ନୂଆଦିଲ୍ଲୀ – ପ୍ରଥମେ ଆମେରିକା ଇରାନକୁ ଧମକ ଦେଲା ଏବଂ ଏହାର ଦୁଇ ଦିନ ପରେ ପରମାଣୁ କେନ୍ଦ୍ର ଗୁଡ଼ିକ ଉପରେ କଲା ପ୍ରବଳ ବୋମା ମାଡ଼। ଏହାପରେ ଇସ୍ରାଏଲରୁ ଅସ୍ତ୍ରବିରତି ଘୋଷଣା କରିବାକୁ ବାଧ୍ୟ କରିଥିଲା। ଏବେ ଆମେରିକାର ଡୋନାଲ୍ଡ ଟ୍ରମ୍ପ ସରକାର ଇରାନର ଘନିଷ୍ଠ ସହଯୋଗୀ ଏବଂ ଲେବାନନର ଆତଙ୍କବାଦୀ ଗୋଷ୍ଠୀ ହିଜବୁଲ୍ଲାହକୁ କଡ଼ା ଚେତାବନୀ ଦେଇଛି। ଆମେରିକା ପୁଣି ଥରେ ଇରାନ ସମର୍ଥିତ ସଶସ୍ତ୍ର ସଂଗଠନ ହିଜବୁଲ୍ଲାହ ଉପରେ କଠୋରତା ଦେଖାଇଛି। ୱାଶିଂଟନ ଲେବାନନ ଅଧିକାରୀଙ୍କୁ ୬ ପୃଷ୍ଠାର ସର୍ତ୍ତ ପ୍ରଦାନ କରିଛି ଏବଂ ସ୍ପଷ୍ଟ ଭାବେ ଚେତାବନୀ ଦେଇଛି ଯେ, ଯଦି ହିଜବୁଲ୍ଲା ନଭେମ୍ୱର ସୁଦ୍ଧା ଅସ୍ତ୍ର ନରଖେ, ତେବେ ଇସ୍ରାଏଲୀୟ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ ହେବ ନାହିଁ।
ସୂତ୍ରାନୁସାରେ , ଆମେରିକୀୟ ସ୍ୱତନ୍ତ୍ର ପ୍ରତିନିଧି ଥମାସ ବାରାକ୍ ଜୁନ୍ ୧୯ ତାରିଖରେ ବେରୁତ୍ ଗସ୍ତ ବେଳେ ଲେବାନନ ସରକାରଙ୍କୁ ଏହି ଦେଇଥିଲେ। ଏହି ପ୍ରସ୍ତାବରେ ହିଜବୁଲ୍ଲାହ ସମେତ ଅନ୍ୟ ସଶସ୍ତ୍ର ଗ୍ରୁପ୍ ଗୁଡ଼ିକର ପର୍ଯ୍ୟାୟ କ୍ରମେ ନିରସ୍ତ୍ରୀକରଣ ପାଇଁ ଯୋଜନା ଦିଆଯାଇଛି।
ପ୍ରସ୍ତାବର ପ୍ରମୁଖ ସର୍ତ୍ତ –
ଆମେରିକୀୟ ପ୍ରସ୍ତାବର ପ୍ରମୁଖ କଥା ଏହି ପ୍ରକାରର – ହିଜବୁଲ୍ଲାହକୁ ପୂରା ଦେଶରେ ଅସ୍ତ୍ରଶସ୍ତ୍ର ଛାଡ଼ିବାକୁ ହେବ, ଯାହା ବଦଳରେ ଇସ୍ରାଏଲୀୟ ସେନା ଦକ୍ଷିଣ ଲେବାନନରୁ ପ୍ରତ୍ୟାହାର କରିବ। ଲେବାନନକୁ ସିରିଆ ସହ ସଂପର୍କ ସୁଧାରିବାକୁ ଏବଂ ଆର୍ଥିକ ସଂସ୍କାର କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ଜାତିସଂଘର ତତ୍ତ୍ୱାବଧାନରେ ଇସ୍ରାଏଲରେ ବନ୍ଦୀ ଥିବା ହିଜବୁଲ୍ଲାହ ସମର୍ଥକଙ୍କ ମୁକ୍ତି ବ୍ୟବସ୍ଥାର ମଧ୍ୟ ପ୍ରସ୍ତାବ ଅଛି। ଆମେରିକା ଚେତାବନୀ ଦେଇଛି ଯେ, ଯଦି ଏହି ସୁଯୋଗ ନିଆ ନଗଲା , ଭବିଷ୍ୟତରେ ଏମିତି ପ୍ରସ୍ତାବ ବୋଧହୁଏ ଆଉଥରେ ଆସି ନପାରେ।
ନଭେମ୍ୱର ମାସ ଯାଏ ଡେଡ୍ଲାଇନ୍ –
ବାରକ୍ କହିଛନ୍ତି , ନଭେମ୍ୱର ଶେଷସୁଦ୍ଧା ଜିହବୁଲ୍ଲାହକୁ ସଂପୂର୍ଣ୍ଣ ନିରସ୍ତ୍ରିକରଣ କରାଯିବା ଉଚିତ। ଏହାପରେ ହିଁ ଲେବାନନକୁ ପୁନଃନିର୍ମାଣ ପାଇଁ ଆମେରିକାରୁ ଆର୍ଥିକ ସାହାଯ୍ୟ ମିଳି ପାରିବ ଏବଂ ଇସ୍ରାଏଲୀୟ ହମଲାରେ ବିରାମ ଲଗାଯିବ। ସୂତ୍ରାନୁସାରେ, ଆମେରିକା ବର୍ତ୍ତମାନ ଇସ୍ରାଏଲର ଔପଚାରିକ ଅନୁମୋଦନକୁ ଅପେକ୍ଷା କରୁଛି।