IPL 2024 : ହାଇଦ୍ରାବାଦ୍‌ରେ ହେବ ରନ୍‌ ବର୍ଷା, ରାତିରେ SRH-RCB ଟକ୍କର

Published By : Prameya-News7 Bureau | April 25, 2024 IST

ହାଇଦ୍ରାବାଦ୍‌ ୨୫।୦୪ :  ଆଇପିଏଲ୍‌ ୨୦୨୪ । ଗୁରୁବାର ଦିନ ଟୁର୍ଣ୍ଣାମେଣ୍ଟର ଖେଳାଯିବ ୪୧ ତମ ମ୍ୟାଚ୍‌ । ହାଇଦ୍ରାବାଦ୍‌ର ରାଜୀବ ଗାନ୍ଧୀ ଷ୍ଟାଡିୟମ୍‌ରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ  ସନରାଇଜର୍ସ ହାଇଦ୍ରାବାଦ୍‌ । ଉଭୟ ଟିମ୍‌ରେ ବ୍ୟାଟର ଥିବାର ଏହି ମ୍ୟାଚ୍‌ ହାଇସ୍କୋରିଂ ଗେମ୍‌ର ଆଶା ରହିଛି । ସଂଧ୍ୟା ୭ଟା ୩୦ରେ ଖେଳାଯିବ ମ୍ୟାଚ୍‌ ।

ବର୍ତ୍ତମାନ ସୁଦ୍ଧା ହାଇଦ୍ରାବାଦ୍‌ ଟିମ୍‌ ୨୦୨୪ ସିଜିନ୍‌ରେ ୭ଟି ମ୍ୟାଚ୍‌ ଖେଳିସାରିଛି । ଯେଉଁଥିରେ ୫ଟିରେ ବିଜୟୀ ହୋଇଥିବା ବେଳେ ୨ଟିରେ ହୋଇଛି ପରାସ୍ତ । ମୋଟ ୧୦ ଅଙ୍କ ସହ ପଏଣ୍ଟ ଟେବୁଲର ୩ୟ ସ୍ଥାନରେ ରହିଛି ।ଚଳିତ ଟୁର୍ଣ୍ଣାମେଣ୍ଟରେ ଦଳ ଟପ୍‌ ଫର୍ମରେ ରହିଛି । ତେଣୁ ବିରୋଧୀ ଟିମ୍‌କୁ ଘାଇଲା କରିବାରେ କମିନ୍ସ ବାହିନୀ ପୁରା ପରଫେକ୍ଟ ।ସେହିପରି ଚଳିତ ସିଜିନ୍‌ରେ ନିଜ ନାଁରେ ଅନେକ ରେକର୍ଡ କରିସାରିଛି ହାଇଦ୍ରାବାଦ୍‌ ଟିମ୍‌ । ତେଣୁ ଦେଖାଯାଉ ଗୁରୁବାର ଖେଳାଯିବାକୁ ଥିବା ମ୍ୟାଚ୍‌ କଣ ରେକର୍ଡ ଭାଙ୍ଗୁଛି ହାଇଦ୍ରାବାଦ୍‌ । 

ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଚଳିତ ସିଜିନ୍‌ ଟିମ୍‌ ପାଇଁ ସେତେଟା ଭଲ ନାହିଁ । ଦଳ ପାଇଁ ପ୍ଲେ-ଅପ୍‌ ରାସ୍ତା କଠିନ୍‌ । ବର୍ତ୍ତମାନ ସୁଦ୍ଧା ଟିମ୍‌ ୮ଟି ମୁକାବିଲା ଖେଳିସାରିଛି । ଯେଉଁଥିରୁ ଗୋଟିଏ ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ୭ଟିରେ ପରାସ୍ତର ସାମ୍ନା କରିଛି । ମୋଟ ୨ ଅଙ୍କ ସହ ପଏଣ୍ଟ ଟେବୁଲ୍‌ର ୧୦ମ ସ୍ଥାନ ମାନେ ପୁରା ଶେଷରେ ରହିଛି ବାଙ୍ଗାଲୋର ଟିମ୍‌ । 

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ରାଜସ୍ଥାନ ଟିମ୍‌ ୮ଟି ମ୍ୟାଚ୍‌ ଖେଳିସାରିଛି । ଯେଉଁଥିରେ ୭ଟିରେ ବିଜୟୀ ହୋଇଥିବା ବେଳେ ଗୋଟିଏରେ ହୋଇଛି ପରାସ୍ତ । ମୋଟ ୧୪ ଅଙ୍କ ସହ ପଏଣ୍ଟ ଟେବୁଲ୍‌ର ପ୍ରଥମ ସ୍ଥାନରେ ରହିଛି । ଏହାପରେ ରହିଛି କୋଲକାତା ନାଇଟ ରାଇଡର୍ସ । ଦଳ ୭ଟି ମ୍ୟାଚ୍‌ରୁ ୫ଟିରେ ବିଜୟୀ ହୋଇଛି । ଆଉ ୧୦ ପଏଣ୍ଟ ସହ ୨ୟ ସ୍ଥାନରେ ରହିଛି । ସେହିପରି ତୃତୀୟ ସ୍ଥାନରେ ରହିଛି ସନରାଇଜର୍ସ ହାଇଦ୍ରାବାଦ୍‌ । ଦଳ ୭ଟି ମ୍ୟାଚ୍‌ରୁ ୫ଟିରେ ହୋଇଛି ବିଜୟ । ଆଉ ୧୦ ଅଙ୍କ ସହ ପଏଣ୍ଟ ଟେବୁଲ୍‌ରେ ତୃତୀୟ ସ୍ଥାନରେ ରହିଛି । ଏହାପଛକୁ ରହିଛି ଲକ୍ଷ୍ନୌ ସୁପର ଜାଏଣ୍ଟସ । ଦଳ ୮ଟି ମ୍ୟାଚ ଖେଲି ୫ଟିରେ ହୋଇଛି ବିଜୟୀ । ଆଉ ୩ଟିରେ ହୋଇଛି ପରାଜୟ । ମୋଟ ୧୦ ଅଙ୍କ ସହ ପଏଣ୍ଟ ଟେବୁଲ୍‌ରେ ୪ର୍ଥ ସ୍ଥାନରେ ରହିଛି । 

 

  • BCCI
  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.