ପ୍ରଣବ ବଳବନ୍ତରାୟ ବନାମ ହିମାଂଶୁ ସାହୁ, ପତିଆରା ଲଢେଇରେ କମ୍ପୁଛି ରାଜ୍ୟ ରାଜନୀତି

NEWS7
tata-consultancy-services-tcs-is-not-considering-any-layoffs

ଧର୍ମଶାଳା: ଧର୍ମଶାଳାରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ବିଜେଡି ସୋସିଆଲ ମିଡିଆ ଟିମ୍ ପକ୍ଷରୁ ଭୋଜି ଚାଲିଥିବା ବେଳେ ସେଠାରେ କିଛି ଲୋକଙ୍କ ଅତର୍କିତ ଆକ୍ରମଣକୁ ନେଇ ଧର୍ମଶାଳାରୁ ଭୁବନେଶ୍ବର ଯାଏଁ ତେଜିଛି ରାଜନୀତି । ଦୁର୍ବୃତ୍ତଙ୍କୁ ତୁରନ୍ତ ଗିରଫ କରିବା ସହ ଯାଜପୁର ଏସପିଙ୍କ ବଦଳି ଦାବିରେ ଡିଜିଙ୍କ କ୍ୟାମ୍ପ ଅଫିସ ଆଗରେ ଧାରଣା ଦେଇଥିଲା ବିଜେଡି । ଘଟଣାକୁ ନିନ୍ଦା କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ସେପଟେ ବିଜେଡି ନେତା ପ୍ରଣବ ବଳବନ୍ତରାୟଙ୍କୁ ବିରୋଧ କରି ଧର୍ମଶାଳାରେ ଧାରଣା ଦେଇଛି ବିଜେପି । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ କହିଛନ୍ତି ବିଜେଡି ନିଜକୁ ହାଇଲାଇଟ୍ କରିବାକୁ ଏମିତି ଡ୍ରାମାବାଜି କରୁଛି ।

ଧର୍ମଶାଳାରେ ଆକ୍ସନ । ଭୁବନେଶ୍ବରରେ ରିଆକ୍ସନ । ପ୍ରଣବ ବଳବନ୍ତରାୟ ବନାମ ହିମାଂଶୁ ସାହୁ । ପତିଆରା ଲଢେଇରେ କମ୍ପୁଛି ରାଜ୍ୟ ରାଜନୀତି । ଧର୍ମଶାଳାରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ବିଜେଡି ସୋସିଆଲ ମିଡିଆ ଟିମ୍ ପକ୍ଷରୁ ଭୋଜି ଚାଲିଥିବା ବେଳେ ସେଠାରେ କିଛି ଲୋକଙ୍କ ଅତର୍କିତ ଆକ୍ରମଣକୁ ନେଇ ଧର୍ମଶାଳାରୁ ଭୁବନେଶ୍ବର ଯାଏଁ ତେଜିଛି ରାଜନୀତି । ଦୁର୍ବୃତ୍ତଙ୍କୁ ତୁରନ୍ତ ଗିରଫ ସହ ଯାଜପୁର ଏସପିଙ୍କୁ ବଦଳି ଦାବିରେ ଭୁବନେଶ୍ବରରେ ପୋଲିସ ଡିଜିଙ୍କ କ୍ୟାମ୍ପ ଅଫିସରେ ଧାରଣା ଦେଇଥିଲେ ବିଜେଡିର ତମାମ୍ ବଡ଼ ନେତା । ସେହିଭଳି ସୋସିଆଲ୍ ମିଡିଆ ‘X’ରେ ପୋଷ୍ଟ କରି ଘଟଣାକୁ ନିନ୍ଦା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି କହିଛି ବିଜେଡି ।

ସେପଟେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ କହିଛନ୍ତି, ଯାଜପୁରରେ ପୋଲିସ ଥାଉ ଥାଉ ଭୁବନେଶ୍ବରରେ ଡିଜିପି ଅଫିସରେ ଧାରଣା ଦେଇ ବିଜେଡି ନିଜକୁ ହାଇଲାଇଟ୍ କରିବାକୁ ଚାହୁଁଛି ।ମୁଁ ପୋଲିସ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛି । ଏ ଘଟଣାରେ ସଂପୃକ୍ତ ଥିବା ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ । ସେପଟେ ଧର୍ମଶାଳାରେ ବିଜେଡି ନେତା ପ୍ରଣବ ବଳବନ୍ତ ରାୟଙ୍କୁ ବିରୋଧ କରି ଧାରଣାରେ ବସିଛନ୍ତି ବିଧାୟକଙ୍କ ସମର୍ଥକ ।

୨୦୨୪ ନିର୍ବାଚନ ପର ଠାରୁ ପ୍ରଣବ ବଳବନ୍ତରାୟ ଏବଂ ହିମାଂଶୁ ସାହୁଙ୍କୁ ଭିତରେ ଲାଗି ରହିଛି ବିବାଦ । ଅନେକ ସ୍ଥାନରେ ମୁହାଁ-ମୁହିଁ ହୋଇ ସାରିଛନ୍ତି ଦୁଇ ନେତା । ଏମିତିରେ ଗତକାଲିର ଘଟଣା ଏ ବିବାଦକୁ ଆହୁରି ତେଜିଛି । ସେପଟେ ଘଟଣାକୁ ଗୁରୁତର ସହ ନେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ଧର୍ମଶାଳାରେ ଘଟଣାରେ ପୋଲିସ ସ୍ବାଧୀନ ଭାବେ କୌଣସି ଚାପଗ୍ରସ୍ତ ନହୋଇ ଆବଶ୍ୟକ ପଦକ୍ଷେପ ନେବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାକୁ ରାଜନୀତି କରଣ କରିବାର ଆବଶ୍ୟକତା ନାହିଁ । ନିଜର ରାଜନୈତିକ ଅସ୍ତିତ୍ବ ରକ୍ଷା କରିବା ପାଇଁ କିଏ ବି ଆନ୍ଦୋଳନ କରିପାରନ୍ତି ।

ଜବାବରେ ବିଜେଡି କହିଛି, ବିଜେପି ସରକାରରେ ଗୁଣ୍ଡାରାଜ ବଢିଛି । ସରକାରୀ ବଳରେ ସ୍ବାଧୀନ ବିଧାୟକ ଧର୍ମଶାଳରେ ଆତଙ୍କରାଜ ଖେଳାଉଛନ୍ତି । ଧର୍ମଶାଳା ରାଜନୀତିରେ ଦୀର୍ଘ ଦିନ ହେଲା ପତିଆରାର ଲଢ଼େଇ ଚାଲିଛି । ତେବେ ଏହି ଘଟଣା ଆଗକୁ କେଉଁ ମୋଡ଼ ନେଉଛି ତା ଉପରେ ରହିବ ନଜର ।