ଆଲାସ୍କା ବୈଠକ ସମୟୋଚିତ ଓ ଉପଯୋଗୀ ଥିଲା: ଋଷ ରାଷ୍ଟ୍ରପତି

Published By : Prameya-News7 Bureau | August 16, 2025 IST

indiatoday

ନୂଆଦିଲ୍ଲୀଆଲାସ୍କାରେ ଟ୍ରମ୍ପଙ୍କ ସହିତ ବୈଠକକୁ ସମୟୋଚିତ ଏବଂ ଅତ୍ୟନ୍ତ ଉପଯୋଗୀ ବୋଲି କହିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଟେଲିଭିଜନରେ ପ୍ରତିକ୍ରିୟା ଦେଇ ଅଧିକାରୀମାନଙ୍କୁ ଏହା କହିଛନ୍ତି ପୁଟିନ। ୟୁକ୍ରେନ ବିବାଦ ଉପରେ ଆମେରିକାର ସ୍ଥିତିକୁ ଋଷ ସ୍ୱୀକାର କରୁଛି ଏବଂ ଏକ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ମସ୍କୋର ଉଦ୍ଦେଶ୍ୟ ରହିଛି ବୋଲି ପୁଟିନ କହିଛନ୍ତି। ଶନିବାର ଦିନ କ୍ରେମଲିନରେ ବରିଷ୍ଠ ଅଧିକାରୀଙ୍କ ସହ ଏକ ଟେଲିଭିଜନ ଆଲୋଚନା ସମୟରେ ଏପରି କହିଛନ୍ତି ପୁଟିନ। 

ଏଏପ୍‌ପିକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି "ଆମେ ବହୁତ ଦିନ ଧରି ଏହି ସ୍ତରରେ ଏହି ପ୍ରକାରର ସିଧାସଳଖ ଆଲୋଚନା କରିନାହୁଁ। ତେଣୁ ମୁଁ ଶାନ୍ତ ଭାବରେ ଏବଂ ବିସ୍ତୃତ ଭାବରେ ଆମର ସ୍ଥିତିକୁ ଦୋହରାଇବାର ସୁଯୋଗ ପାଇଲି। ଆଲୋଚନାଟି ବହୁତ ସ୍ପଷ୍ଟ, ସାମଗ୍ରୀକ ଭାବରେ ଥିଲା। ମୋ ମୋତରେ ଏହା ଆମକ ଆବଶ୍ୟକୀୟ ନିଷ୍ପତ୍ତି ନେବାର ନିକଟତର କରାଇଛି।"

ସୂଚନା ଥାଉକି ଫେବୃଆରୀ ୨୦୨୨ରେ ମସ୍କୋ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ପ୍ରଥମ ଆମେରିକା-ରୁଷ ଶିଖର ସମ୍ମିଳନୀ ଆଲାସ୍କାରେ ହୋଇଥିଲା। ଦୁଇ ନେତାଙ୍କ ମଧ୍ୟରେ ତିନି ଘଣ୍ଟା ଧରି ଆଲୋଚନା ଚାଲିଥିଲା। ଯଦିଓ ଏଥିରେ କିଛି ନିଷ୍କର୍ସ ବାହାରି ପାରି ନାହିଁ, ତେବେ ଦୁଇ ନେତା ଏହି ବୈଠକକୁ ଆଗାମୀ ନିଷ୍ପତ୍ତି ନେବାର ଏକ ବାଟ ବୋଲି କହିଛନ୍ତି। 

ସେପଟେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍‌ସ୍କି ତ୍ରପକ୍ଷୀ ବୈଠକ କୁ ସ୍ୱୀକାର କରିବା ସହିତ ୟୁକ୍ରେନ୍‌ର ବିନା ଉପସ୍ଥିତିରେ କୌଣସି ବୁଝାମଣା ବିଶେଷ କରି ସୀମା ସମ୍ପର୍କିତ କୌଣସି ନିଷ୍ପତ୍ତି ନିଆଯାଇପାରିବ ନାହିଁ ବୋଲି ଜେଲେନସ୍କି କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.