ବିଜ୍ଞାନ ଯୁଗରେ ଅନ୍ଧବିଶ୍ବାସ, ସାପ କାମୁଡାରେ ମୃତ ନାବାଳକଙ୍କୁ ବଞ୍ଚାଇବାକୁ ଗୁଣିଆର ପ୍ରୟାସ

Published By : Prameya-News7 Bureau | July 08, 2024 IST

ପାଟଣା ୮/୭: ଅନ୍ଧବିଶ୍ବାସର ଅବିଶ୍ବସନୀୟ ଚିତ୍ର । ସାପ କାମୁଡାରେ ନାବାଳକଙ୍କ ମୃତ୍ୟୁ ପରେ ପୁଣି ଜୀବନ ଫେରାଇ ଆଣିବାକୁ ଗୁଣିଆକୁ ଡାକି କରାଇଛନ୍ତି ଝଡାଫୁଙ୍କା । କେନ୍ଦୁଝର ଜିଲ୍ଲା ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଏମିତି ଦୃଶ୍ୟ ସାମ୍ନାକୁ ଆସିଛି ।ପୁଟୁଳିଆ ଗାଁର ଦାଶରଥି ପାତ୍ରଙ୍କ ୧୬ ବର୍ଷର ପୁଅ ପଦ୍ମଲୋଚନ ରାତିରେ ଶୋଇଥିବାବେଳେ ବିଷଧର ସାପ ଦଂଶନ କରିଥିଲା । ଗୁରୁତର ଅବସ୍ଥାରେ ପରିବାର ଲୋକ ପାଟଣା ମେଡିକାଲକୁ ଆଣିଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ହେଲେ ଡାକ୍ତରଙ୍କ କଥାରେ ପରିବାର ଲୋକଙ୍କ ମନ ବୁଝିନଥିଲା । ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ପୁଅ ବଞ୍ଚିଯିବା ଆଶାରେ ଗୁଣିଆକୁ ଡକାଇ ଝଡାଫୁଙ୍କା କରିଥିବା ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.