିକ ହେଲା

୧- ରେଗୁଲେସନ ୨/୫୬ (୨୦୦୨ ସଂଶୋଧିତ) ଅନୁଯାୟୀ ବିଚାରାଧୀନ ଶତାକ ମାମଲାଗୁଡିକୁ ଜିଲ୍ଲାପାଳ ନିୟମିତ ଭାବରେ ପ୍ରତ୍ୟେକ ପନ୍ଦର ଦିନରେ ସମୀକ୍ଷା କରି ଏହାର ପ୍ରଗତି ସମ୍ବନ୍ଧରେ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ଓ ସରକାରଙ୍କୁ ଅବଗତ କରାଇବେ ।

୨- ଭୂମିହୀନ ତଥା ବାସଗୃହହୀନ ଜନଜାତି ପରିବାରକୁ ଏଫ.ଆର.ଏ (FRA) ଏବଂ ଓଡ଼ିଶା ଗମେଣ୍ଟ ଲ୍ୟାଣ୍ଡ ରେଜିଷ୍ଟ୍ରେସନ୍ ଆଇନ ଅଧୀନରେ ସ୍ଥାୟୀ ପଟ୍ଟା ପ୍ରଦାନର ଆଶୁ ବ୍ୟବସ୍ଥା କରାଯିବ ।

୩- ମାଛକୁଣ୍ଡ ଜଳସେଚନ ଯୋଜନାରେ ବିସ୍ଥାପିତ ପରିବାରକୁ ସ୍ଥାୟୀ ପଟ୍ଟା ପ୍ରଦାନର ବ୍ୟବସ୍ଥା କରାଯିବ । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଜଳସେଚନ ବିଭାଗ ସହ ସମନ୍ବୟ ରଖି, ଏହି ସମସ୍ୟାର ଦୀର୍ଘ ମିଆଦି ସମାଧାନ କରିବ ।

୪- ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରତ୍ୟେକ ତିନି ମାସରେ ମାଲକାନଗିରି ଜିଲ୍ଲାର ଉପରୋକ୍ତ ତଥା ଅନ୍ୟାନ୍ୟ ରାଜସ୍ବ ମାମଲା ଉପରେ ନିୟମିତ ସମୀକ୍ଷା କରି ସରକାରଙ୍କୁ ଅବଗତ କରାଇବେ ।

୫- ଜନଜାତି ତଥା ଅନ୍ୟାନ୍ୟ ବର୍ଗର ଲୋକମାନଙ୍କର ଜଳ ଭଣ୍ଡାର ପାଖରେ ଥିବା ଉଚ୍ଚ ଚାଷଜମିରେ ଜଳସେଚନ ସୁବିଧା କରାଯିବା ନିମନ୍ତେ ଆଗାମୀ ଦିନରେ ଜଳ ସମ୍ପଦ ବିଭାଗ ଦ୍ବାରା ପ୍ରୟାସ କରାଯିବ ।

୬- ମୁଖ୍ୟମନ୍ତ୍ରୀ କୃଷି ଉନ୍ନୟନ ଯୋଜନା, ପି.ଏମ.ଇ.ଜି.ପି ଓ ପି.ଏମ.ଏଫ.ଏମ.ଇ ଅଧୀନରେ ଜନଜାତି ବର୍ଗର ପ୍ରାର୍ଥୀ କିପରି ଲାଭବାନ ହୋଇପାରିବେ ଏହାର ବ୍ୟବସ୍ଥା କରାଯିବ ।

୭- ପ୍ରାଥମିକ ବିଦ୍ୟାଳୟରେ କୋୟା, ଡିଡାଇ, ବଣ୍ଡା ଜନଜାତି ଭାଷାର ଖାଲିଥିବା ଏମ.ଏଲ.ଇ. ଶିକ୍ଷକ ପଦକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତୁରନ୍ତ ପୂରଣ କରିବେ ସରକାର ।

୮- ଜନଜାତି ତଥା ଅନ୍ୟାନ୍ୟ ବର୍ଗର ଛାତ୍ରଛାତ୍ରୀମାନେ ଯେପରି ଦଶମ ଶ୍ରେଣୀ ପରେ ମଧ୍ୟ ପଢା ଜାରି ରଖି ପାରିବେ, ତାହା ନିମନ୍ତେ ଆଗାମୀ ଦିନରେ ମାଲକାନଗିରି ଜିଲ୍ଲାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ଅଧିକ ସଂଖ୍ୟକ ଆସନ ସୃଷ୍ଟି କରାଯିବାର ପ୍ରୟାସ କରାଯିବ ।

୯ – ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡିକରେ ଜିଲ୍ଲାର ଦୂର-ଦୂରାନ୍ତରୁ ଆସୁଥିବା ଛାତ୍ରଛାତ୍ରୀମାନଙ୍କ ରହଣି ପାଇଁ ଆଗାମୀ ଦିନରେ ଅଧିକ ସଂଖ୍ୟାରେ ଛାତ୍ରାବାସ ନିର୍ମାଣ କରାଯିବ ।

୧୦ - ରାଖେଲଗୁଡା- ଏମ.ଭି.-୨୬ ଗ୍ରାମ ପାଇଁ ଆର୍ଥିକ ସହାୟତା ମୃତ ଲାକେ ପଡିଆମିଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦଶ ଲକ୍ଷ ଟଙ୍କାର ସ୍ବତନ୍ତ୍ର ଆର୍ଥିକ ସହାୟତା ପ୍ରଦାନ କରାଯିବ । ମାଲକାନଗିରି ଜିଲ୍ଲା ପ୍ରଶାସନର ରିପୋର୍ଟ ଭିତ୍ତରେ ଏମ.ଭି.୨୬ ଗ୍ରାମର ପ୍ରତ୍ୟେକ ଆଂଶିକ ଓ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ବାସଗୃହର ମରାମତି ନିମନ୍ତେ ରିପୋର୍ଟରେ ଦର୍ଶିତ ନଷ୍ଟ ହୋଇଥିବା ଘରର ମୂଲ୍ୟାଙ୍କନ ପରିମାଣ ଅନୁସାରେ ସର୍ବାଧିକ ୭୫,୦୦୦ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯିବ । ସେହିପରି କ୍ଷତିଗ୍ରସ୍ତ ଦୋକାନ ମରାମତି ନିମନ୍ତେ ପ୍ରତ୍ୟେକ ଦୋକାନୀଙ୍କୁ ଦୋକାନର ମୂଲ୍ୟାଙ୍କନ ପରିମାଣ ଅନୁସାରେ ସର୍ବାଧିକ ୨୦, ୦୦୦ ଟଙ୍କା ପର୍ଯ୍ୟନ୍ତ ଆର୍ଥକ ସହାୟତା ପ୍ରଦାନ କରାଯିବ ।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଡିସେମ୍ୱର ୨୯ରେ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ଗୋକୁଳାନନ୍ଦ ମଲ୍ଲିକ, ପୋଲିସ ମହାନିର୍ଦ୍ଦେଶକଙ୍କ ବହୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ । ବୈଠକରେ ଜିଲ୍ଲାର ବିଭିନ୍ନ ସମସ୍ୟା ବିଷୟରେ ଏବଂ ମୁଖ୍ୟତଃ ଜନଜାତିମାନଙ୍କର ଦୀର୍ଘଦିନ ଧରି ରହିଆସିଥିବା ଅସମାହିତ ପ୍ରସଙ୍ଗଗୁଡିକ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ।