ନୂଆଦିଲ୍ଲୀ ୧୯।୦୮: ୟୁପିଏସି ପରୀକ୍ଷା କ୍ରାକ୍ କରିବା ବହୁତ କଠିନ । ଏହା ଦେଶର ସବୁଠାରୁ କଠିନ ପରୀକ୍ଷା ମଧ୍ୟରୁ ଗୋଟିଏ । ଏହାକୁ ପାସ୍ କରିବା ପାଇଁ କଠିନ ପରିଶ୍ରମ କରିଥାନ୍ତି ପରୀକ୍ଷାର୍ଥୀ । ଖାସ୍ ସେହି ପରୀକ୍ଷାର୍ଥୀଙ୍କ ବହୁତ କଷ୍ଟ ହୋଇଥାଏ ଯେଉଁମାନେ ଏହି ଫିଲ୍ଡର ନୁହଁନ୍ତି । UPSC ସଫଳତାର କାହାଣୀ ତ ଅନେକ ପଢିଥିବେ । କିନ୍ତୁ ଏପରି ଜଣେ ପରୀକ୍ଷାର୍ଥୀ ଯିଏକି UPSC ପାଇଁ ଛାଡ଼ିଦେଇଥିଲେ ଗ୍ଲାମର ଲାଇନ୍ । କଠିନ ପରିଶ୍ରମ କରି UPSC ସିଭିଲ ସର୍ଭିସେସ୍ ପରୀକ୍ଷାରେ ସଫଳତା ହାସଲ କରିଥିଲେ।
ବ୍ୟୁଟି ଓ୍ବିଥ୍ ବ୍ରେନ୍ ତସ୍କିନ ଖାନ । ୨୦୨୨ ମସିହାରେ ୭୩୬ତମ ରାଙ୍କରେ କ୍ରାକ୍ କରିଥିଲେ UPSC ପରୀକ୍ଷା । ତସ୍କିନ ଜଣେ IAS ଅଫିସର ହେବା ସହିତ ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମଧ୍ୟ । ତାଙ୍କର ସୋସିଆଲ ମିଡିଆରେ ବହୁତ ଫଲୋଅର୍ସ ଅଛନ୍ତି । ତସ୍କିନ ମଡେଲିଂ ମଧ୍ୟ କରନ୍ତି । ୨୦୧୬-୧୭ ମସିହାରେ ତସ୍କିନ ଖାନ ମିସ୍ ଡେରାଡୁନ ଏବଂ ମିସ୍ ଉତ୍ତରାଖଣ୍ଡ ଟାଇଟଲ୍ ଜିତିଛନ୍ତି । ସେ ମିସ୍ ଇଣ୍ଡିଆ ହେବାର ସ୍ୱପ୍ନ ଦେଖୁଥିଲେ, କିନ୍ତୁ ତାଙ୍କ ପିତାଙ୍କ ଅବସର ପରେ ତାଙ୍କ ପାଇଁ ଆରମ୍ଭ ହୋଇଯାଇଥିଲା ଅସୁବିଧା ।
ତସ୍କିନ ଖାନ ସାଇନ୍ସ ଷ୍ଟ୍ରିମରୁ ତାଙ୍କର ହାଇସ୍କୁଲ ଏବଂ ମଧ୍ୟମା ପାଠପଢ଼ା ସମାପ୍ତ କରିଥିଲେ । ସେ ଆରମ୍ଭରୁ ଜଣେ ମେଧାବୀ ଛାତ୍ରୀ ଥିଲେ । ସେ ଦଶମ ଏବଂ ଦ୍ୱାଦଶ ଉଭୟରେ ୯୦%ରୁ ଅଧିକ ମାର୍କ ରଖିଥିଲେ। ତସ୍କିନ ଖାନ ବୃତ୍ତିରେ ଜଣେ ମଡେଲ ଥିଲେ । ସେ ତାଙ୍କ ସ୍କୁଲ ଏବଂ କଲେଜ ସମୟରେ ବାସ୍କେଟବଲ୍ ଚାମ୍ପିଅନ ମଧ୍ୟ ଥିଲେ । ତସ୍କିନ୍ ଜଣେ ଜାତୀୟ ସ୍ତରର ବିତର୍କକାରୀ ମଧ୍ୟ ଥିଲେ ।
ସ୍କୁଲ ଶିକ୍ଷା ପରେ ସେ NITରେ ପ୍ରବେଶ ପାଇଁ ପ୍ରବେଶିକା ପରୀକ୍ଷା ମଧ୍ୟ ଉତ୍ତୀର୍ଣ୍ଣ ହୋଇଥିଲେ । କିନ୍ତୁ ତାଙ୍କ ବାପାଙ୍କ ଅବସର ପରେ, ଏତେ ବଡ଼ ଫି’ ଦେବା ସହଜ ନଥିଲା। ଏହାପରେ ତସ୍କିନଙ୍କ ଇଚ୍ଛା UPSC ଆଡକୁ ଯାଇଥିଲା। ସ୍ନାତକ ସାରିବା ପରେ ତସ୍କିନ ଖାନ UPSC ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ସେ ଇନଷ୍ଟାଗ୍ରାମରେ ଜଣେ ଫଲୋଅରଙ୍କଠାରୁ UPSC ବିଷୟରେ ସୂଚନା ପାଇଥିଲେ, ଯିଏ IAS ପାଇଁ ମଧ୍ୟ ପ୍ରସ୍ତୁତି କରୁଥିଲେ । ସେହି ଫଲୋଅର ତସ୍କିନଙ୍କୁ ଏହି ପରୀକ୍ଷା ବିଷୟରେ କହିଥିଲେ ଏବଂ ଏଥିପାଇଁ ତାଙ୍କୁ ପ୍ରେରଣା ଦେଇଥିଲେ।
୨୦୨୦ ମସିହାରେ ତାଙ୍କୁ ଜାମିଆ ମିଲିଆ ଇସଲାମିଆରୁ ମାଗଣା କୋଚିଂ ପାଇବାର ସୁଯୋଗ ମିଳିଥିଲା । ଯାହା ପରେ ସେ ଦିଲ୍ଲୀ ଚାଲିଯାଇଥିଲେ । ତାଙ୍କ ବାପାଙ୍କ ପେନସନ ବହୁତ କମ୍ ଥିଲା, ଯେଉଁ କାରଣରୁ ଆର୍ଥିକ ଅବସ୍ଥା ମଧ୍ୟ ବହୁତ ଦୁର୍ବଳ ଥିଲା। ଅନେକ ସଂଘର୍ଷ ପରେ ମଧ୍ୟ ତସ୍କିନ ହାର ମାନି ନଥିଲେ ଏବଂ UPSC ପରୀକ୍ଷା ପାଇଁ ପ୍ରସ୍ତୁତି ଜାରି ରଖିଲେ।
ଶେଷରେ ତାଙ୍କ କଠିନ ପରିଶ୍ରମର ଫଳ ମିଳିଥିଲା । ଆଉ ସେ UPSC କ୍ରାକ୍ କରିଥିଲେ । ତସ୍କିନ ଖାନ ତାଙ୍କ ପରିବାର ସହିତ ମିରଟରେ ରୁହନ୍ତି। ତାଙ୍କ ବାପାଙ୍କ ନାମ ଅଫତାବ ଖାନ, ମାତାଙ୍କ ନାମ ଶାହିନ ଖାନ ଏବଂ ତାଙ୍କର ଆଲିଜା ଖାନ ନାମକ ଏକ ସାନ ଭଉଣୀ ଅଛି।