ନୂଆଦିଲ୍ଲୀ : ଜନ୍ମହାରରେ କ୍ରମାଗତ ହ୍ରାସ ଯୋଗୁଁ, ତାଇୱାନ ସରକାର ସବସିଡି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଏହି ଅନୁସାରେ , ତାଇୱାନରେ ଏବେ ସନ୍ତାନ ଜନ୍ମ କଲେ ପ୍ରାୟ ୬ ଲକ୍ଷ ଟଙ୍କା (୬୭୦୦ ଡଲାର) ଦିଆଯିବ। ସରକାର ଏହା ଘୋଷଣା କରିଛନ୍ତି। ଖୁବ୍ ଶୀଘ୍ର ଏହାକୁ କ୍ୟାବିନେଟରୁ ଅନୁମୋଦନ ଆଣି ଏହାକୁ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ହେଉଛନ୍ତି।
ତାଇୱାନର ସ୍ଥାନୀୟ ମିଡ଼ିଆ ଅନୁସାରେ, ସରକାର IVF ସାହାଯ୍ୟରେ ସନ୍ତାନ ଜନ୍ମ କରୁଥିବା ଲୋକଙ୍କ ପାଇଁ ସବସିଡି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ, ସରକାର ସନ୍ତାନ ଜନ୍ମ ପାଇଁ ପ୍ରାୟ ୩୩୩୦ ଡଲାର ଦେଉଥିଲେ, ଯାହାକୁ ଏବେ ୬୭୦୦ ଡଲାରକୁ ବୃଦ୍ଧି କରିବାକୁ ଯୋଜନା କରାଯାଉଛି।
ତାଇୱାନ ଏଚପିଏର ମହାନିର୍ଦ୍ଦେଶକ ଶେନ ଚିଙ୍ଗ-ଫେନ୍ ମଙ୍ଗଳବାର ସାମ୍ୱାଦିକଙ୍କୁ କହିଛନ୍ତି ଯେ,ପ୍ରସ୍ତାବିତ ବୃଦ୍ଧି ଅନୁସାରେ ଦ୍ୱିତୀୟରୁ ଷଷ୍ଠ ଚିକିତ୍ସା ପାଇଁ ସବସିଡିକୁ ପ୍ରଥମ ଚକ୍ର ସ୍ତରକୁ ବ୍ରାସ କରାଯିବ। ତାଇୱାନରେ ଅଧିକାଂଶ ରୋଗୀଙ୍କୁ ଅତି କମ୍ରେ ୨ଟି ଚକ୍ର ପୂରା କରିବାକୁ ହେବ। ଅର୍ଥାତ୍ ଏବେ ସନ୍ତାନ ଜନ୍ମ କରିବା ପାଇଁ ଏଠାରେ ସର୍ବନିମ୍ନ ୬୭୦୦ ଡଲାର ଦିଆଯିବ।
ଚୀନ ସରକାର ଜନ୍ମସଂଖ୍ୟା ବଢାଇବା ପାଇଁ ନିକଟରେ ଏକ ନିଷ୍ପତ୍ତି ନେଇଥିଲେ। ଏହି ମୁକାବିକ , ପ୍ରତି ଚାଇନାବାସୀଙ୍କୁ ସନ୍ତାନ ଜନ୍ମ କରିବା ପାଇଁ ୧.୩୦ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଥିଲେ। ଚୀନ ସରକାର କହିଥିଲେ ଯେ, ଏହି ମହଙ୍ଗାକୁ ଦେଖି ନିଷ୍ପତ୍ତି ନିଆଯାଇଛି। ଚୀନକୁ ଡ଼ର ଯେ, ୨୦୫୦ ସୁଦ୍ଧା ଯଦି ଜନସଂଖ୍ୟାରେ ବୃଦ୍ଧି ନହୁଏ ,ତ ଏହାର ଏଠାରେ ଯୁବବର୍ଗଙ୍କ ଅଭାବ ହୋଇଯିବ।
୨୦୨୪ ମସିହାରେ ତାଇୱାନରେ ପାଖାପାଖି ୧ ଲକ୍ଷ ୩୫ ହଜାର ସନ୍ତାନଙ୍କ ଜନ୍ମ ହୋଇଛି , ଯାହା ଏକ ରେକର୍ଡ ସର୍ବନିମ୍ନ। ତାଇୱାନରେ ଗତ ବର୍ଷରୁ ଲଗାତାର ଜନ୍ମହାରରେ ହ୍ରାସ ରେକର୍ଡ କରାଯାଉଛି। ୱାର୍ଲ୍ଡମିଟର ମୁତାବିକ , ତାଇୱାନର ମୋଟ ଜନସଂଖ୍ୟା ୨କୋଟି ୩୦ ଲକ୍ଷ ରହିଛି। ଏଠାରେ ମୋଟ ୨୦ ପ୍ରତିଶତ ଜନସଂଖ୍ୟା ୬୫ ରୁ ଅଧିକ ବୟସର ଅଛନ୍ତି।
ତାଇୱାନର ଫର୍ଟିଲିଟି ହାର ୦.୮୫ ରହିଛି, ଯାହା ଚୀନ ଠାରୁ ବହୁତ କମ୍। ଏହା କାରଣ ଯେ , ତାଇୱା ନିଜର ଜମସଂଖ୍ୟା ବୃଦ୍ଧି କରିବାରେ ଲାଗିଛି। ତାଇୱାନରେ ବିବାହ ବୟସ ମଧ୍ୟ ବହୁତ ଅଧିକ ରହିଛି।
ତାଇୱାନ ଓ ଚୀନ୍ରେ ସିଧାସଳଖ ଶତ୍ରୁତା ରହିଛି। ତାଇୱାନ ନିଜକୁ ସ୍ୱତନ୍ତ୍ର ଦେଶ କହୁଥିବା ବେଳେ ସେଠାରେ ଚୀନ୍ ତାକୁ ନିଜର ଗୋଲାମ ଭାବୁଛି। ତାଇୱାନ ଓ ଚୀନ ଉଭୟ ମଧ୍ୟରେ ସଂଘର୍ଷର ସ୍ଥିତି ରହିଛି।
ଆମେରିକୀୟ ଗୁଇନ୍ଦା ସୂତ୍ର ନିକଟରେ ଏକ ରିପୋର୍ଟ ଦେଇଥିଲା, ଯେଉଁଥିରେ କୁହାଯାଇ ଥିଲା ଯେ, ତାଇୱାନ ଉପରେ ଚୀନ ୨୦୨୭ରେ କବଜା କରିବାକୁ ଚେଷ୍ଟା କରିବ। ଅନ୍ୟପଟେ ଚୀନ୍ ସହ ଲଢିବା ପାଇଁ ତାଇୱାନ ଲଗାତାର ଆମେରିକା ଠାରୁ ଅସ୍ତ୍ର କ୍ରୟ କରୁଛି।