ମୁହଁ ଖୋଲିଲେ ଭକ୍ତ ଦାସ ; ଯିଏ ବିଜେପି ସଂପର୍କରେ ଅଛନ୍ତି, ସେ ଦଳ ଛାଡ଼ି ଚାଲିଯିବା ଦରକାର

NEWS7
tata-ace-hit-two-young-women-returning-home-one-seriously

ଭୁବନେଶ୍ୱର ୧୪।୧୨ : ମୁହଁ ଖୋଲିଲେ ଭକ୍ତଚରଣ ଦାସ । ମୋକିମଙ୍କ ଚିଠି ପ୍ରସଙ୍ଗରେ ମୁହଁ ଖୋଲିଲେ ପିସିସି ସଭାପତି ଭକ୍ତଚରଣ ଦାସ । ଯିଏ ବିଜେପି ସଂପର୍କରେ ଅଛନ୍ତି, ସେ ଦଳ ଛାଡ଼ି ଚାଲିଯିବ ଦରକାର। ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡ୍‌ଗେ ଜୀଙ୍କ ପରି ନେତା ଦଳକୁ ଆଗକୁ ନେଇଛନ୍ତି । ସେମାନଙ୍କ ନେତୃତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ଠିକ୍‌ ନୁହେଁ । 

ତିନି ଦିନ ତଳେ କଂଗ୍ରେସର ବରିଷ୍ଠ ନେତା ମହମ୍ମଦି ମୋକିମ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିଲେ । ଯେଉଁଥିରେ ସେ ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ସୃଷ୍ଟି କରିଥିଲେ । ଏହାସହିତ ବର୍ତ୍ତମାନର ପିସିସି ସଭାପତି ଭକ୍ତ ଦାସଙ୍କ କାର୍ଯ୍ୟ ଉପରେ ମଧ୍ୟ ବଡ଼ ପ୍ରଶ୍ନ ଉଠାଇଥିଲେ । ତାଙ୍କ ମତରେ ଭକ୍ତ ଦାସ କୋଶଳ ଓଡ଼ିଶା ପାଇଁ କାମ କରୁଛନ୍ତି । ଜଣେ ପଶ୍ଚିମ ଓଡ଼ିଶା ନେତା ହୋଇ, ଆମେ କିପରି ନୂଆପଡ଼ା ନିର୍ବାଚନ ପରାସ୍ତ ହେଲୁ ? ଏପରି ଅନେକ ପ୍ରଶ୍ନ ଉଠାଇଥିଲେ ମହମ୍ମଦ ମୋକିମ୍‌ । ଯାହାର ଏବେ ଉତ୍ତର ରଖିଛନ୍ତି ପିସିସି ସଭାପତି ଭକ୍ତ ଦାସ । ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା କଂଗ୍ରେସର ବିଶାଳ ସମାବେଶ ଅବସରରେ ଭକ୍ତ ଦାସ କହିଛନ୍ତି ଯେ, ରାଜ୍ୟରେ କଂଗ୍ରେସ ଠିକ ଠାକ୍‌ କାମ କରୁଛି । ଯଦି କୌଣସି ନେତା କିମ୍ବା କର୍ମୀ ବିଜେପି ସଂପର୍କରେ ଅଛନ୍ତି , ସିଏ ତୁରନ୍ତ ଆମ ଦଳ ଛାଡ଼ି ବିଜେପି ଚାଲିଯିବ ଦରକାର । ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇବା ଠିକ୍‌ ନୁହେଁ ।