ପୁରୀ ୨୭।୮: ଗଣେଶ ପୂଜାରେ ପୁରୀରେ ବୁଲିଲା ଖଣ୍ଡା । ଦିନ ଦ୍ବିପ୍ରହରରେ ଖଣ୍ଡା ବୁଲାଇ ଆତଙ୍କ ରଚିଲେ ଦୁର୍ବୃତ୍ତ । ପୁରୀ ଶରଧାବାଲି ଘଟିଛି ଏଭଳି ଘଟଣା । ୩ ଫୁଟିଆ ଖଣ୍ଡା ବୁଲାଇ ଆତଙ୍କ ଖେଳାଇଛନ୍ତି ଦୁର୍ବୃତ୍ତ । ଗଣେଶ ପୂଜାରେ ଖଜା ଦୋକାନୀକୁ ଟାର୍ଗେଟ କରିଥିଲେ ଦୁର୍ବୃତ୍ତ। ରାଗରେ ଖଣ୍ଡା ଚୋଟରେ ଦୁଇ ଝୁଡ଼ି ଖଜାକୁ ହାଣି ପକାଇଲେ । ପୂର୍ବ ଶତ୍ରୁତାକୁ ନେଇ ଏହି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । କୁମ୍ଭାରପଡ଼ା ଥାନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।
ସୂଚନାଯୋଗ୍ୟ ଯେ, ପୁରୀ ଶରଧାବାଲି ନିକଟରେ ସୌମ୍ୟ ରଞ୍ଜନ ପାତ୍ରଙ୍କ ଖଜା ଦୋକାନକୁ ଦୁର୍ବୃତ୍ତମାନେ ଆକ୍ରମଣ କରିଛନ୍ତି । ୩ ଜଣ ଦୁର୍ବୃତ୍ତ ଏଭଳି କାଣ୍ଡ ଘଟାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଦୋକାନୀ । ସୌମ୍ୟଙ୍କ ଅଭିଯୋଗ ମୁତାବକ ସେ ଦୋକାନରେ ନଥିବା ବେଳେ ଏହି ତିନି ଜଣ ଦୁର୍ବୃତ୍ତ ଆସି ତାଙ୍କ ସାନ ଭାଇଙ୍କ ନାଁ ନେଇ ଖୋଜିଥିଲେ । ସେଠାରେ ଥିବା ଦୋକାନ କର୍ମଚାରୀ ଭୟଭୀତ ହୋଇ ସ୍ଥାନ ଛାଡ଼ି ପଳାଇଥିଲେ । ରାଗରେ ଦୋକାନକୁ ଏଠି ସେଠି ହାଣି ପକାଇଥିଲେ ୩ ଦୁର୍ବୃତ୍ତ । ଦୋକାନରୁ ୫ ହଜାର ଟଙ୍କା ମଧ୍ୟ ନେଇ ଯାଇଥିଲେ ଦୁର୍ବୃତ୍ତ । ବୁଧବାର ସକାଳେ ଆଖଣ୍ଡଳମଣି ମନ୍ଦିରରେ ଗଣେଶ ପୂଜା ପୁଷ୍ପାଞ୍ଜଳିକୁ ନେଇ ସୌମ୍ୟ ସାନ ଭାଇ ସହ ୩ ଜଣଙ୍କର ବଚସା ହୋଇଥିଲା ।
You Can Read:
ବିଦ୍ୟୁତ ଅଣ୍ଡର ଗ୍ରାଉଣ୍ଡ ପାଇଁ ୮ ହଜାର କୋଟି ଟଙ୍କା କେନ୍ଦ୍ରକୁ ସହାୟତା ମଗାଯାଇଛି