ଜୀବନ ନେଇଯିବ ଏହି ଅସ୍ବାସ୍ଥ୍ୟକର ଖାଦ୍ୟ, ନାକ ଟେକୁଛନ୍ତି ରୋଗୀ

NEWS7
tax-exemption-may-increase-bank-deposits-in-india

ଭଦ୍ରକ୨୨/୧୨: ସୁସ୍ଥ ହେବା ପାଇଁ ରୋଗୀ ମେଡିକାଲ ଆସୁଛନ୍ତି । କିନ୍ତୁ ଏଠାକାର ସ୍ଥିତି ଏତେ ଖରାପ ଯେ ରୋଗୀ ସୁସ୍ଥ ହେବେ କଣ ଓଲଟା ନୂଆ ରୋଗ ଧରି ଯାଉଛନ୍ତି । ଏତେ ଅପରିଷ୍କାର ଜାଗାରେ ରୋଗୀଙ୍କ ପାଇଁ ଖାଦ୍ୟ ରନ୍ଧା ହେଉଛି ଦେଖିଲେ ବାନ୍ତି ଲାଗୁଛି ଆଉ ଖାଇଲେ କଣ ଅବସ୍ଥା ହେବ । ଭଦ୍ରକ ଜିଲ୍ଲା ପୁରୁଣା ମେଡିକାଲର ଏ ଦୃଶ୍ୟ । ମେଡିକାଲଟି ଗେଲପୁରକୁ ସ୍ଥାନାନ୍ତର ହୋଇଯାଇଛି ସତ କିନ୍ତୁ ଏବେବି ରୋଗୀଙ୍କ ପାଇଁ ରୋଷେଇ ପୁରୁଣା ମେଡିକାଲ ପରିସରରେ କରାଯାଉଛି ।

​​​​​​​ଗଦା ହୋଇଛି କୁଢ କୁଢ ଆବର୍ଜନା । ଯୁଆଡେ ଚାହିଁବେ ସିଆଡେ ଅଳିଆର ପାହାଡ । ଚାରିଆଡେ ପୁତିଗନ୍ଧମୟ ପରିବେଶ । ମେଡିକାଲ କ୍ୟାମ୍ପସରେ ଥିବା ଡ୍ରେନ ଗୁଡିକର ଅବସ୍ଥା ଆହୁରି ଖରାପ । ନାନା ଅଳିଆ ଆବର୍ଜନା ପଡି ରହିଛି । ଏତେ ଗନ୍ଧ ହେଉଛି ଯେ ନାକ ଫାଟି ପଡୁଛି । ସଂସ୍ଥାର ସୁପର ଭାଇଜର ଉତ୍ତର ବି ଅଜବ । ସେ କହିଛନ୍ତି ରୋଷେଇ ପରେ ଆମେ ଏସବୁ ସଫା କରିବୁ । ସଫାସୁତୁରା ସ୍ଥାନରେ ରୋଷେଇ ପାଇଁ ଜଣାଇଛୁ କିନ୍ତୁ ଆମକୁ କୌଣସି ନୂଆ ସ୍ଥାନ ଯୋଗାଇ ଦିଆଯାଇନି । ତେବେ ହସ୍‌ପିଟାଲ ଏପରି ଅବସ୍ଥାକୁ ନେଇ ବିଭାଗୀୟ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି ।