ଗ୍ରୁପ-ଡି ପଦବୀ ପାଇଁ ନିଯୁକ୍ତି ଘୋଷଣା କଲା ରେଳବାଇ: ଆବେଦନର ଶେଷ ତାରିଖ ମାର୍ଚ୍ଚ ୨, କେମିତି କରିବେ ଆବେଦନ ଜାଣନ୍ତୁ

NEWS7
team-india-has-changed-in-the-last-25-years-there-is-no-one-to-compete-in-tests

ନୂଆଦିଲ୍ଲୀରେଳବାଇ ନିଯୁକ୍ତି ବୋର୍ଡ (RRB) ଗ୍ରୁପ୍ -ଡି (ଲେଭଲ୍-୧) ନିଯୁକ୍ତି ୨୦୨୬ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଏହି ନିଯୁକ୍ତି ଆବେଦନରେ ଦେଶର ବିଭିନ୍ନ ରେଳ ଜୋନରେ ୨୨,୧୯୫ଟି ଖାଲି ପଦବୀ ପୂରଣ କରାଯିବ। ଅନଲାଇନ୍ ଆବେଦନ ପ୍ରକ୍ରିୟା ଜାନୁଆରୀ ୩୧ ତାରିଖରୁ ଆରମ୍ଭ ହୋଇଥିବା ବେଳେ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ସରକାରୀ RRB ୱେବସାଇଟ୍ ମାଧ୍ୟମରେ ଆବେଦନ କରିପାରିବେ।

ଏଥିପାଇଁ ଯୋଗ୍ୟତା ହେଲା ପ୍ରାର୍ଥୀ ଦଶମ ଶ୍ରେଣୀ ପାସ୍ କରିବା ସହିତ ଜାତୀୟ ଶିକ୍ଷାନବିସ ପ୍ରମାଣପତ୍ର (NAC) ରହିଥିବା ଦରକାର। ଟ୍ରାକ୍ ମେଣ୍ଟେନର ଗ୍ରେଡ୍ ଆଇଭି, ପଏଣ୍ଟସମ୍ୟାନ୍-ବି, ଆସିଷ୍ଟାଣ୍ଟ (ଟ୍ରାକ୍ ମେସିନ୍), ଆସିଷ୍ଟାଣ୍ଟ (ବ୍ରିଜ୍), ଆସିଷ୍ଟାଣ୍ଟ (ସିଗନାଲ୍ ଏବଂ ଟେଲିକମ୍), ଏବଂ ଅନ୍ୟାନ୍ୟ ଲେଭଲ୍-୧ ପଦବୀ ପାଇଁ ନିଯୁକ୍ତି ଆହ୍ୱାନ ଦିଆଯାଉଛି। ଆବେଦନ କରିବା ପାଇଁ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ସୀମା ୧ ଜାନୁଆରୀ, ୨୦୨୬ ସୁଦ୍ଧା ୩୩ ବର୍ଷ ହୋଇଥିବ। ତେବେ ସଂରକ୍ଷିତ ବର୍ଗର ପ୍ରାର୍ଥୀମାନଙ୍କୁ ସରକାରୀ ନିୟମ ଅନୁଯାୟୀ ବୟସ ଛାଡ଼ ମିଳିବ।

ଏଥିପାଇଁ ପ୍ରାର୍ଥୀମାନଙ୍କୁ ଏକାଧିକ ସ୍ତରରେ ପରକ୍ଷୀ କରାଯିବ। ଏଥିରେ ଏକ କମ୍ପ୍ୟୁଟର-ଆଧାରିତ ପରୀକ୍ଷା (CBT), ତା'ପରେ ଏକ ଶାରୀରିକ ଦକ୍ଷତା ପରୀକ୍ଷା (PET), ଡକ୍ୟୁମେଣ୍ଟ ଯାଞ୍ଚ ସହ ଡାକ୍ତରୀ ପରୀକ୍ଷା ବି କରାଯିବ। ପରୀକ୍ଷା କେବେ ହେବ ରେଳବାଇ ପକ୍ଷରୁ ପରେ ଘୋଷଣା କରାଯିବ। ସାଧାରଣ ଏବଂ ଓବିସି ପ୍ରାର୍ଥୀଙ୍କ ପାଇଁ ଆବେଦନ ଫି ୫୦୦ ଟଙ୍କା। ଏସସି, ଏସଟି, ଇବିସି, ମହିଳା ଏବଂ ଟ୍ରାନ୍ସଜେଣ୍ଡର ପ୍ରାର୍ଥୀଙ୍କ ପାଇଁ ଫି ୨୫୦ ଟଙ୍କା। କମ୍ପ୍ୟୁଟର-ଆଧାରିତ ପରୀକ୍ଷା ଦେବା ପରେ ପ୍ରାର୍ଥୀମାନଙ୍କୁ ଫିର ଏକ ଅଂଶ ଫେରସ୍ତ କରାଯିବାର ନିୟମ ରହିଛି।

