LIVE TV

ଜଙ୍ଗଲ ସଫାରୀରେ ବାଘର ଶିକାର ହୋଇଗଲେ ‘ଗେମ ଅଫ ଥ୍ରୋନସ୍’ର ଏଡିଟର

NEWS7
tahawwur-rana-33-disease-to-stop-extradition

ଜୋହାନ୍ସବର୍ଗ ୧୫।୧୧: ବଲିଉଡ ଫିଲ୍ମ ‘ଗେମ୍ ଅଫ ଥ୍ରୋନସ’ର ଏଡିଟର କ୍ୟାଥେରିନ ଚ୍ୟାପେଲ ଏକ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଛନ୍ତି। ପର୍ଯ୍ୟଟନପ୍ରିୟ କ୍ୟାଥରିନଙ୍କୁ ୨୯ ବର୍ଷ ହୋଇଥିଲା ଓ ସେ ସାଉଥ ଆଫ୍ରିକା ଜୋହାନସବର୍ଗ ନିକଟସ୍ଥ ଏକ ସଫାରି ବୁଲିବାକୁ ଯାଇଥିବା ବେଳେ ତାଙ୍କ ସହ ଏହି ଦୁର୍ଘଟଣା ଘଟିଛି। ସଫାରି ବୁଲିବା ବେଳେ ଅନ୍ୟ ପର୍ଯ୍ୟଟକଙ୍କ ଭଳି କ୍ୟାଥରିନ ମଧ୍ୟ ତାଙ୍କ କ୍ୟାମେରାରେ ଶୋଇଥିବା ଏକ ବାଘର ଫଟୋ ଉଠାଇଥିଲେ। ହେଲେ ଏହା ତାଙ୍କୁ ମହଙ୍ଗା ପଡିଛି। ଫଟୋ ଉଠାଇବା ପାଇଁ ସେ ବସିଥିବା ଗାଡ଼ିର କାଚ ତଳକୁ କରିଦେଇଥିଲେ। ବାଘଟି ସେହିବାଟେ କ୍ୟାଥେରିନଙ୍କ ଉପରେ ଆକ୍ରମଣ କରି ତାଙ୍କ ଅଧାଶରୀର ଝାମ୍ପି ନେଇଛି।

ମିରର ଡଟ କୋ ଡଟ୍ ୟୁକେ ରିପୋର୍ଟ ଅନୁସାରେ କ୍ୟାଥେରିନ ଫଟୋ ଉଠାଇବା ପରେପରେ ବାଘଟି ତାଙ୍କ ଉପରକୁ ଝାମ୍ପି ପଡିଥିଲା। ଦେଖୁ ଦେଖୁ କ୍ୟାଥରିନଙ୍କ ଡ୍ରିମ ହଲିଡେ ଦୁଃସ୍ୱପ୍ନରେ ପରିଣତ ହୋଇଥିଲା। କ୍ୟାଥରିନ କିଛି ପଦକ୍ଷେପ ନେବା ପୂର୍ବରୁ ବାଘଟି ପଛଗୋଡ଼ରେ ଛିଡା ହୋଇ କାଚ ପଟେ କ୍ୟାଥରିନଙ୍କ ଡାହାଣ ପଟ କାନ୍ଧକୁ ଝାମ୍ପି ନେଇଥିଲା। ଫଳରେ ତାଙ୍କ ପୁରା କାନ୍ଧଟି ବାହାରିଯାଇଥିଲା। ଝରକା ଖୋଲା ଥିବାରୁ ବାଘକୁ ଶିକାର ଉପରେ ଆକ୍ରମଣ କରିବାକୁ ସୁଯୋଗ ମିଳିଯାଇଥିଲା। କ୍ୟାଥେରିନ କିଛି ଭାବିବା ପୂର୍ବରୁ ବାଘର ଶିକାର ହୋଇଯାଇଥିଲେ।

ତେବେ ବାଘ ମୁହଁରୁ କ୍ୟାଥରିନଙ୍କୁ ବଞ୍ଚାଇବା ପାଇଁ ତାଙ୍କ ଗାଇଡ୍ ବେସ୍ ଉଦ୍ୟମ କରିଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ ବେନ ଗୋଭେଣ୍ଡର ନ୍ୟୁୟର୍କ ଟାଇମ୍ସ କୁ କହିଛନ୍ତି। ଟୁରିଷ୍ଟଙ୍କ ଜୀବନ ବଞ୍ଚାଇବାକୁ ଗାଇଡ୍ ବେଶ୍ ବାହାଦୂରୀ ସହ ବାଘ ସାଙ୍ଗରେ ଲଢିଥିଲେ। ହେଲେ କ୍ୟାଥରୀନଙ୍କ ଜୀବନ ବଞ୍ଚାଇ ପାରି ନାହାନ୍ତି। ଏହି ଘଟଣା ପରେ କ୍ୟାଥରିନଙ୍କ ଗାଇଡ୍ ପିୟରେ ପିଟଗୀଟରଙ୍କୁ ହୃଦଘାତ ହୋଇଛି। ତେବେ କ୍ୟାଥେରୀନଙ୍କୁ ବଞ୍ଚା ଯାଇ ପାରି ନାହିଁ। ବାଘ ତାଙ୍କର ଅଧା କାନ୍ଧ ମୁହଁରେ ଭିଡି ନେଇଥିଲା। ଏଣୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି।

କ୍ୟାଥରିନଙ୍କ ଦୁଃଖଦ ପରଲୋକରେ ତାଙ୍କ ପରିବାର ଫେସବୁକ୍ ରେ ଏକ ଭାବୁକ ପୋଷ୍ଟ କରିଛନ୍ତି। ଏଥିରେ କ୍ୟାଟି ଜଣେ ପ୍ରତିଭାବାନ, ଦୟାଳୁ, ସାହାସୀ ଓ ଉତ୍ସାହୀ ଯୁବତୀ ଥିଲେ ବୋଲି ଉଲ୍ଲେଖ କରିଛନ୍ତି। ଲୋକେ ତାଙ୍କୁ ବହୁତ ଭଲ ପାଉଥିଲେ। କ୍ୟାଥେରିନ ‘ଗେମ୍ ଅଫ ଥ୍ରୋନସ’ ଟିମ୍ ରେ ଜଣେ ସ୍ପେଶାଲ ଇଫେକ୍ଟ ଏଡିଟର ଥିଲେ। ତାଙ୍କର ଏହି ଫିଲ୍ମ ଏମି ଜିତିଥିଲା। ନ୍ୟୁୟର୍କରେ ଜନ୍ମିତ କ୍ୟାଥରିନ୍ ୨୦୧୩ରେ ଶୋରେ କାମ କରିବା ପାଇଁ ଭାଙ୍କୋଭର ଯାଇଥିଲେ। ସେ ‘କ୍ୟାପ୍ଟେନ ଆମେରିକା’ ଓ ‘ଡାୟଭର୍ଜେଣ୍ଟ’ ଭଳି ଫିଲ୍ମରେ ମଧ୍ୟ କାମ କରିଛନ୍ତି।