ଖାଲିଥିବା ପଦବୀ,ଗୁରୁତ୍ୱପୂର୍ଣ୍ଣ ତାରିଖ ଏବଂ ବୟସ ସୀମା

•ମୋଟ ଖାଲି ପଦବୀ: ୨୨,୧୯୫ ପଦବୀ
•ସଂସ୍ଥା: ରେଳବାଇ ନିଯୁକ୍ତି ବୋର୍ଡ (RRB)
•ଆବେଦନ ଆରମ୍ଭ ତାରିଖ: ୩୧ ଜାନୁଆରୀ ୩୧
•ଆବେଦନ କରିବାର ଶେଷ ତାରିଖ: ୨ମାର୍ଚ୍ଚ ୨୦୨୬
•ଫି ପ୍ରଦାନର ଶେଷ ତାରିଖ: ୪ ମାର୍ଚ୍ଚ୨୦୨୬
•ବୟସ ସୀମା: ୧୮ ରୁ ୩୩ ବର୍ଷ
•ଶିକ୍ଷାଗତ ଯୋଗ୍ୟତା: ଦଶମ ଶ୍ରେଣୀ ପାସ୍ କିମ୍ବା NAC ପ୍ରମାଣପତ୍ର ଥିବା ଦରକାର
•ଆବେଦନ ଫି: ସାଧାରଣ/ଓବିସି ପାଇଁ ୫୦୦,ସଂରକ୍ଷିତ ବର୍ଗ ପାଇଁ ୨୫୦
•ଚୟନ ପର୍ଯ୍ୟାୟ: CBT, ଶାରୀରିକ ପରୀକ୍ଷା,ଡକ୍ୟୁମେଣ୍ଟ ଯାଞ୍ଚ,ଡାକ୍ତରୀ ପରୀକ୍ଷା
•ପରୀକ୍ଷା ତାରିଖ: ଘୋଷଣା କରାଯିବ

କିପରି ଆବେଦନ କରିବେ?

ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିବା ପାଇଁ ଏହି ଷ୍ଟେପ୍ ଫଲୋ କରନ୍ତୁ।

• ରେଳବାଇ ନିଯୁକ୍ତି ବୋର୍ଡର ଅଫିସିଆଲ୍ ୱେବସାଇଟ୍ ଭିଜିଟ କରନ୍ତୁ
• RRB ଗ୍ରୁପ୍ ଡି ନିଯୁକ୍ତି ୨୦୨୬ ପାଇଁ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
• ନାଁ, ମୋବାଇଲ୍ ନମ୍ବର ଏବଂ ଇମେଲ୍ ଭଳି ମୌଳିକ ବିବରଣୀ ବ୍ୟବହାର କରି ପଞ୍ଜୀକରଣ କରନ୍ତୁ
• ବ୍ୟକ୍ତିଗତ ଏବଂ ଶିକ୍ଷାଗତ ବିବରଣୀ ସହିତ ଆବେଦନ ଫର୍ମ ପୂରଣ କରନ୍ତୁ
• ଫଟୋଗ୍ରାଫ୍ ଏବଂ ଦସ୍ତଖତ ଅପଲୋଡ୍ କରନ୍ତୁ
• ଅନଲାଇନରେ ଆବେଦନ ଫି ପ୍ରଦାନ କରନ୍ତୁ
• ଫର୍ମ ଦାଖଲ କରିବା ପରେ କନଫର୍ମେସନ ପେଜକୁ ଡାଉନଲୋଡ୍ କରନ୍ତୁ

ପ୍ରାର୍ଥୀମାନଙ୍କୁ ଆବେଦନ କରିବା ପୂର୍ବରୁ ସରକାରୀ ବିଜ୍ଞପ୍ତିକୁ ଭଲଭାବେ ପଢିବାକୁ ପରାମର୍ଶ ଦିଆଯାଇଛି। ନିଯୁକ୍ତ ପାଇଁ ଉପଯୁକ୍ତ ସର୍ତ୍ତବାଳୀ ପୂରଣ କରୁଛି କି ନାହିଁ ଚେକ୍ କରନ୍ତୁ। ଶେଷ ତାରିଖରେ କୌଣସି ସମସ୍ୟାକୁ ଏଡ଼ାଇବାକୁ ସମୟ ପୂର୍ବରୁ ଫର୍ମ ପୂରଣ କରିବାକୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।